Sunday, May 10, 2026 07:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁୁଙ୍ଗେରିଲାଲ୍ କେ ହସିନ୍ ସପନେ

by Our Correspondent
28 Jan, 2018- 10:23 PM
in Latest News, Politics
1 min read
0
ମୁୁଙ୍ଗେରିଲାଲ୍ କେ ହସିନ୍ ସପନେ
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ଗାଳି କରିଛନ୍ତି । ଜାତୀୟ ରାଜନୀତିରେ ନବୀନଙ୍କ ସମ୍ଭାବ୍ୟ ଏଣ୍ଟ୍ରିକୁ ମୁଙ୍ଗେରିଲାଲ୍ ର ହସିନ୍ ସପନେ ବୋଲି କହିଛନ୍ତି । ଧର୍ମେନ୍ଦ୍ରଙ୍କ ଅବିକଳ ଭାଷା ଏହିଭଳି.. ‘ଯିଏ ଓଡ଼ିଶା ସମ୍ଭାଳିପାରୁନି… ଯିଏ ଓଡ଼ିଶାର ମହିଳା, ଝିଅ ଓ ଯୁବକର ସ୍ୱାର୍ଥ ସମ୍ଭାଳିପାରୁନି… ସିଏ ଯଦି ମୁଙ୍ଗେରିଲାଲ୍ ର ହସିନ୍ ସ୍ୱପ୍ନ ଦେଖୁଥିବ ତା ଘରେ ଦେଖୁଥାଉ ।’
ନିଜ ପ୍ରତିପକ୍ଷ ରାଜନେତାଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ରଙ୍କ ଏହି ରୁକ୍ଷ ଭାଷା ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ବିସ୍ମିତ କରିଛି । ଧର୍ମେନ୍ଦ୍ରଙ୍କ ଭଳି ଜଣେ ହାଇ ଷ୍ଟାଚ୍ୟୁର ନେତାଙ୍କ ମୁହଁରେ ତାଙ୍କ ଦଳର ତଳିଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭାଷା ଶୋଭା ପାଏନି ବୋଲି ମତ ଦେଇଛନ୍ତି । ବିଜୁବାବୁଙ୍କ ଜୀବନୀ ଉପରେ ପୁସ୍ତକ ଉନ୍ମୋଚନ ପର୍ବ ରୁ ନବୀନଙ୍କ ଜାତୀୟ ରାଜନୀତିରେ ଏଣ୍ଟ୍ରି ଓ କିଙ୍ଗମେକର୍ ଭୂମିକା ଗଣମାଧ୍ୟମର ଏକ ପରିକଳ୍ପନା । ଲାଲକୃଷ୍ଣ ଆଡଭାନୀ, ଏଚ.ଡ଼ି.ଦେବେଗୌଡ଼, ସୀତାରାମ ୟେଚୁରୀଙ୍କ ଉପସ୍ଥିତି ଗଣମାଧ୍ୟମ ଚର୍ଚ୍ଚା ପାଇଁ ଏକ ଖୋରାକ୍ । ମାତ୍ର ଏଭଳି ଏକ ଚର୍ଚ୍ଚା ଉପରେ ଧର୍ମେନ୍ଦ୍ର, ନବୀନଙ୍କୁ କଟୁ ଭାଷାରେ ଗାଳି କରି ନିଜକୁ ଛୋଟ କରିଦେଉଛନ୍ତି । ତାଙ୍କୁ ‘ତୁ’ ‘ତା’ କରି ଡାଇଲଗ୍ ନିଜକୁ ଓ ଦଳୀୟ ନେତାଙ୍କୁ ଖୁସି କରୁଥାଇପାରେ । ହେଲେ ଜନସାଧାରଣଙ୍କୁ ପ୍ରଭାବିତ କରୁଥିବ ଭାବିବା ଭୁଲ୍ । ବାସ୍ତବ କଥା ହେଉଛି, ଆଜି ବି ଗାଁ ଗହଳିରେ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲପାଇବା ଅକ୍ଷୂର୍ଣ୍ଣ ରହିଛି । ଲୋକଙ୍କ ଆଖିରେ ସେ ସ୍ୱଚ୍ଛ, ନିର୍ମଳ । ତେଣୁ ଲୋକଙ୍କ ମନ ପରିବର୍ତ୍ତନ କରିବାର ତରିକା ଏମିତି ‘ତୁ’ ‘ତା’ରେ ଗାଳିମନ୍ଦ ନୁହେଁ । ନବୀନଙ୍କୁ ବଦନାମ କରିବାର ମୈଲମ୍ ଧର୍ମେନ୍ଦ୍ରଙ୍କ ଭଳି ରାଜନୈତିକ ସିଦ୍ଧହସ୍ତ ନେତା ଭଲ ଭାବେ ଅନୁଧ୍ୟାନ କରିବା କଥା ବୋଲି ସେମାନଙ୍କ ମତ ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବା କଥା, ବିଜେଡ଼ି ସରକାରଙ୍କ ଅପାରଗତା ଓ ଦୁର୍ନୀତିର ଲମ୍ବା ଫର୍ଦ୍ଦ ରହିଛି । କୁନ୍ଦୁଲି ଭଳି ଘଟଣାରେ ନବୀନ ସରକାରଙ୍କୁ ଘାଇଲା କରିବାର ବଢ଼ିଆ ମୌକା ରହିଛି । ମାତ୍ର ଧର୍ମେନ୍ଦ୍ର ଓ ତାଙ୍କ ଟିମ୍ ଯେଉଁଭଳି ଫାଇଦା ଉଠାଇବା କଥା କରିପାରୁନାହାନ୍ତି । ନିଜ ପତିଆରା ବଢ଼ାଇବା ପାଇଁ କଂଗ୍ରେସ ସହ କମ୍ପିଟେସନ୍ ରେ ଦିନେ ଅଧେ ଆନ୍ଦୋଳନ କଲେ ମୃତ ପୀଡ଼ିତା ନ୍ୟାୟ ପାଇବେନି କି ନବୀନ ସରକାର ଶାସନଗାଦିରୁ ହଟିବେ ନାହିଁ । ସେଥିପାଇଁ ଯେଉଁ ଜନ ଆନ୍ଦୋଳନର ଆବଶ୍ୟକତା ତାହା ବିଜେପି କରିବାରେ ବିଫଳ ହୋଇଛି । ଖାଲି ଟିଭିରେ ମୁହଁ ଦେଖାଇବା ପାଇଁ ସିବିଆଇ ତଦନ୍ତ ଦାବି କରିଦେଲେ ସରକାର ଦୋହଲିଯିବନି ।
ବିଜେପିର ଜଣେ ବରିଷ୍ଠ ନେତାଙ୍କ କ୍ଷୋଭ ହେଉଛି, ଆମେ ମୋଦିଙ୍କ ନାଁରେ ଯାହା ଭୋଟ ପାଇବାର ଆଶା ରଖିଛୁ ତାହା ଏଭଳି କିଛି ଶସ୍ତା ମନ୍ତବ୍ୟ ଯୋଗୁଁ ମାଡ଼ ଖାଇଯିବାର ସମ୍ଭାବନା ଅଛି । ନବୀନଙ୍କ ପ୍ରତି ଜନସାଧାରଣଙ୍କ ପଲସ୍ କୁ ଆମେ ବିରୋଧୀ ଦଳ ପରଖିବାରେ ଆଜିଯାଏଁ ସମର୍ଥ ହୋଇପାରିନୁ । ସେଥିପାଇଁ ତ ସେ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହେଲେଣି । ଆମକୁ ଢ଼ାଞ୍ଚା ନ ବଦଳେଇଲେ କିଛି ଲାଭ ହେବନି ।
ସେପଟେ ବିଜେପି ନେତା,ନେତ୍ରୀଙ୍କ ମନ୍ତବ୍ୟ ବିଜେଡ଼ି ନେତାଙ୍କୁ ବରଂ ଅଧିକ ଖୁସି କରିଛି । ଏହାଦ୍ୱାରା ନବୀନଙ୍କ ପ୍ରତି ଲୋକଙ୍କ ସହାନୁଭୂତି ବଢ଼ୁଥିବା ସେମାନେ ଦାବି କରିଛନ୍ତି । ନବୀନଙ୍କୁ ପୋଡ଼ା ଟ୍ରାନସଫରମର୍, ଅନ୍ଧ ଧ୍ରୃତରାଷ୍ଟ୍ର, ମଲାଘୋଡ଼ା ଏବଂ ମୁଙ୍ଗେରିଲାଲ୍ କି ହସିନ୍ ସପନେ ଟିପ୍ପଣୀ ବିଜେଡ଼ି ପାଇଁ ଆର୍ଶିବାଦ ବୋଲି କହିଛନ୍ତି । ଓଡ଼ିଶାରେ ବିଜେପି ୧୨୦ ପ୍ଲସ୍ ଆସନ ଜିତି ସରକାର ଗଢ଼ିବାର ଯେଉଁ ସ୍ୱପ୍ନ ଦେଖୁଛି ତାହା ଯଥାର୍ଥରେ ମୁଙ୍ଗେରିଲାଲ୍ ର ହସିନ୍ ସ୍ୱପ୍ନ ବୋଲି ଓଲଟି ସେମାନେ କଟାକ୍ଷ କରିଛନ୍ତି ।
Previous Post

‘ଦ ଟଲ୍ ମ୍ୟାନ୍’: ଉତ୍ସବର ଏପାଖ ସେପାଖ

Next Post

ଉପରେ କଳି, ଭିତରେ କୋଳାକୋଳି

Next Post
ଉପରେ କଳି, ଭିତରେ କୋଳାକୋଳି

ଉପରେ କଳି, ଭିତରେ କୋଳାକୋଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA