ଭୁୁବନେଶ୍ୱର: ଗତକାଲି ରାତିରୁ ଆଜି ସକାଳ ମଧ୍ୟରେ ରାଜ୍ୟରୁ ୭୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୨ ଥିବା ବେଳେ ଯାଜପୁର ୧୭, ଭଦ୍ରକ ୯, ଖୋର୍ଦ୍ଧା ୩ ଏବଂ ସୁନ୍ଦରଗଡ଼ରୁ ୨ ପଜିଟିଭ୍ ଅଛନ୍ତି । ଗଞ୍ଜାମର ୪୨ ଏବଂ ଖୋର୍ଦ୍ଧାର ୩ ଜଣ ଯାକ ଆକ୍ରାନ୍ତଙ୍କ ସହ ଭଦ୍ରକର ୫ ଜଣ ଆକ୍ରାନ୍ତ ସୁରତ ଫେରନ୍ତା । ଭଦ୍ରକର ଅବଶିଷ୍ଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ କୋଲକତା ଏବଂ ଜଣେ କର୍ଣ୍ଣାଟକ ଫେରନ୍ତା । ଯାଜପୁରର ୧୭ ଜଣ ଯାକ ଆକ୍ରାନ୍ତ କୋଲକତା ଫେରନ୍ତା ହୋଇଥିବା ବେଳେ ସୁନ୍ଦରଗଡ଼ର ୨ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍ ର । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ ରେ ଥିଲେ ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଞ୍ଚିଛି । ୩ ଜଣ ମୃତ ଏବଂ ୧୪୩ ଜଣ ସୁସ୍ଥ ହୋଇଥିବାରୁ ଏବେ ୪୬୫ ଜଣ ଆକ୍ରାନ୍ତ(ଆକ୍ଟିଭ୍) ଚିକିତ୍ସିତ ହେଉଛନ୍ତି ।
ଜିଲ୍ଲାୱାରୀ ଆକ୍ରାନ୍ତଙ୍କ ସଂଖ୍ୟା(୨୧ ଜିଲ୍ଲା)
ଗଞ୍ଜାମ ୨୫୨, ବାଲେଶ୍ୱର ୯୦, ଯାଜପୁର ୮୮, ଖୋର୍ଦ୍ଧା ୫୩, ଭଦ୍ରକ ୪୦, ସୁନ୍ଦରଗଡ଼ ୨୫, ଅନୁଗୁଳ ୧୫, ମୟୁରଭଞ୍ଜ ୯, କେନ୍ଦ୍ରାପଡ଼ା ୯, ଜଗତସିଂହପୁର ୫, ପୁରୀ ୪, କେନ୍ଦୁଝର ୪, ବୌଦ୍ଧ ୪, କଟକ ୩, କଳାହାଣ୍ଡି ୨, ଝାରସୁଗୁଡ଼ା ୨, ବଲାଙ୍ଗୀର ୨, ନୟାଗଡ଼ ୧, କୋରାପୁଟ ୧, ଢ଼େଙ୍କାନାଳ ୧, ଦେବଗଡ଼ ୧ ।
କଳାହାଣ୍ଡି, ଝାରସୁଗୁଡ଼ା, କୋରାପୁଟ, ଢ଼େଙ୍କାନାଳ ଏବଂ ଦେବଗଡ଼ ଆକ୍ରାନ୍ତମାନେ ସୁସ୍ଥ ହୋଇଥିବାରୁ ଏବେ ୧୬ ଜିଲ୍ଲାରୁ ୪୬୫ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।