Tuesday, May 26, 2026 02:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଅମ୍ପନ’ ଟ୍ରାକ୍ ବଦଳାଇଲେ ଓଡ଼ିଶାକୁ ବଢ଼ିପାରେ ବିପଦ !

by Our Correspondent
18 May, 2020- 11:38 PM
in Latest News, News
1 min read
0
‘ଅମ୍ପନ’ ଟ୍ରାକ୍ ବଦଳାଇଲେ ଓଡ଼ିଶାକୁ ବଢ଼ିପାରେ ବିପଦ  !
ଭୁବନେଶ୍ୱର: ବଙ୍ଗୋପସାଗର ଦେଇ ମାଡି ଆସୁଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅମ୍ପନ’ ମଝିରେ ମଝିରେ ଟ୍ରାକ୍ ବଦଳାଉଛି । ତେଣୁ ତାର ନିର୍ଦ୍ଦିଷ୍ଟ ଗତିପଥ ନେଇ ସଠିକ ଆକଳନ ଲଗାଇ ହେବ ନାହିଁ । ଏମିତି ବି ହୋଇପାରେ ମାଡ଼ି ଆସୁଥିବା ଏହି ମହାବାତ୍ୟା ସୁନ୍ଦରବନରେ ଲ୍ୟାଣ୍ଡଫଲ୍ ନ କରି ଓଡ଼ିଶାର କେଉଁ ଜାଗାରେ ମାଡ଼ ହେବ ନଚେତ୍ ଘଷି ହୋଇ ଚାଲିଯିବ । ତେବେ ବର୍ତ୍ତମାନ ଯେଉଁ ଟ୍ରାକ୍ ରେ ରହିଛି ତାହା ସ୍ଥିର ରହିଲେ ଓଡ଼ିଶାକୁ ବିଶେଷ କ୍ଷତି ପହଞ୍ଚାଇବ ନାହିଁ । ଆଉ ଟ୍ରାକ୍ ବଦଳାଇଲେ ଓଡ଼ିଶା ମହାବାତ୍ୟା ମୁହଁରେ ପଡ଼ିବା ଆଶଙ୍କାକୁ ଏଡାଇ ହେବ ନାହିଁ ।
ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ‘ଅମ୍ପନ’ ଉପରେ ଏହି ଆକଳନ ଲଗାଇଛନ୍ତି । ସମୁଦ୍ର ଉପରେ ବର୍ତ୍ତମାନ ୨୮୦ କିମି ଝଡର ତୀବ୍ରତା ଦେଖାଉଥିବାରୁ ଏହାର ଗତିପଥ ନେଇ ସେ ସ୍ଥିର ନିଶ୍ଚିତ ନୁହଁନ୍ତି । ଏହା ନିର୍ଦ୍ଦିଷ୍ଟ ଭାବେ ସୁନ୍ଦରବନରେ ମାଡ଼ ହେବ ବୋଲି ଏବେଠୁ କହିହେବ ନାହିଁ ବୋଲି ସେ ସ୍ପଷ୍ଟ ମତ ରଖିଛନ୍ତି । ବର୍ତ୍ତମାନର ଟ୍ରାକ୍ ବିଚାର କରି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କରିଥିବା ଆକଳନ ଠିକ୍ ବୋଲି ବି କହିଛନ୍ତି ।
ତେବେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ କହୁଛି, ପୂର୍ବ ନିର୍ଦ୍ଧାରିତ ଟ୍ରାକ୍ ରେ ଚାଲିଛି ‘ଅମ୍ପନ’ । ସଂଧ୍ୟା ସୁଦ୍ଧା ପାରାଦ୍ୱୀପଠାରୁ ୭୩୦ କିମି ଦୂରରେ ଅଛି । ଘଣ୍ଟାକୁ ୪ କିମି ବେଗରେ ବଢ଼ୁଛି । ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଏହା ପଶ୍ଚିମବଙ୍ଗର ଦୀଘା ଏବଂ ବାଲାଂଦେଶର ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବ । ଅତି ଭୟଙ୍କର ଝଡ଼ବାତ୍ୟା ରୂପରେ ଏହା ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୬୫ ରୁ ୧୭୫ କିମି ରହିବ ।
ଉତ୍ତର ଓଡ଼ିଶା ଉପକୂଳରେ ଏହାର ବିଶେଷ ପ୍ରଭାବ ଅନୁଭୂତ ହେବ । ୧୯ ତାରିଖ ଅପରାହ୍ନରୁ ଘଣ୍ଟା ପ୍ରତି ୫୫ରୁ ୬୫ କିମି ବେଗରେ ପବନ ସହ ବର୍ଷା ଆରମ୍ଭ ହେବ । ପବନର ବେଗ ୭୫ କିମିରୁ ଅଧିକ ବଢ଼ିପାରେ । ୨୦ ତାରିଖରେ ପବନର ବେଗ ରହିବ ୧୧୦ ରୁ ୧୨୦ କିମି । ୧୯ ଓ ୨୦ ରେ ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇଛି ।
ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଲ୍ୟାଣ୍ଡଫଲ୍ ବେଳେ ଉପକୂଳରେ ୬ ମିଟର ଉଚ୍ଚ ଜୁଆର ଉଠିବ । ମହାବାତ୍ୟା ପ୍ରଭାବରେ କଚ୍ଚା ଘର ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯିବ ।
ଓଡ଼ିଶାର ୧୨ ଟି ଜିଲ୍ଲାରେ ମହାବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ଟିମ୍ କୁ ସେଠାକୁ ପଠାଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ରାସ୍ତାଘାଟରେ ହୋଡିଂ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେଗୁଡ଼ିକୁ ହଟାଇ ଦିଆଯାଇଛି । ବିପଦପୂର୍ଣ୍ଣ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ଦ୍ୱିପ୍ରହର ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ଶ୍ରୀ ଜେନା କହିଛନ୍ତି ।
ତେବେ ଯେ କୌଣସି ପରିସ୍ଥିତିର ସାମନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିଦେ୍ର୍ଦଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଥିବା ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି, ଆମେ ଏହାକୁ ଆଦୌ ହାଲୁକା ଭାବେ ନେଇନାହୁଁ । ସବୁ ଜିଲ୍ଲାପାଳମାନଙ୍କ ସହ ଅହରହ ଯୋଗାଯୋଗରେ ଅଛୁ । ମୁଖ୍ୟମନ୍ତ୍ରୀ ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ପୁରୁଣା ଅଭିଜ୍ଞତା ଥିବା ୪ ଆଇଏଏସ୍ ଙ୍କୁୁ ୪ଟି ଜିଲ୍ଲାକୁ ପଠାଯାଇଛି । ସବୁ ପରିସ୍ଥିତିର ସାମନା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଏବଂ ପ୍ରଶାସନକଳ ପୂରାମାତ୍ରାରେ ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
Previous Post

ଓଡିଶାର ପ୍ରଥମ ମହିଳା ଇସ୍ରୋ ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ପରଲୋକ

Next Post

୧୦୨ ନୂଆ ପଜିଟିଭ୍, ଭୁବନେଶ୍ୱରରୁ ୨

Next Post
୧୦୨ ନୂଆ ପଜିଟିଭ୍, ଭୁବନେଶ୍ୱରରୁ ୨

୧୦୨ ନୂଆ ପଜିଟିଭ୍, ଭୁବନେଶ୍ୱରରୁ ୨

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA