ଭୁୁବନେଶ୍ୱର: ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଯାଜପୁରର ୩୧, ଗଞ୍ଜାମ ୧୩, କଟକ ୬, କେନ୍ଦ୍ରାପଡ଼ା ୪, ପୁରୀ ୪, ଖୋର୍ଦ୍ଧା ୩, ମୟୁରଭଞ୍ଜ ୨ ଏବଂ ନୟାଗଡ଼ ୨ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କର ସବିଶେଷ ତଥ୍ୟ ଦିଆଯାଇନ ଥିଲେ ମଧ୍ୟ ୬୫ ଜଣଙ୍କ ମଧ୍ୟରୁ ୬୨ ଜଣ ସରକାରୀ କ୍ୱାରେଣ୍ଟାଇନ୍ ରେ ଏବଂ ୩ ଜଣ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ ବୋଲି ଜଣାପଡ଼ିଛି ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ମୃତ ଏବଂ ୧୬୬ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୫୬୮ ।
ଆକ୍ରାନ୍ତଙ୍କ ତାଲିକାରେ ଗଞ୍ଜାମ ଜିଲ୍ଲା ଶୀର୍ଷ ସ୍ଥାନରେ ଥିଲେ ମଧ୍ୟ ଗତ ଦୁଇ ଦିନ ଧରି ଜିଲ୍ଲାରେ ନୂଆ ପଜିଟିଭ୍ ସଂଖ୍ୟା କମିଯାଇଛି । ଦୁଇ ଦିନ ଭିତରେ ଜିଲ୍ଲାରେ ମାତ୍ର ୨୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାୱାରୀ ଆକ୍ରାନ୍ତଙ୍କ ତାଲିକା ହେଲା- ଗଞ୍ଜାମ ୨୭୭, ଯାଜପୁର ୧୨୧, ବାଲେଶ୍ୱର ୧୦୨ , ଖୋର୍ଦ୍ଧା ୫୬, ଭଦ୍ରକ ୪୬, ସୁନ୍ଦରଗଡ଼ ୨୬, କେନ୍ଦ୍ରାପଡ଼ା ୨୬, ପୁରୀ ୧୮, ଅନଗୁଳ ୧୫, ମୟୁରଭଞ୍ଜ ୧୧, କଟକ ୧୦, ନୟାଗଡ଼ ୬, ଜଗତସିଂହପୁର ୫, କେନ୍ଦୁଝର ୪, ବୌଦ୍ଧ ୪, କଳାହାଣ୍ଡି ୨, ଝାରସୁଗୁଡା ୨, ଦେବଗଡ଼ ୨, ବଲାଙ୍ଗୀର ୨, କୋରାପୁଟ ୧, ଢ଼େଙ୍କାନାଳ ୧ ।