Sunday, April 19, 2026 01:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଭିଜିତ୍ ସପକ୍ଷରେ ଅଣ୍ଟା ଭିଡ଼ିଲା ଓଟିଭି

by Our Correspondent
25 Oct, 2018- 10:41 AM
in Latest News, News
1 min read
0
ଅଭିଜିତ୍ ସପକ୍ଷରେ ଅଣ୍ଟା ଭିଡ଼ିଲା ଓଟିଭି
ଭୁବନେଶ୍ୱର: ଅଭିଜିତ୍ ଆୟାର ମିତ୍ରଙ୍କ ଟୁଇଟର୍ ଓ ପାଟିରୁ ଓଡ଼ିଶାର ଅସ୍ମିତାକୁ ବାରମ୍ବାର ଆଘାତ ଆସୁଥିବା ବେଳେ ଓଟିଭି ଚୁପ୍ ବସିଥିଲା । ସାଧାରଣ ଜନତାଠାରୁ ଆରମ୍ଭ କରି ବିଧାନସଭା ଯାଏଁ ପ୍ରସଙ୍ଗ ନିଆଁ ଧରିଥିବା ବେଳେ ଓଟିଭି ଚାପି ହୋଇଯାଇଥିଲା । ଓଡ଼ିଶାର ଅସ୍ମିତା ମୂଲ୍ୟରେ ଅଭିଜିତ୍ ଙ୍କୁ ଖୋଲାଖୋଲି ସମର୍ଥନ ଦେବା ପାଇଁ ସାହାସ କରିପାରୁ ନ ଥିଲା । ମାତ୍ର ଅଭିଜିତ୍ ଗୃହ କମିଟି ଦ୍ୱାରା ଜେରା ହେବା ଏବଂ ଆଇନ ଜାଲକୁ ଆସି ଜେଲ୍ ଯିବା ପରେ ସମ୍ଭାଳି ପାରିନି । ନିଜ ମାଲିକଙ୍କ ସ୍ୱାର୍ଥକୁ ଉଚ୍ଚା କରିବାକୁ ଯାଇ ଓଡ଼ିଶାର ଅସ୍ମିତାକୁ ଛୋଟ କରିବାକୁ ଉଦ୍ୟମ କରିଛି । ଆଇନ କାନୁନକୁ ମୁହଁ ମୋଡ଼ିବାକୁ ଉଦ୍ୟମ କରିଛି । ମାମଲାରେ ରାଜନୈତିକ ରଙ୍ଗ ଦେଇ ଅଭିଜିତ୍ ସପକ୍ଷରେ ଖୋଲାଖୋଲି ବାହାରି ପଡ଼ିଛି ।
ବୈଜୟନ୍ତ ପଣ୍ଡାଙ୍କ ଉପରେ ରାଗ ସୁଝାଇବାକୁ ଅଭିଜିତ୍ ଆୟାର ପ୍ରସଙ୍ଗରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି ବୋଲି ଓଟିଭି କହିବା ଆରମ୍ଭ କରିଛି । ଓଡ଼ିଶାର ସଂସ୍କୃତି,ଐତିହ୍ୟ, ବିଧାନସଭା ଏବଂ ସାମ୍ବାଦିକଙ୍କ ଇଜ୍ଜତ ଲୁଟିଥିବା ନିଜ ମାଲିକଙ୍କ ଏହି ବନ୍ଧୁ ଆଇନ ଜାଲରେ ପଡ଼ି ବନ୍ଧା ହେବା ପରେ ସରକାରଙ୍କୁ ଟାର୍ଗେଟ୍ କରିଛି । ବିଧାନସଭା ଗୃହ କମିଟିକୁ ନିଶାନା କରିବାକୁ ମଧ୍ୟ ପଛାଇନି । ଓଡ଼ିଶାକୁ ଅଭିଜିତ୍ ର ବାରମ୍ବାର କଟାକ୍ଷ ଓଟିଭିକୁ ଛୋଟିଆ ଦିଶିଛି । ଅଭିଜିତ୍ ର ଅପରାଧକୁ ଖୋଦ ସୁପ୍ରିମକୋର୍ଟ ଗମ୍ଭୀରତା ଦେଖାଇଥିବା ବେଳେ ଓଡ଼ିଶା ମାଟିର ଏହି ଟିଭି ଚାନେଲ୍ ପାଇଁ ଗୌଣ ହୋଇଯାଇଛି । ନିଜ ମାଲିକଙ୍କ ସ୍ୱାର୍ଥରକ୍ଷା ଏଜେଣ୍ଡାରେ ଓଟିଭି ନିଜେ କହିବାକୁ ଚାହୁଁଥିବା ମତକୁ ରାଜ୍ୟର ବିଭିନ୍ନ କୋଣରୁ କିଛି ତଥାକଥିତ ବୁଦ୍ଧିଜୀବୀଙ୍କ ପାଟିରେ କୁହାଇଛି । କୁଆଡ଼େ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଓ ‘ତିତଲି’ ମୁକାବିଲାର ଅପାରଗତାକୁ ଘୋଡାଇବା ପାଇଁ ଅଭିଜିତ୍ ଆୟାର ଗିରଫରେ ସରକାର ତତ୍ପରତା ଦେଖାଇଛନ୍ତି ।
ଏଭଳି ପ୍ରଚାର କରି ଓଡ଼ିଶାବାସୀଙ୍କୁ ଓଟିଭି ବୁଦ୍ଦୁ ଓ ଭକୁଆ ବନେଇବାକୁ ଉଦ୍ୟମ କରୁଛି ବୋଲି ବିଭିନ୍ନ ସଂଗଠନ, ବୁଦ୍ଧୀଜୀବୀ ଓ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସେମାନଙ୍କ ମତରେ, ଅଭିଜିତ୍ ଆୟାର ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ବୋଲି ସମସ୍ତେ ଜାଣିଛନ୍ତି । ବୈଜୟନ୍ତ ତାଙ୍କୁ ଓଡ଼ିଶା ବୁଲାଇ ଆଣିଥିବା ସମୟରେ ସେ ଓଡ଼ିଶାର ଅସ୍ମିତାକୁ କୁଠାରଘାତ କରିଛନ୍ତି । ମାମଲା ଆଇନ ଗଣ୍ଡିକୁ ଚାଲିଯିବା ପରେ ଅଭିଜିତ୍ ଗିରଫ ହୋଇ ଜେଲ୍ ଯାଇଛନ୍ତି । କୋର୍ଟ ନିର୍ଦ୍ଦେଶକୁ ପୁଲିସ ଯାହା ପାଳନ ହିଁ କରିଛି । ଏହା ବନ୍ଧୁ ବୈଜୟନ୍ତଙ୍କୁ ବାଧୁଛି । ସେଥିପାଇଁ ନିଜର ଟିଭି ଚାନେଲକୁ ଆୟୁଧ କରି ବୈଜୟନ୍ତ ତାଙ୍କ ବନ୍ଧୁଙ୍କ ସପକ୍ଷରେ କ୍ୟାମ୍ପେନ୍ କରିବା ଆରମ୍ଭ କରିଛନ୍ତି । ଏହାଦ୍ୱାରା ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାକୁ ଆହୁରି ଅପମାନିତ କରାଯିବା ସହ ଆଇନ ବ୍ୟବସ୍ଥାକୁ ଚାଲେଂଜ କରାଯାଉଛି । ନିଜ ମାଟି ଓ ଜାତିର ସ୍ୱାଭିମାନ ଆଘାତ ହେବା ବୈଜୟନ୍ତଙ୍କ ଟିଭି ପାଇଁ କିଭଳି ଛୋଟ ହୋଇଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ସମାଲୋଚକଙ୍କ ମତରେ, ବନ୍ଧୁ ଅଭିଜିତ୍ ଙ୍କୁ ବୁଦ୍ଦୁ ବନାଇ ଫସାଇଛନ୍ତି ଖୋଦ୍ ବୈଜୟନ୍ତ । ସେ ଜେଲ୍ ଯିବା ପରେ ଏବେ ବୈଜୟନ୍ତଙ୍କ ପାଳି ଆସୁଛି । କାରଣ ଅଭିଜିତ୍ ମାମଲାରେ ବୈଜୟନ୍ତ ବି ଜଣେ ଅଭିଯୁକ୍ତ । ତେଣୁ ସେଥିରୁ ଖସିବା ପାଇଁ ସେ ନିଜ ଟିଭିକୁ ଆୟୁଧ କରିଛନ୍ତି । ଦିଲ୍ଲୀ ସର୍କଲରୁ ଅଭିଜିତ୍ ପାଇଁ ସମବେଦନା ଯୋଗାଡ଼ କରିବା ପଛରେ ଗୋଟିଏ ଗୁଳିରେ ଦିଇ ତିନିଟା ଶିକାର ଲକ୍ଷ୍ୟ ରଖିଛନ୍ତି । ନିଜେ ବର୍ତ୍ତି ଯିବେ, ନବୀନ ପଟ୍ଟନାୟକଙ୍କୁ ବଦନାମ କରିବେ ଏବଂ ନିଜର ରାଜନୈତିକ ଅଭିଳାଷ ଚରିତାର୍ଥ କରିବେ । ତେବେ ଏସବୁ ଯେ ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନ ବଦଳରେ ତାହା ବୈଜୟନ୍ତ ଭୁଲିଯାଇଛନ୍ତି । ଏହା ତାଙ୍କ ପାଇଁ ବୁମେରାଂ ହୋଇ ଓଲଟା ଫଳ ଦେବ ବୋଲି ସେମାନଙ୍କ ମତ ।
Previous Post

ସତ୍ୟ ନାୟକ କଂଗ୍ରେସର ଭଦ୍ରକ ପ୍ରଭାରୀ

Next Post

ନିଆଳିରେ ଦାମଙ୍କୁ ବିରୋଧ

Next Post
ନିଆଳିରେ ଦାମଙ୍କୁ ବିରୋଧ

ନିଆଳିରେ ଦାମଙ୍କୁ ବିରୋଧ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA