Thursday, May 21, 2026 06:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାର ବେଫିକର, କର୍ମଚାରୀ ଭକୁଆ

by Our Correspondent
05 Aug, 2016- 11:07 AM
in News
1 min read
0
ସରକାର ବେଫିକର, କର୍ମଚାରୀ ଭକୁଆ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କେନ୍ଦ୍ର ସରକାରୀ କର୍ମଚାରୀମାନେ ଚଳିତ ମାସରୁ ପାଇବେ ସପ୍ତମ ବେତନ କମିଶନ ଦରମା। ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ନୂଆ ଦରମା ଏରିଅର୍ ହୋଇ ଅଗଷ୍ଟ ମାସର ଦରମାରେ କର୍ମଚାରୀଙ୍କୁ ଏକାଥରେ ମିଳିଯିବ। ହେଲେ ରାଜ୍ୟ ସରକାର କର୍ମଚାରୀମାନେ ଭକୁଆ ହୋଇ ସେମାନଙ୍କୁ ଅନାଇବେ ସିନା ହେଲେ ନିକଟ ଭବିଷ୍ୟତରେ ପାଇବାର ନାହିଁ। ରାଜ୍ୟ ସରକାରଙ୍କ ବେଫିକର ଓ ଅପାରଗତା ଯୋଗୁଁ ସେମାନେ ଏଥିରୁ ବର୍ତମାନ ପାଇଁ ବଂଚିତ ହେବାକୁ ଯାଉଛନ୍ତି। ଗଲା୨୭ ଜୁଲାଇରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ସରକାର। ସପ୍ତମ ବେତନ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ କରିବାକୁ ହେଲେ ରାଜ୍ୟ ଉପରେ କେତେ ଆର୍ଥିକ ବୋଝ ପଡ଼ିବ ତାହା ଜାଣିବାକୁ ଚାହିଁଥିଲେ। ମାତ୍ର ଲଜ୍ଜାର କଥା ରାଜ୍ୟ ସରକାର ଏଥିରେ ହାତ ଟେକି ଦେଇଛନ୍ତି। ସପ୍ତମ ବେତନ କମିଶନ ସୁପାରିଶ କାର୍ଯ୍ୟକାରୀ କରାଗଲେ ରାଜକୋଷ ଉପରେ କେତେ ଭାର ପଡ଼ିବ ତାହାର ଆକଳନ କରିନାହାନ୍ତି। ଏ ପର୍ଯ୍ୟନ୍ତ ତାହାର ଆକଳନ ହୋଇପାରିନାହିଁ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇ ଦେଇଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅଗଷ୍ଟ ୩ ତାରିଖରେ ପତ୍ରସଂଖ୍ୟା ୧୬୯୮୧ ଦ୍ୱାରା କେନ୍ଦ୍ରକୁ ନିଜ ଅପାରଗତା ଜଣାଇ ଦିଆଯାଇଛି।

ଏଠାରେ ପ୍ରଶ୍ନ ଉଠୁଛି, ସପ୍ତମ ବେତନ କମିଶନ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରି ଲାଗୁ କରିସାରିଲେଣି। ମାତ୍ର ରାଜ୍ୟ ସରକାର ଏହାର ଆର୍ଥିକ ଦିଗ ଉପରେ ଏ ପର୍ଯ୍ୟନ୍ତ ଆକଳନ କରିପାରୁନାହାନ୍ତି। ସାଧାରଣତଃ ବେତନ କମିଶନ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କଲା ପରେ ରାଜ୍ୟ ସରକାରମାନେ ଆନୁପାତିକ ନ ହେଲେ ମଧ୍ୟ ଗ୍ରହଣ କରିନିଅନ୍ତି। ୨୦୦୮ ମାର୍ଚ୍ଚରେ ଷଷ୍ଠ ବେତନ କମିଶନ ରିପୋର୍ଟ ଆସିଲା ପରେ ଆନ୍ଧ୍ର, କେରଳ, ପଂଜାବ ଓ କର୍ଣ୍ଣାଟକ ରାଜ୍ୟ ଛଡ଼ା ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ଏହାକୁ ଗ୍ରହଣ କରିନେଇଥିଲେ। ଏହି ୪ ଟି ରାଜ୍ୟ ନିଜର ବେତନ କମିଶନ ଗଠନ କରି ତାହାର ସୁପାରିଶକୁ କାର୍ଯ୍ୟକାରୀ କରିଥିଲେ। ମାତ୍ର ଏବେ ଓଡ଼ିଶା ସରକାର ସପ୍ତମ ବେତନ କମିଶନ ସୁପାରିଶକୁ ନିଜ ରାଜ୍ୟରେ ଲାଗୁ କରିବାରେ ଯାହା ବି ସମସ୍ୟା ଥାଉ ନା କାହିଁକି ତାହାର ଆକଳନ କରି ନ ପାରିବା କେନ୍ଦ୍ର ସରକାରଙ୍କୁ ମଧ୍ୟ ଚକିତ୍ କରିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଦାୟୀ ନା ପ୍ରଶାସନକଳର ଦାୟିତ୍ୱହୀନତା ଓ ଅପାରଗତା ଦାୟୀ ତାହା ବୁଝି ହେଉନାହିଁ।

ରାଜ୍ୟ ସରକାର ଅଭିବୃଦ୍ଧି ଓ ବିକାଶର କଥା କହି ଫୁଟାଣି ମାରୁଥିଲେ ମଧ୍ୟ ଆର୍ଥିକ ଭାରରେ ଛଟପଟ ହେଉଛନ୍ତି। କର୍ମଚାରୀଙ୍କ ଦରମା ଓ ପେନସନ୍ ବାବଦରେ ରାଜକୋଷରୁ ସିଂହଭାଗ ଖର୍ଚ୍ଚ ହେଉଛି। ଏତିକିବେଳେ ସପ୍ତମ ବେତନ କମିଶନଙ୍କ ଦରମା, ପେନସନ ଓ ଅନ୍ୟାନ୍ୟ ଭତା ଉପରେ ୨୩.୫୫ ପ୍ରତିଶତ ବୃଦ୍ଧି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଛାନିଆଁ କରିଛି। କେଉଁ ସୂତ୍ରରୁ ଏହାର ନିଜସ୍ୱ ଭରଣା କରିବେ ତାହାର ଥଳକୂଳ ନ ପାଇ ହାତବାନ୍ଧି ବସିଯାଇଛନ୍ତି। ତେବେ ସେ ଯାହା ହେଉ, ସପ୍ତମ ବେତନ କମିଶନଙ୍କ ସୁପାରିଶକୁ କାଂଟଛାଂଟ୍ କଲେ ବି ରାଜ୍ୟ ସରକାର କାର୍ଯ୍ୟକାରିବାକୁ ଏକରକମ ବାଧ୍ୟ। ମାତ୍ର ଏହି ବାସ୍ତବତା ଜାଣି ବି ସରକାରୀ ବାବୁମାନେ ଏ ପର୍ଯ୍ୟନ୍ତ ତାହାର ଆକଳନ କରି ନ ପାରିବା ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି। ଭବିଷ୍ୟତରେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇ ଖସିଯିବାର ବାଟ କଲେ ମହାନଦୀ ଚିଠି ଭଳି ଲୋକହସା ହେବାକୁ ହିଁ ପଡ଼ିବ।

 

Previous Post

ଜାଣି ଅଜଣା, ଏଠି ବି ମହାନଦୀରେ ବେଆଇନ ଡ୍ୟାମ୍

Next Post

ନା ଅଛି ଲଜ୍ଜା ନା ସରମ୍

Next Post
ନା ଅଛି ଲଜ୍ଜା ନା ସରମ୍

ନା ଅଛି ଲଜ୍ଜା ନା ସରମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA