Wednesday, May 20, 2026 03:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୦୪ ର ମଜ୍ଜା ନେଉଥିବା ଅଭଦ୍ରଙ୍କ ପାଇଁ ପୁଲିସ ଚୁପ୍ !

by Our Correspondent
16 May, 2020- 12:36 PM
in Latest News, News
1 min read
0
୧୦୪ ର ମଜ୍ଜା ନେଉଥିବା ଅଭଦ୍ରଙ୍କ ପାଇଁ ପୁଲିସ ଚୁପ୍ !
ଭୁୁବନେଶ୍ୱର: କରୋନା ପାଇଁ ରାଜ୍ୟରେ ଏବେ ଜରୁରୀକାଳୀନ ଅବସ୍ଥା । ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇ ସ୍ଥିତି ମନିଟରିଂ କରାଯାଉଛି । ୧୦୪ ଟୋଲ୍ ଫ୍ରି ନମ୍ବରରେ ଲୋକଙ୍କ ସମସ୍ୟା ସହିତ ଯୋଡି ହେଉଛନ୍ତି ଟିମ୍ । କୋଭିଡ୍ ମୁକାବିଲା ପାଇଁ ଉଦ୍ଦିଷ୍ଟ ଏହି କଣ୍ଟ୍ରୋଲ୍ ରୁମ୍ ର କଲ୍ ସେଣ୍ଟରରେ କାମ କରୁଛନ୍ତି ସଂଖ୍ୟାଧିକ ପୁରୁଷ ଓ ମହିଳା କର୍ମଚାରୀ । ୧୦୪ କୁ ଆସୁଥିବା କଲ୍ ଉଠାଇ ଆବଶ୍ୟକ ପରାମର୍ଶ ଦେଉଛନ୍ତି ।
ମାତ୍ର ଦୁର୍ଭାଗ୍ୟ ଯେ ଏଭଳି ମହତ୍ତ୍ୱ କାର୍ଯ୍ୟରେ ସଂପୃକ୍ତ ଥିବା ମହିଳା କର୍ମଚାରୀଙ୍କ ଧ୍ୱଜା ଉଡାଉଛନ୍ତି କିଛି ଅସାମାଜିକ ବ୍ୟକ୍ତି । କିଏ ‘ଆଇ ଲଭ୍ ୟୁ’ କହି ପ୍ରେମ ନିବେଦନ କରୁଛି ତ କିଏ ‘ଏକୁଟିଆ ଟିକେ ପାଖକୁ ଆସ’ ବୋଲି ଡାକୁଛି । ଆଉ କିଏ ନିଜକୁ ‘ମଶାଣୀ ଚଣ୍ଡୀ’ କହି ଡରାଉଛି । ଅନେକ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ବି କରୁଛନ୍ତି । ଥରେ ଅଧେ ନୁହେଁ ପ୍ରାୟ ଏଭଳି ଘଟଣା ଘଟୁଛି । ଏହି ଫେକ୍ କଲ୍ ର ରେକର୍ଡିଂ ବିଭିନ୍ନ ଗଣମାଧ୍ୟମ ଜରିଆରେ ସାମନାକୁ ଆସୁଛି । କରୋନା ଯୋଦ୍ଧା ସାଜିଥିବା ମହିଳା କର୍ମଚାରୀମାନଙ୍କ ପ୍ରତି ଅଭଦ୍ର ଲୋକଙ୍କ ଅଶାଳୀନ ଭାଷା ଟିଭିରୁ ଶୁଣି ଭଦ୍ର ସମାଜର ମୁଣ୍ଡ ଲଜ୍ଜାରେ ତଳକୁ ହୋଇଯାଉଛି ।
କଲ୍ ସେଣ୍ଟର୍ କାମରେ ବାଧା ସୃଷ୍ଟି କରି ଫେକ୍ କଲ୍ କରୁଥିବା ଅଭଦ୍ରମାନଙ୍କ ପରିଚୟ ଯେ ଅଜଣା ତାହା ନୁହେଁ । ମୋବାଇଲ୍ କି ଲ୍ୟାଣ୍ଡ ଫୋନ୍ ରୁ ସେମାନଙ୍କର ପରିଚୟ ଟ୍ରେସ୍ କରିବାରେ ଅସୁବିଧା ନାହିଁ । କଲ୍ ସେଣ୍ଟର୍ ପକ୍ଷରୁ ମାସେ ତଳେ ୩୮ ଜଣ ଅସାମାଜିକ/ ଅଭଦ୍ରଙ୍କର ତାଲିକା ପୁଲିସକୁ ଦିଆଯାଇଥିଲା । ସେମାନଙ୍କ ବିରୋଧରେ କେସ୍ ରେଜିଷ୍ଟ୍ରି କରାଗଲା ବୋଲି ପୁଲିସ ଗଣମାଧ୍ୟମକୁ ଜଣାଇଥିଲା । ମାତ୍ର ସେହି ତାଲିକା ଓ କେସ୍ କୁଆଡ଼େ ହଜିଗଲାଣି । ପୁଲିସର ଦକ୍ଷତାକୁ ଠିକ୍ ପରଖିଥିବା ଅସାମାଜିକମାନେ ପୁଣି ଉତ୍ପାତ କଲେଣି ।
ଏପଟେ, ପୁଲିସର ନିଷ୍କ୍ରିୟତା ଜାଣିବା ପରେ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କର ମନୋବଳ ଭାଙ୍ଗିଯାଇଛି । ପରିସ୍ଥିତି ଏଭଳି ହୋଇଛି ଯେ କଲ୍ ସେଣ୍ଟରରେ ଡ୍ୟୁଟି କରିବାକୁ ମହିଳାମାନେ ରାଜି ହେଉନାହାନ୍ତି । ଫେକ୍ କଲ୍ କରୁଥିବା ଅଭଦ୍ରମାନଙ୍କ ଅଶାଳୀନ କଥାବାର୍ତ୍ତା ସେମାନଙ୍କୁ ଅତିଷ୍ଠ କରୁଛି ।
ସୂଚନାଥାଉକି, କୋଭିଡ୍ ମୁକାବିଲାରେ ନିୟୋଜିତ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିେଲେ ଯେ କରୋନା ସଙ୍କଟ ବେଳେ ଅସାମାଜିକ ଲୋକଙ୍କ କାର୍ଯ୍ୟକୁ ବରଦାସ୍ତ କରାଯିବନି । କଠୋର କାର୍ଯ୍ୟାନୁଷ୍ଠାନ ହେବ ।
ମାତ୍ର ବାସ୍ତବରେ ହେଉଛି କ’ଣ? ଏଭଳି ଅସାମାଜିକ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ କରି ପୁଲିସ ଚୁପ୍ ବସିଛି କେମିତି? ଏଭଳି କିଛି ଅଭଦ୍ରଙ୍କୁ ସାବାଡ଼ କରିଦେଲେ ଆଉ ଅଭଦ୍ରାମୀ କରିବାକୁ କିଏ ସାହାସ କରନ୍ତେ କି? ଲକଡାଉନ୍ ନିୟମ ଭାଙ୍ଗୁଥିବା ମଟରସାଇକେଲ ଆରୋହୀ, ପରିବା ବିକାଳୀଙ୍କୁ ପୁଲିସ ବସଉଠ୍ କରି ପିଟୁଥିବା ବେଳେ ସରକାରୀସ୍ତରରେ କରୋନା ଯୁଦ୍ଧର ଅଗ୍ରଭାଗରେ ଥିବା ମହିଳାଙ୍କ ଇଜ୍ଜତ ସହ ଖେଳୁଥିବା ଅସମାଜିକଙ୍କ ପାଇଁ ପୁଲିସର ନରମ ଆଭିମୁଖ୍ୟ କାହିଁକି ?
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ହେୟଜ୍ଞାନ କରିବାକୁ କମିଶନରେଟ୍ ପୁଲିସ ସାହାସ କରିବା ସାଧାରଣ ଲୋକଙ୍କୁ ବିସ୍ମିତ କରୁଛି । ଯଦି ରାଜ୍ୟ ସରକାରଙ୍କ ମୁଖ୍ୟ ଦପ୍ତରରେ କରୋନା ମୁକାବିଲାରେ ନିୟୋଜିତ ମହିଳା କର୍ମଚାରୀଙ୍କୁ କମିଶନରେଟ୍ ପୁଲିସ ସୁରକ୍ଷା ଦେଇପାରୁନି ତେବେ ସାଧାରଣ ଲୋକଙ୍କୁ କେମିତି ସୁରକ୍ଷା ଦେବ ବୋଲି ଅନେକ ପ୍ରଶ୍ନ କଲେଣି । କମିଶନରେଟ୍ ପୁଲିସର ମୁଖିଆ ଭାବେ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସେମାନେ ସିଧାସଳଖ ଦାୟୀ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ଆକ୍ଟିଭ୍ ଥିବା କମିଶନର ଅସାମାଜିକଙ୍କୁ ସାବାଡ଼୍ କରିବାକୁ ଅନ୍ତତଃପକ୍ଷେ ଟ୍ୱିଟ୍ ଟେ ନ କରିବା ସେମାନଙ୍କୁ ବ୍ୟଥିତ କରିଛି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା, କମିଶନର ଡ. ଷଡ଼ଙ୍ଗୀ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥିଲେ ବି ସମ୍ଭବତଃ ଛୋଟିଆ ମାମଲା ଭାବି ଦାୟିତ୍ୱ ନେବାକୁ ଚାହିଁନାହାନ୍ତି । ଦୁଇଦିନ ତଳେ ସାମ୍ବାଦିକମାନେ ଏ ବିଷୟରେ ତାଙ୍କର ଦୃଷ୍ଟିକୁ ଆଣି ମତାମତ ମାଗିଥିଲେ । ମାତ୍ର ମାମଲା ଉପରେ ଡିସିପିଙ୍କୁ ପଚାର ବୋଲି କମିଶନର ପରାମର୍ଶ ଦେଇଥିଲେ ।
ତେବେ ଡିସିପିଙ୍କ ସହ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହୋଇପାରିନାହିଁ । ଅନ୍ୟପକ୍ଷରେ ଏହି ମାମଲାର ତଦନ୍ତ ଦାୟିତ୍ୱରେ ଥିବା କିଛି ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ପଚାରିବାରୁ ସେମାନେ କୋଭିଡ୍ କାର୍ଯ୍ୟରେ ବ୍ୟସ୍ତ ଥିବାର ବାହାନା ଦେଖାଇଛନ୍ତି ।
Previous Post

ମାଡି ଆସୁଛି ବାତ୍ୟା: ଡିପ୍ରେସନ୍ ରୂପ ନେଲା, କାଲି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ

Next Post

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ୯୧ ନୂଆ ଆକ୍ରାନ୍ତ

Next Post
ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ୯୧ ନୂଆ ଆକ୍ରାନ୍ତ

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ୯୧ ନୂଆ ଆକ୍ରାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA