Wednesday, April 29, 2026 11:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅକାଳରେ ଚାଲିଗଲେ ସୁବାସ ଚୌହାନ୍

by Our Correspondent
10 May, 2020- 07:47 AM
in Latest News, News
1 min read
0
ଅକାଳରେ ଚାଲିଗଲେ ସୁବାସ ଚୌହାନ୍
ଭୁବନେଶ୍ୱର: ମାତ୍ର ୫୪ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି ଲୋକପ୍ରିୟ ନେତା ସୁବାସ ଚୌହାନ୍ । ଲିଭର୍ କ୍ୟାନସର୍ ସହ ମାତ୍ର ୪ ମାସର ଲଢ଼େଇରେ ସେ ହାରି ଯାଇଛନ୍ତି । ଗତ ରାତି ୩ଟା ୫ ମିନିଟ୍ ରେ ତାଙ୍କର ପରଲୋକ ହୋଇଛି । ଗତ ୩୦ ତାରିଖରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ଆପୋଲୋ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟର୍ ରେ ରଖାଯାଇଥିଲା । ଟାଣୁଆ ଯୁବନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ୍ ଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତୁ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି ।
ବରଗଡ଼ରେ ଜନ୍ମିତ ଶ୍ରୀ ଚୌହାନ୍ ଛାତ୍ର ଜୀବନରୁ ଜଣେ କଟର୍ ପନ୍ଥୀ ହିନ୍ଦୁ ନେତା ଭାବେ ପରିଚିିତ ଥିଲେ । ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ବାଧ୍ୟବାଧକତାରେ କିନ୍ତୁ ଅଲଗା ରାସ୍ତା ଆପଣେଇଥିଲେ । ବରଗଡ଼ ଲୋକସଭା ନିର୍ବାଚନରୁ ସେ ଦ୍ୱିତୀୟ ଥର ପାଇଁ ବିଜେପି ଟିକେଟରେ ଲଢ଼ିବାକୁ ଆଗ୍ରହୀ ଥିଲେ ମଧ୍ୟ ଟିକେଟ୍ ନ ମିଳିବାରୁ ସ୍ୱାଭିମାନର ଦ୍ୱାହିରେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । ବିଜେଡ଼ି ତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇ ନ ଥିଲେ ମଧ୍ୟ ଦଳରେ ଉପଯୁକ୍ତ ମର୍ଯ୍ୟାଦା ଦେଇଥିଲା । ନିର୍ବାଚନ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଯୁକ୍ତି ଦେଇଥିଲେ ।
ଦାୟିତ୍ୱ ପାଇବା କ୍ଷଣି ଶ୍ରୀ ଚୌହାନ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ନିଜର ସଂକଳ୍ପବଦ୍ଧତା ଦେଖାଇଥିଲେ । ୧୦୦ ଦିନର କାର୍ଯ୍ୟକ୍ରମ ସ୍ଥିର କରି ଜିଲ୍ଲା ବୁଲିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ହିସାବ ଦେଇଥିଲେ । ଗତ ଡିସେମ୍ବର ମାସରେ କଳାହାଣ୍ଡିରେ ଏକ ମିଟିଂ ସାରି ସମ୍ବଲପୁର ଫେରୁଥିବା ବେଳେ ବାଟରେ ଅସୁସ୍ଥ ହୋଇପଡ଼ିଥିଲେ । ପରୀକ୍ଷା ପରେ ସେ ଲିଭର୍ କ୍ୟାନସର୍ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲ୍ ରେ ସେ ପ୍ରାୟ ତିନି ମାସ ଧରି ଚିକିତ୍ସିତ ହେବା ପରେ ଓଡ଼ିଶା ଫେରି ଆସିଥିଲେ ।
ଅବିବାହିତ ଚୌହାନ୍ ଭୁବନେଶ୍ୱର ବିବେକାନନ୍ଦ ମାର୍ଗରେ ଥିବା ଜଣେ ଦୂର ସମ୍ପର୍କୀୟଙ୍କ ଘରେ ରହୁଥିଲେ । ସମ୍ପୂର୍ଣ୍ଣ ଶଯ୍ୟାସାୟୀ ଥିଲେ ମଧ୍ୟ ନିଜ ଉପରୁ ଆଦୌ ବିଶ୍ୱାସ ହରାଇ ନ ଥିଲେ । ଜୀବନଯୁଦ୍ଧରେ ସେ ନିଶ୍ଚିତ ଜିତିବେ ବୋଲି ତାଙ୍କର ଆତ୍ମବିଶ୍ୱାସ ଥିଲା । ମାତ୍ର ତାହା ସମ୍ଭବ ହେଲାନି । ହାରିଗଲେ ସେ ।
କ୍ୟାରିୟର୍:୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସୁବାସ ଚୌହ୍ୱାନ ହିନ୍ଦୁ ଜାଗରଣ ମଞ୍ଚର ଓଡ଼ିଶା ପ୍ରଦେଶର ସଭାପତି ଥିଲେ । ୨୦୦୦ ରୁ ୨୦୦୩ ପର୍ଯ୍ୟନ୍ତ ସେ ଆରଏସଏସ ର ଯୁଗ୍ମ ପ୍ରଚାର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ୨୦୧୧ ରେ ସେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ଆବାହକ ମଧ୍ୟ ଥିଲେ । ୨୦୦୩ ରୁ ୨୦୦୬ ପର୍ଯ୍ୟନ୍ତ ସେ ଓଡ଼ିଶା ବଜରଙ୍ଗ ଦଳର ଆବାହକ ଦାୟିତ୍ୱରେ ଥିଲେ । ୨୦୦୬ ରୁ ୨୦୦୭ ବର୍ଷେ ଯାଏଁ ବଜରଙ୍ଗ ଦଳର ଜୋନାଲ୍ ଆବାହକ ଥିଲେ । ୨୦୦୮ ମସିହାରେ ବଜରଙ୍ଗ ଦଳର ଜାତୀୟ ସହ ଆବାହକ ଦାୟିତ୍ୱ ପାଇଥିଲେ । ୨୦୧୦ ଜୁଲାଇ ମାସରେ ବଜରଙ୍ଗ ଦଳର ଜାତୀୟ ଆବାହକ ଭାବେ ନିଯୁକ୍ତି ପାଇ ୨୦୧୨ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
୨୦୧୪ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ସ୍ୱଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ହାରିଥିଲେ ମଧ୍ୟ ନିର୍ବାଚନମଣ୍ଡଳୀରେ ୫ ବର୍ଷ କାଳ ସକ୍ରିୟ ଭାବେ ସଂଗଠନ କାର୍ଯ୍ୟ ଜାରି ରଖିଥିଲେ । ନମ୍ର, ମେଳାପୀ ଏବଂ ଉତ୍ସର୍ଗୀକୃତ ସ୍ୱଭାବ ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ।
Previous Post

ରାଜ୍ୟରେ ଆଉ ୫୮ ପଜିଟିଭ୍

Next Post

Advertisement

Next Post
Advertisement

Advertisement

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA