Thursday, May 21, 2026 10:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିର୍ଭୟ’ର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

by Our Correspondent
20 Sep, 2025- 07:07 PM
in Latest News, News
1 min read
0
ନିର୍ଭୟ’ର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଦୈନିକ ସମ୍ବାଦପତ୍ର ନିର୍ଭୟର ଦ୍ଵାଦଶ ବାର୍ଷିକ ପୂର୍ତ୍ତି ଉତ୍ସବ ଅବସରରେ ନିର୍ଭୟ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଏବଂ ଏହି ମନୋରମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନିର୍ଭୟ ପରିବାରର ବନ୍ଧୁମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିର୍ଭୟର ସଂପାଦକ ନବୀନ ଦାସଙ୍କୁ ମୋର ସ୍ୱତନ୍ତ୍ର ଅଭିନନ୍ଦନ ଜଣାଉଛି।

ଗୋଟିଏ ଖବର କାଗଜ ଏକ ଜଡ ବସ୍ତୁ ନୁହେଁ। ଏହା ହେଉଛି ଏକ ଜୀବନ୍ତ ସତ୍ତା। ଏ ସତ୍ତା ସମାଜକୁ ପଥ ପ୍ରଦର୍ଶନ କରେ। ଜ୍ଞାନ ବିତରଣ କରେ। It’s a friend, philosopher and guide. ତେଣୁ ଗୋଟିଏ ବ୍ୟକ୍ତି ପାଇଁ ତାର ଜନ୍ମ ଦିବସ ଯେତିକି ମହତ୍ତ୍ୱପୂର୍ଣ୍ଣ, ଗୋଟିଏ ଖବରକାଗଜ ପାଇଁ ମଧ୍ୟ ତାର ବାର୍ଷିକ ଉତ୍ସବ ସେତିକି ଗୁରୁତ୍ୱପୂର୍ଣ୍ଣ। ଏଥିରେ ଏହାର ସ୍ରଷ୍ଟା, ସମ୍ପାଦକ, ରିପୋର୍ଟର, ପାଠକ ଏବଂ ଏଥିରେ ଜଡ଼ିତ ଥିବା ସବୁ ବ୍ୟକ୍ତି ସ୍ଵତନ୍ତ୍ର ଖୁସି ଅନୁଭବ କରିଥାନ୍ତି। ଆଜି ନିର୍ଭୟ ପରିବାର ପାଇଁ ସେଇପରି ଏକ ଖୁସି ଓ ଆନନ୍ଦର ମୁହୂର୍ତ୍ତ।

୨୦୧୩ରେ ନବୀନ ବାବୁ କିଛି ଯୁବକଙ୍କୁ ଦିଗ୍‌ଦର୍ଶନ ଦେଇ ଏହି ଖବର କାଗଜ ଆରମ୍ଭ କରିଥିଲେ। ଆଜି ୧୨ ବର୍ଷ ମଧ୍ୟରେ ଏହି ଖବର କାଗଜ ଅନେକ ଘାତ ପ୍ରତିଘାତ ସହି ପ୍ରତିଷ୍ଠା ହାସଲ କରିପାରିଛି। ଏହା ବାସ୍ତବରେ ବହୁତ ବଡ ସଫଳତା।

ତେଣୁ ଆଜି ସମ୍ପାଦକ ନବୀନ ବାବୁଙ୍କ ପାଇଁ ଏକ ବିଶେଷ ଖୁସିର ମୁହୂର୍ତ୍ତ। ତାଙ୍କର ଜ୍ଞାନ, ତାଙ୍କ ସଂଗ୍ରାମ, ତାଙ୍କ ଦୂରଦୃଷ୍ଟି ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।

ଅନେକ ଘାତ ପ୍ରତିଘାତ ମଧ୍ୟରେ ସରକାର ଓ ସମାଜରେ ହେଉଥିବା ବିଭିନ୍ନ ଅସଙ୍ଗତି ଓ ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ସେ ବହୁତ ସଂଘର୍ଷ କରିଛନ୍ତି ।ସବୁ ପରିସ୍ଥିତିରେ ନିର୍ଭୟ ତା’ର ନିର୍ଭୀକତାର ପରିଚୟ ଦେଇଛି। ସତ୍ୟର ସ୍ୱର ହୋଇ ସମାଜକୁ ଆଲୋକିତ କରିଛି।

ବିଗତ ବର୍ଷ ଗୁଡ଼ିକରେ ନିର୍ଭୟ ଅନେକ ଦୁର୍ନୀତିକୁ ଲୋକଲୋଚନକୁ ଆଣିପାରିଛି। ଚିଟ୍‌ ଫଣ୍ଡ ସ୍କାମ, ମଠ ମନ୍ଦିର ଭଙ୍ଗା, କୋଭିଡ ପରିଚାଳନାରେ ତ୍ରୁଟି ବିଚ୍ୟୁତି, ବ୍ରହ୍ମ ବିଭ୍ରାଟ- ସବୁ କ୍ଷେତ୍ରରେ ନିର୍ଭୟ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିଛି ଏବଂ ଲୋକଙ୍କ ନିକଟରେ ପ୍ରକୃତ ସତ୍ୟକୁ ଉପସ୍ଥାପନ କରିଛି। କଳାର ସାମ୍ରାଜ୍ୟ ଉପରେ ମିଛ ଭାବମୂର୍ତ୍ତିର ପରଦାକୁ ଛିଣ୍ଡାଇବାରେ ନିର୍ଭୟ ସଫଳ ହୋଇପାରିଛି।

ସମ୍ବାଦପତ୍ରକୁ ଆମେ ପରିବର୍ତ୍ତନର ସ୍ୱର ବୋଲି କହୁ। ଗତ ବର୍ଷ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ବିରାଟ ପରିବର୍ତନ ଆସିଥିଲା । ଏକ ଯୁଗର ଅବସାନ ହୋଇଥିଲା। ଏ କ୍ଷେତ୍ରରେ ଅନେକ ଗଣମାଧ୍ୟମର ଭୂମିକା ରହିଛି। ତେବେ ନିର୍ଭୟ ଏଥିରେ ସର୍ବାଗ୍ରେ ଥିଲା, ଏଥିରେ କୌଣସି ସଂଶୟ ନାହିଁ। ନବୀନ ବାବୁଙ୍କ ନିର୍ଭୟ ଚିତ୍ତ ଏହି ଖବର କାଗଜର ଜେନେଟିକ କୋଡ଼ (genetic code) । ମୁଁ ଆଶା କରୁଛି ଏଥିରେ କୌଣସି ପରିବର୍ତ୍ତନ ବା ଏଡିଟିଙ୍ଗ ହେବ ନାହିଁ। ଏହା ତାର ମୌଳିକତା ବଜାୟ ରଖିବ ବୋଲି ମୋର ଦୃଢ଼ ବିଶ୍ୱାସ।

ଗଣମାଧ୍ୟମ ସମାଜର ଚଳନ୍ତି ଇତିହାସ। ଏ ଇତିହାସ ପ୍ରତି ମୁହୂର୍ତ୍ତରେ ଶିକ୍ଷା ଦେଇଥାଏ, ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ। ସମାଜର ସ୍ଥିତି ଓ ଗତି ଆମେ ଗଣମାଧ୍ୟମରୁ ହିଁ ଜାଣୁ। ଏହା ଲୋକଙ୍କୁ ସଚେତନ କରିଥାଏ। ସରକାରଙ୍କ ପାଇଁ ମଧ୍ୟ ତାଙ୍କ ନୀତି ଓ କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପ୍ରେରିତ କରିଥାଏ।

ଅନେକ ସମୟରେ ସରକାର ଏହାକୁ ବିରୋଧୀ ମାନଙ୍କ ଷଡ଼ଯନ୍ତ୍ର ବୋଲି ଭାବିଥାନ୍ତି। ଏହା କିନ୍ତୁ, ଠିକ୍ ନୁହେଁ। ଏବେ ନିକଟରେ ସାର ଅସୁବିଧା ସଂପର୍କରେ ଅନେକ ଖବର ପ୍ରସାରିତ ହେଲା। କିନ୍ତୁ ଆମ ସରକାର ତାକୁ ବିରୋଧୀଙ୍କ ଚାଲ ବୋଲି ଭାବି ନାହିଁ। ବିଭିନ୍ନ ସ୍ତରରେ ବୈଠକ କରାଯାଇ ଚାଷୀ ଭାଇ ମାନଙ୍କୁ କିପରି ସୁବିଧାରେ ମିଳିବ, ସେଥିପାଇଁ ପଦକ୍ଷେପ ନିଆ ଯାଉଛି । ମୁଁ ନିଜେ ମଧ୍ୟ ସମୀକ୍ଷା କରି ସାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛି।

ଏହା ହେଉଛି ସମାଜର ଏକ ପ୍ରକୃତ ଗଣତାନ୍ତ୍ରିକ ରୂପରେଖ। କିନ୍ତୁ, ପୂର୍ବରୁ ଏପରି ହେଉ ନଥିଲା। ପୂର୍ବ ସରକାରରେ ଅନେକ ଖବରକାଗଜ କୁ ସରକାର ବିରୋଧୀ ବୋଲି ଗ୍ରହଣ କରାଯାଇ ସେମାନଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆ ଯାଉଥିଲା।

ଗୋଟେ ଖବରକାଗଜ ପାର୍ଟି ବଦଳରେ ମାଟିକୁ ବାଛିଲା ବୋଲି ତାକୁ ତଳିତଳାନ୍ତ କରିବା ପାଇଁ ବିଭିନ୍ନ ଷଡ଼ଯନ୍ତ୍ର କରାଗଲା। ଏହା ସମସ୍ତେ ଜାଣନ୍ତି। କିନ୍ତୁ ଏଠାରେ ମୁଁ ଗୋଟିଏ କଥା କହିବାକୁ ଚାହେଁ, ତଥ୍ୟ ଭିତ୍ତିକ ସମାଲୋଚନା ସବୁବେଳେ ସ୍ବାଗତଯୋଗ୍ୟ। କିନ୍ତୁ, ଉଦ୍ଦେଶ୍ୟ ପ୍ରଣୋଦିତ ସମାଲୋଚନା ଆଦୌ ଗ୍ରହଣୀୟ ନୁହେଁ। ଏହା ସମାଜକୁ ମିସ୍ ଗାଇଡ କରେ। ସମାଜରେ confusion ସୃଷ୍ଟି କରି ଗଣତନ୍ତ୍ରର ମୂଳ ଉଦ୍ଦେଶ୍ୟକୁ ନଷ୍ଟ କରେ। ଏଭଳି ସାମ୍ବାଦିକତା ସମାଜ ବିରୋଧୀ। ଏଥିପ୍ରତି ସମସ୍ତେ ସଚେତନ ରହିବା ଜରୁରୀ। ସ୍ୱାଧୀନତା ସମୟରେ ସମସ୍ତେ ଗୋଟିଏ ଆଦର୍ଶ ନେଇ ଚାଲିଥିଲେ। ଗୋଟିଏ ଲକ୍ଷ୍ୟ ଥିଲା ସ୍ଵାଧୀନତା। ଏଥିରେ ଗଣମାଧ୍ୟମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ସ୍ୱାଧୀନତା ପରେ ଦେଶରେ ଧୀରେ ଧୀରେ ବିକାଶ ଆସିଲା। କିନ୍ତୁ ଗୋଟିଏ ବଡ ସମସ୍ୟା ଥିଲା ‘ ଦିଗ ‘ । ଲୋକଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଅର୍ଥର ଆବଶ୍ୟକତା ଅଛି । କିନ୍ତୁ, ସ୍ଵାଧୀନ ଭାରତରେ ଆମର ଆର୍ଥିକ ନୀତି ଶିଳ୍ପପତି, ଉଦ୍ୟୋଗୀ ବିରୋଧୀ ହେଲା। ତେଣୁ ଦେଶରେ ଜଣାଶୁଣା କେତେକ ଖାସ୍ ଶିଳ୍ପପତିଙ୍କୁ ଛାଡ଼ିଦେଲେ, ନୂଆ ଶିଳ୍ପପତି କିମ୍ବା ଉଦ୍ୟୋଗୀ ସୃଷ୍ଟି ହେଲେ ନାହିଁ। ଯେଉଁ ମାନେ ଶିକ୍ଷିତ ହେଲେ ସେମାନେ ଚାକିରି ଖୋଜିଲେ, କିନ୍ତୁ ଚାକିରି ସୃଷ୍ଟି କରିବା ବାଲା କେହି ନ ଥିଲେ। ସରକାରଙ୍କୁ ଛାଡିଦେଲେ। ସେତେବେଳେ ଅନେକ ଗଣମାଧ୍ୟମ ଲୋକଙ୍କ ସମସ୍ୟା, ଦାରିଦ୍ର୍ୟତା ଉପରେ ଲେଖୁଥିଲେ। କିନ୍ତୁ, ଆମର ଦିଗ, ବିଶେଷକରି ଅର୍ଥନୈତିକ ଦିଗ ଭୁଲ ଯୋଗୁ ଏହି ସମସ୍ୟା ଦେଖା ଯାଉଚି ବୋଲି କେହି କହୁ ନ ଥିଲେ। ଶେଷକୁ ଏପରି ହେଲା ଦେଶକୁ ଆମର ସୁନା ବନ୍ଧକ ରଖିବାକୁ ପଡ଼ିଲା।

ତା ପରେ ଯାଇଁ ଆମକୁ ବୁଦ୍ଧି ଦିଶିଲା। ସେଉଠୁ ଆରମ୍ଭ ହେଲା ମୁକ୍ତ ବାଣିଜ୍ୟ। ତା ପରଠାରୁ ଦେଶର ଅର୍ଥନୀତି କ୍ରମାଗତ ଭାବେ ଉନ୍ନତି କରି ଚାଲିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏହି ଧାରାକୁ ଆଗକୁ ନେଇ ଦେଶକୁ ସଂପୂର୍ଣ୍ଣ ଭାବେ ଆତ୍ମ ନିର୍ଭର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ମୋଦୀଜୀ ଙ୍କ ଏଗାର ବର୍ଷର ଶାସନ ଭାରତର ଆର୍ଥିକ ଓ ବିକାଶ ଇତିହାସରେ ଏକ ସୁବର୍ଣ୍ଣ ଯୁଗ ଆରମ୍ଭ କରିଛି। ତାଙ୍କ ଶାସନ ସମୟରେ ଦେଶର ମୁଣ୍ଡ ପିଛା ଆୟ dollar terms ରେ ଦୁଇ ଗୁଣ ହୋଇ ପାରିଛି। ଦେଶ ଆସି ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଛି।

ତେବେ ଏହି ସମୟରେ ଅନେକ ଶକ୍ତିଶାଳୀ ଦେଶ ଭାରତର ଅଭିବୃଦ୍ଧି କୁ ରୋକିବା ଲାଗି ଉଦ୍ୟମ କରିବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ସେମାନେ ବିଫଳ ହେବେ। କାରଣ ଆମ ଦେଶର ନେତୃତ୍ୱ ଏପରି ଜଣେ ନେତା ନେଉଛନ୍ତି, ଯାହାଙ୍କର ଏକମାତ୍ର ନୀତି ହେଉଛି – India First. ଭାରତର ଲୋକଙ୍କ ସଶକ୍ତିକରଣ, ଭାରତର ଆର୍ଥିକ ଶକ୍ତି, ଭାରତର ବୈଜ୍ଞାନିକ ଓ ପ୍ରଯୁକ୍ତି ପ୍ରଗତି, ସବୁ କ୍ଷେତ୍ରରେ ଭାରତ କିପରି ବିଶ୍ୱରେ ମୁଣ୍ଡ ଟେକି ଠିଆ ହେବ, ସେଥିପାଇଁ ସେ ୨୪ ଘଣ୍ଟା କାମ କରୁଛନ୍ତି। He is a 24-7 Prime Minister. No Rest.

ଆମର କିନ୍ତୁ ଜଣେ ଯୁବ ନେତା ଅଛନ୍ତି। ତାଙ୍କ ପଲିସି ହେଲା ସୁଟ୍ ଆଣ୍ଡ ସ୍କୁଟ୍। ସରକାରଙ୍କୁ ଆଟାକ କର, ବିଦେଶ ପଳେଇ ଯାଅ। ତାଙ୍କ କଥା ବେଶି ନ କହିବା ଭଲ। ମୋଦୀଜୀ ଙ୍କ ନୀତି ଯୋଗୁ ଦେଶ ଆଜି ଆତ୍ମ ନିର୍ଭରତା ପଥରେ ଆଗେଇ ଚାଲିଛି। ଦଶ ବର୍ଷ ତଳେ, ଆମେ ଚୀନରୁ ଖେଳନା ବି ଆମଦାନୀ କରୁଥିଲୁ। ଆଜି ଦେଶ ଆମର ବିଶ୍ୱର ତୃତୀୟ ବୃହତ୍ତମ ମୋବାଇଲ ରପ୍ତାନି କାରି ଦେଶ। ପ୍ରଥମ ଥର ପାଇଁ ଭାରତ semiconductor ନିର୍ମାଣ କରିବା ଆରମ୍ଭ କରିଛି। ସମୟକ୍ରମେ ଭାରତ ସବୁ କ୍ଷେତ୍ରରେ ଆତ୍ମ ନିର୍ଭର ହେବା ଆରମ୍ଭ କରିଛି।

ମୋଦୀଜୀଙ୍କ ଏକ ବଡ଼ ସଫଳତା ହେଉଛି ଯୁବ ବର୍ଗଙ୍କ ଉପରେ ତାଙ୍କର ଗଭୀର ବିଶ୍ୱାସ। ସେ ଆମର ଯୁବ ବର୍ଗଙ୍କୁ wealth creator ହେବା ପାଇଁ ପ୍ରେରଣା ଦେଇଛନ୍ତି। ତାଙ୍କ ଯୋଗୁ, ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଦେଶ ଆଜି ଅଗ୍ରଣୀ ହୋଇ ପାରିଛି। ଦେଶର ଯୁବକ ମାନେ ନିଜର ଜ୍ଞାନ ବଳରେ ଉଦ୍ୟୋଗ ସୃଷ୍ଟି କରି ଅର୍ଥ ରୋଜଗାର କରି ପାରୁଛନ୍ତି ଏବଂ ଅନ୍ୟ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ମଧ୍ୟ କରି ପାରୁଛନ୍ତି।

ଏବେ ନିକଟରେ ରାଉରକେଲା N.I.T ରେ ପଢୁଥିବା ଦୁଇ ଜଣ ଓଡ଼ିଆ ଯୁବକଙ୍କ ଏକ ଷ୍ଟାର୍ଟ ଅପ୍ ଭାରତୀୟ ନୌ ବାହିନୀ ରୁ ୬୬ କୋଟି ଟଙ୍କାର ଏକ ଅର୍ଡର୍ ପାଇଛନ୍ତି। ସେମାନେ ରିମୋଟରେ ସମୁଦ୍ରରେ ଚାଲି ପାରୁଥିବା ଏକ ଯାନର ବିକାଶ କରିଛନ୍ତି।

ଏହା ହେଉଛି ଆମ ଯୁବଶକ୍ତି। ବିକଶିତ ଭାରତର ଶକ୍ତି। ଏହା ହେଉଛି ନରେନ୍ଦ୍ର ମୋଦୀଙ୍କ ଭାରତ। ବଦଳୁଥିବା, ଅସ୍ଥିର ଥିବା ବିଶ୍ଵର ଆର୍ଥିକ ଓ ଭୂ- ରାଜନୈତିକ ପରିସ୍ଥିତିକୁ ଦେଖି ମୋଦୀଜୀ ସ୍ୱଦେଶୀର ଆହ୍ବାନ ଦେଇଛନ୍ତି।

ସ୍ୱଦେଶୀ ର ଅର୍ଥ ହେଉଛି ଆମେ ବ୍ୟବହାର କରୁଥିବା ବା ଆମେ ଆବଶ୍ୟକ କରୁଥିବା ସବୁ ଜିନିଷ ଭାରତରେ ତିଆରି କରିବା। ଏବଂ ଆମ ଦେଶରେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ବ୍ୟବହାର କରିବା । ଏହା ବର୍ତ୍ତମାନ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ଏହି ସ୍ବଦେଶୀ ଆନ୍ଦୋଳନରେ ଯୋଗ ଦେବାର ଆବଶ୍ୟକତା ରହିଛି। ସ୍ୱଦେଶୀ ହିଁ ସମୃଦ୍ଧି।

ମୋ ମତରେ ଗଣମାଧ୍ୟମ ଆମ ଦେଶର wealth creator ଓ entrepreneur ମାନଙ୍କ ଉପରେ ଫୋକସ କରିବାର ସମୟ ଆସିଛି। ରାଜନୀତି ଉପରେ focus ଟିକେ କମ୍ ହେଲେ ଚଳିବ। We are an extremely politicised society. We should move to become an economic and scientific society. Media can help us change our outlook. ଓଡ଼ିଶାରେ ଆମ ସରକାରଙ୍କ ବିକାଶ ସଂପର୍କରେ ସମସ୍ତେ ଜାଣନ୍ତି। ମାତ୍ର ୧୫ ମାସ ମଧ୍ୟରେ ଆମେ ଓଡ଼ିଶାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ୮୪ଟି ଶିଳ୍ପ ପାଇଁ ଭିତ୍ତି ପ୍ରସ୍ତର ଦେଇଛୁ। ଏହାଦ୍ବାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି ହେବା ସୁନିଶ୍ଚିତ ହୋଇ ପାରିଛି। ସମୃଦ୍ଧ ଓଡିଶା ଗଠନ ପଥରେ ଆମ ସରକାର ପ୍ରଥମରୁ ହିଁ କାମ ଆରମ୍ଭ କରି ଦେଇଛି।

ଆମର ସବୁ ସଫଳତା ପଛରେ ରହିଛି ଓଡ଼ିଶାର ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍। ତାଙ୍କର ୭୫ତମ ଜନ୍ମ ଦିବସରେ ଆମେ ୭୫ ଲକ୍ଷ ଗଛ ଲଗାଇବା ପାଇଁ ପ୍ରସ୍ତୁତି କରିଥିଲୁ। କିନ୍ତୁ ଓଡ଼ିଶାର ଲୋକମାନେ ତାର ଦୁଇ ଗୁଣ ଗଛ ଲଗାଇ ପ୍ରମାଣିତ କଲେ ଯେ ସେମାନେ ମୋଦୀଜୀଙ୍କୁ କେତେ ଭଲ ପାଆନ୍ତି।

ଆଗାମୀ ୨୭ ତାରିଖରେ ମୋଦୀଜୀ ପୁଣି ଓଡ଼ିଶା ଆସୁଛନ୍ତି। ଏହା ହେବ ୧୫ ମାସରେ ତାଙ୍କର ସପ୍ତମ ଓଡ଼ିଶା ଗସ୍ତ। ସାରା ଦେଶ ପାଇଁ ଓ ଓଡ଼ିଶା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିବେ। ମୋଦୀଜୀଙ୍କ ସମୟ ହେଉଛି ସମୃଦ୍ଧିର ସମୟ। ଆତ୍ମ ନିର୍ଭରତାର ସମୟ। ଏ ସମୟରେ ଗଣମାଧ୍ୟମ ଏହି ବିକାଶ ଯାତ୍ରାକୁ support କରିବ ବୋଲି ମୁଁ ଆଶା କରୁଛି।

ସମସ୍ତଙ୍କୁ ଧନ୍ୟବାଦ।

Previous Post

ବିଜେଡିର ଭୟ ନା ପ୍ରେମ?

Next Post

୨୩ରେ ବିଧାନସଭା ଘେରାଉ କରିବ ବିଜେଡି

Next Post
୨୩ରେ ବିଧାନସଭା ଘେରାଉ କରିବ ବିଜେଡି

୨୩ରେ ବିଧାନସଭା ଘେରାଉ କରିବ ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA