Saturday, November 15, 2025 09:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ୟୁ ଆର୍ ଜିରୋ.. ଷ୍ଟାର୍ଟ ଫ୍ରମ୍ ଜିରୋ’

by Our Correspondent
11 Aug, 2017- 12:38 PM
in Latest News, Politics
1 min read
0
‘ୟୁ ଆର୍ ଜିରୋ.. ଷ୍ଟାର୍ଟ ଫ୍ରମ୍ ଜିରୋ’
ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବା ପାଇଁ ଦଳର ସଂଖ୍ୟାଧିକ ବିଧାୟକ ଚାପ ପକାଉଛନ୍ତି । ନିରଞ୍ଜନଙ୍କ ହାତରେ ଦାୟିତ୍ୱ ଦେଲେ କଂଗ୍ରେସ ସଂଗଠନ ମଜବୁତ ହେବ ଏବଂ ପଇସାରେ ବିଜେଡ଼ି ଓ ବିଜେପିକୁ ଟକ୍କର ଦେଇହେବ । ସୋନିଆ ଓ ରାହୁଲଙ୍କ ପାଖରେ ଏହି ଯୁକ୍ତି ରଖି ସେମାନେ ପ୍ରସାଦ ହଟାଓ ଅଭିଯାନ ଚଳାଇଛନ୍ତି । ହେଲେ ବିଧାୟକଙ୍କ ଦାବିକୁ ମାଆ-ପୁଅ ଗ୍ରହଣ କରିପାରୁନାହାନ୍ତି । ପଟ୍ଟନାୟକ ନାଁ ଶୁଣି ସେମାନେ ନାକ ଟେକୁଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିକଟରେ ନିରଞ୍ଜନ ଦିଲ୍ଲୀରେ ରାହୁଲଙ୍କୁ ଭେଟିଲା ବେଳେ ରାଜ୍ୟରେ କଂଗ୍ରେସର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ରାହୁଲ ମନଧ୍ୟାନ ଦେଇ ସବୁ ଶୁଣିଥିଲେ । ହେଲେ ଆସିଲା ବେଳେ ନିରଞ୍ଜନଙ୍କୁ ସିଧା ସିଧା ଶୁଣାଇଥିଲେ, ପଟ୍ଟନାୟକଜୀ.. ୟୁ ଆର୍ ଜିରୋ । ୟୁ ଷ୍ଟାର୍ଟ ଫ୍ରମ୍ ଜିରୋ । କେଉଁ ପରିପ୍ରେକ୍ଷୀରେ ରାହୁଲ ଏହା କହିଥିଲେ ତାହା ଜଣାପଡ଼ି ନ ଥିଲେ ମଧ୍ୟ ରାହୁଲଙ୍କ ଦୁଇ ପଦ କଥା ସେଦିନ ନିରଞ୍ଜନଙ୍କୁ ଭୀଷଣ କଷ୍ଟ ଦେଇଥିଲା ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ।
ପଟ୍ଟନାୟକ ପରିବାର ଉପରେ ସୋନିଆ ଓ ରାହୁଲ ପ୍ରବଳ କ୍ଷୁବ୍ଧ । ଏକଥା କଂଗ୍ରେସ ମହଲରେ କାହାରିକୁ ଅଛପା ନୁହେଁ । ପଟ୍ଟନାୟକ ପରିବାର ଦୁର୍ନୀତିଗ୍ରସ୍ତ ଏବଂ ଖଣି ମାଫିଆ ବୋଲି ଗାନ୍ଧୀ ପରିବାରର ଧାରଣା । ଖୋଦ୍ ଏହି କାରଣ ପାଇଁ ନିରଞ୍ଜନଙ୍କ ହାତରୁ ସେମାନେ ପିସିସି ନେତୃତ୍ୱ କାଢ଼ି ନେଇଥିବା ଚର୍ଚ୍ଚା ହୋଇଥିଲା । ନିରଞ୍ଜନଙ୍କ ହାତରୁ ନେତୃତ୍ୱ ହଟିବା ବେଳକୁ ରାଜ୍ୟ କଂଗ୍ରେସ ସଂଗଠନ ବେଶ ଚଳଚଞ୍ଚଳ ଥିଲା । କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା । କିନ୍ତୁ ସୋନିଆ-ରାହୁଲ ଏହାକୁ ଗୁରୁତ୍ୱ ଦେଲେନି । ବାର୍ତ୍ତା ଦେଲେ, ଭୋଟ ନ ମିଳୁ ପଛେ ପଟ୍ଟନାୟକ ପରିବାର ହାତରେ ନେତୃତ୍ୱ ଛାଡ଼ି କଂଗ୍ରେସକୁ ବଦନାମ ହେବାକୁ ଆଉ ସୁଯୋଗ ଦିଆଯିବନି ।
ପଟ୍ଟନାୟକ ପରିବାର ପ୍ରତି ସୋନିଆ ଓ ରାହୁଲଙ୍କର ଏଭଳି ଧାରଣା ତିଳେ ମାତ୍ର ବଦଳିନାହିଁ ତାହା ସେମାନଙ୍କ କାର୍ଯ୍ୟକଳାପ ବୟାନ କରୁଛି । ଏହା ହୋଇଥିଲେ ପଞ୍ଚାୟତ ନିର୍ବାଚନରେ ଦଳର ଏତେବଡ଼ ବିପର୍ଯ୍ୟୟ ପରେ ବି ସେମାନେ ପ୍ରସାଦ ହରିଚନ୍ଦନଙ୍କୁ ସମ୍ଭାଳି ରଖି ନ ଥାନ୍ତେ । ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବାକୁ ବିଧାୟକ ଦଳ ଅଡି ବସିଥିଲେ ମଧ୍ୟ ତାହାକୁ ଅଣଦେଖା କରୁ ନ ଥାନ୍ତେ । ଓଲଟି ପ୍ରସାଦଙ୍କ ହାତରେ ନେତୃତ୍ୱ ରଖି ସେମାନେ ଦଳ ଆଗକୁ ନେବାକୁ ବାଟ ତିଆରି କରୁଥିବା ଧାରଣା ସୃଷ୍ଟି ହୋଇଛି । ଏହା ବି ସତ, ନିରଞ୍ଜନଙ୍କୁ ଛାଡ଼ିଦେଲେ ପ୍ରସାଦଙ୍କ ଜାଗାରେ ବିକଳ୍ପ ଖୋଜିବା ସୋନିଆ-ରାହୁଲଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରୁଥିଲେ ମଧ୍ୟ ପ୍ରସାଦଙ୍କ ଜାଗାରେ ଭକ୍ତ ଦାସଙ୍କୁ ସେମାନେ ଭରସି ପାରୁନାହାନ୍ତି ।
ନେତୃତ୍ୱ ପରିବର୍ତ୍ତନ ଦାବିକୁ ନେଇ ଦଳରେ ସଙ୍କଟ ଜାରି ରହିଥିଲା ବେଳେ ସମାଧାନର ବାଟ ବାହାର କରିବା ପାଇଁ ସୋନିଆ-ରାହୁଲ ଆଜି ତିନି ଜଣ ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ଓଡ଼ିଶା ପଠାଇଛନ୍ତି । ତିନି ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ସେମାନେ ବିଧାୟକ ଓ ଦଳୀୟ ନେତାଙ୍କ ସହ ପୃଥକ୍ ଭାବେ ଆଲୋଚନା କରିବେ । ଆଲୋଚନାର ନିର୍ଯ୍ୟାସ ବାହାର କରି ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ।
କୁହାଯାଉଛି, ପ୍ରସାଦଙ୍କ ନେତୃତ୍ୱକୁ ଦଳରେ ପ୍ରବଳ ବିରୋଧ ରହିଥିବା ହାଇକମାଣ୍ଡଙ୍କୁ ଅଜଣା ନାହିଁ । ପ୍ରସାଦଙ୍କ ଭାବମୂର୍ତ୍ତି ଭଲ ହୋଇଥିଲେ ବି ସମସ୍ତଙ୍କୁ ଏକାଠି ନେବାରେ ବିଫଳ ହୋଇଛନ୍ତି । ଦଳରେ ତାଙ୍କର ମନମାନି ବରିଷ୍ଠଙ୍କୁ ଅସହ୍ୟ କରିଛି । ତାହା ଜାଣିବା ସତ୍ତ୍ୱେ ପ୍ରସାଦଙ୍କ ଉପରେ ରାହୁଲଙ୍କର ଦୁର୍ବଳତା ରହିଛି । ରାହୁଲଙ୍କ ଦୁର୍ବଳତାକୁ ପୁଞ୍ଜି କରି ପ୍ରସାଦ ନିଜ ଆସନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଏହି ଉଦ୍ୟମରେ ସେ ପର୍ଯ୍ୟବେକ୍ଷକଙ୍କୁ ଭେଟିବା କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତିରେ ପ୍ରତିପକ୍ଷଙ୍କ ସ୍ୱର ଚପାଇବା ପାଇଁ ଗୋଟିଚାଳନା କରିଛନ୍ତି । ପର୍ଯ୍ୟବେକ୍ଷକଙ୍କୁ ବିିଧାୟକମାନେ ମେଳି ହୋଇ ଯେପରି ଭେଟି ନ ପାରିବେ ସେହି ବ୍ୟବସ୍ଥା କରିଛନ୍ତି । ସେହିଭଳି ତୃଣମୂଳ ସଂଗଠନକୁ ନିଜ ଦବଦବାରେ ରଖିଥିବା ପ୍ରସାଦ ପର୍ଯ୍ୟବେକ୍ଷକମାନଙ୍କ ଆଗରେ ସେମାନଙ୍କ ମତାମତ ରଖିବାର ଆଗୁଆ ସୁଯୋଗ ରଖିଛନ୍ତି ।
ପିସିସି ନେତୃତ୍ୱ ଦାବିଦାରରେ ନିରଞ୍ଜନଙ୍କ ପଲା ଭାରି ରହିଥିବା କୁହାଯାଉଥିଲେ ମଧ୍ୟ ପ୍ରସାଦ ନିଜ ଚଉକି ବଞ୍ଚାଇବାକୁ ଦିଲ୍ଲୀରୁ ପଲ୍ଲୀ ଯାଏଁ ଖେଳ କରିଦେଇଛନ୍ତି । ସେପଟେ ପ୍ରସାଦ ବିରୋଧୀ ବି ଦୁଇଗୋଷ୍ଠୀ ହୋଇଛନ୍ତି । ସଂଖ୍ୟାଧିକ ବିଧାୟକ ଓ କିଛି ବରିଷ୍ଠ ନେତା ନିରଞ୍ଜନଙ୍କ ସପକ୍ଷରେ ବାହାରିଥିଲା ବେଳେ ନକୁଳ ନାଏକଙ୍କ ନେତୃତ୍ୱରେ ଅନ୍ୟ ଏକ ଗୋଷ୍ଠୀ ଭକ୍ତ ଦାସଙ୍କ ପାଇଁ ଲବି କରୁଛନ୍ତି । ନିରଞ୍ଜନଙ୍କୁ ଚେକ୍ ଦେବା ପାଇଁ ଶ୍ରୀକାନ୍ତ ଜେନା ନିଜର ସବୁ କୌଶଳ ଲଗାଇଛନ୍ତି । ଏଭଳିସ୍ଥିତିରେ କଂଗ୍ରେସ ନେତୃତ୍ୱ ଏକ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ନିରଞ୍ଜନ-ଭକ୍ତ ବଳ କଷାକଷିରୁ ପ୍ରସାଦ ଯେ ଫାଇଦା ମାରି ନିଜ ଆସନ ବଞ୍ଚାଇଦେବେ ତାହା ବି ଦେଖାଗଲାଣି ।
Previous Post

କଲମରେ କାଉଚ୍, ମାମଲା ଗଲା ଥାନାକୁ

Next Post

ମହାନଦୀ ବଞ୍ଚାଓ ଆନ୍ଦୋଳନକୁ ସମର୍ଥନର ସୁଅ

Next Post
ମହାନଦୀ ବଞ୍ଚାଓ ଆନ୍ଦୋଳନକୁ ସମର୍ଥନର ସୁଅ

ମହାନଦୀ ବଞ୍ଚାଓ ଆନ୍ଦୋଳନକୁ ସମର୍ଥନର ସୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA