Monday, May 25, 2026 04:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ଅପରାଜିତା, ଚର୍ଚ୍ଚା ବହୁତ

by Our Correspondent
27 Nov, 2018- 10:56 PM
in Latest News, Politics
1 min read
0
ବିଜେପିରେ ଅପରାଜିତା, ଚର୍ଚ୍ଚା ବହୁତ
ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ ଆଜି ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ଦିଲ୍ଲୀ ବାସଭବନରେ ସେ ବିଧିବଦ୍ଧ ଭାବେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଅମିତ୍ ଶାହାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେପିର ବିଚାରାଧାରା, ବିକାଶମୂଳକ ଆଭିମୁଖ୍ୟ ଓ ନେତାଙ୍କୁ ଦେଖି ସେ ଏହି ଦଳରେ ସାମିଲ ହୋଇଥିବା ଅପରାଜିତା ପ୍ରତିକ୍ରିୟା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଓ ପ୍ରତିବଦ୍ଧତା ତାଙ୍କୁ ବିଶେଷ ଆକର୍ଷିତ କରିଥିବା କହିଛନ୍ତି ।
ବିଜେପିରେ ଅପରାଜିତାଙ୍କ ପ୍ରବେଶ ପରେ ତାଙ୍କୁ ନେଇ କିଏ କେତେ ପ୍ରକାର ଚର୍ଚ୍ଚା କରୁଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି । ମାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଏହି ଚର୍ଚ୍ଚାକୁ ନାପସନ୍ଦ କରୁଛନ୍ତି । ଅପରାଜିତାଙ୍କୁ ଏଭଳି ହାଇପ୍ କରିବା ପଛରେ ମନ୍ଦ ଉଦେ୍ଦଶ୍ୟ ଥିବା ସେମାନେ କହୁଛନ୍ତି । ଦଳରେ ଯୋଗଦେବା ପରେ ସାମ୍ବାଦିକମାନଙ୍କଠାରୁ ଅପରାଜିତାଙ୍କୁ ଏହି ପ୍ରଶ୍ନର ସାମନା କରିବାକୁ ବି ପଡ଼ିଛି । ତେବେ ଅପରାଜିତା କହିଛନ୍ତି, ତାଙ୍କର କୌଣସି ଅଭିଳାଷ ନାହିଁ । ଦଳର ଜଣେ ସାଧାରଣ କର୍ମୀଭାବେ ସେ ଯୋଗଦେଇଛନ୍ତି । ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ସେ ଆଗ୍ରହୀ । ଦଳ ଯେତେବେଳେ ଯେଉଁ ଗୁରୁଦାୟିତ୍ୱ ଦେବ ତାହା ପାଳନ କରିବେ ।
ତେବେ ଆଗକୁ କ’ଣ ହେବ ନ ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି ଏକଦା ତାଙ୍କର ପ୍ରତିଦ୍ୱନ୍ଦୀ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ହିଁ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଅପରାଜିତା ଦଳର ପ୍ରାଥମିକ ସଦସ୍ୟ ହୋଇଛନ୍ତି । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚର୍ଚ୍ଚା କରିବା ଠିକ୍ ନୁହେଁ ବୋଲି କହିଛନ୍ତି ।
ସେ ଯାହା ହେଉ, ଅପରାଜିତାଙ୍କ ମିଶ୍ରଣ ପର୍ବକୁ ନେଇ ଆଜି ସୋସିଆଲ୍ ମିଡ଼ିଆରେ ରୋଚକ ଚର୍ଚ୍ଚା ଦେଖିବାକୁ ମିଳିଛି । ସେଠାରେ ଉପସ୍ଥିତ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁ କାହିଁକି ଶୁଖିଯାଇଛି ବୋଲି ଅନେକ ଟିପ୍ପଣୀ ଦେଇଛନ୍ତି । ମିଶ୍ରଣ ପର୍ବ ପରେ ପରେ ଧର୍ମେନ୍ଦ୍ର ସେଠୁ କୁଆଡ଼େ ଜଲଦି ବାହାରିଯାଇଥିଲେ ଏବଂ ଅପରାଜିତାଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା । ସୁତରାଂ ଅପରାଜିତାଙ୍କ ମିଶ୍ରଣକୁ ନେଇ ଧର୍ମେନ୍ଦ୍ର ଖୁସି ନାହାନ୍ତି ବୋଲି କଟାକ୍ଷ ହେଉଛି । ଆଗକୁ ଖେଳ ଜମିବ ବୋଲି ଦଳ ଭିତରେ ବି ଟୁପୁରୁଟାପର ହେଲାଣି ।
Previous Post

ବିିଶ୍ୱ ଦରବାରରେ ଝଲସିଲା ଓଡ଼ିଶା

Next Post

ନବୀନଙ୍କ ସହ ଭାଇଜାନ୍: ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ୍

Next Post
ନବୀନଙ୍କ ସହ ଭାଇଜାନ୍: ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ୍

ନବୀନଙ୍କ ସହ ଭାଇଜାନ୍: ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA