Monday, May 25, 2026 05:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅରୁଣଙ୍କ ସଙ୍ଗେ ପ୍ରଫୁଲ୍ଲ କଳି !

by Our Correspondent
30 Jul, 2016- 05:18 AM
in Politics
1 min read
0
ଅରୁଣଙ୍କ ସଙ୍ଗେ ପ୍ରଫୁଲ୍ଲ କଳି !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦୁଇ ମନ୍ତ୍ରୀଙ୍କ କଳହରେ ସେ ଫସିଛନ୍ତି। ଭିଜିଲାନସ୍ କୋର୍ଟରେ ହାଜର ହେବାକୁ ଆସିଥିବା ଡାକ୍ତର ମୋତିଲାଲ ଗୌଡ଼ ଗଣମାଧ୍ୟମକୁ ଏହି ବୟାନ ଦେଇଛନ୍ତି। ତେବେ ଏହି ଦୁଇ ମନ୍ତ୍ରୀ କିଏ, ତାହା ଗଣମାଧ୍ୟମ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ମନ୍ତ୍ରୀ ଅରୁଣ ସାହୁ ବୋଲି ସମସ୍ତେ ନିଶ୍ଚିତ ଥିଲା ବେଳେ ଅନ୍ୟଜଣଙ୍କ କିଏ ତାହା ଉପରେ ଅନୁମାନ ଲଗାଚାଲିଛି। କିଏ କହୁଛନ୍ତି ଅତନୁ ସବ୍ୟସାଚୀ ନାୟକ ତ ଆଉ କିଏ କହୁଛନ୍ତି ପୁଷ୍ପେନ୍ଦ୍ର ସିଂହଦେଓ। ତେବେ ମିଡ଼-ଡେ ଓଡ଼ିଶାର ଏକ ସୂଚନା କହୁଛି, ସେହି ଦ୍ୱିତୀୟ ମନ୍ତ୍ରୀ ଜଣଙ୍କ ଆଉ କେହି ନୁହଁନ୍ତି, ହେଲେ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ସୂଚନା ଅନୁଯାୟୀ, ମନ୍ତ୍ରୀ ଅରୁଣ ସାହୁ ଓ ପ୍ରଫୁଲ୍ଲ ମଲ୍ଲିକଙ୍କ ମଧ୍ୟରେ ତଥାକଥିତ କଳହ ପଛରେ ଏହି ମୋତିଲାଲ ହିଁ ଦାୟୀ। ମୋତିଲାଲ ଗୌଡ଼ଙ୍କ ସହ ଅରୁଣଙ୍କ ସମ୍ପର୍କ ବହୁ ପୁରୁଣା। କଟକରେ ମୋତିଲାଲ ଡାକ୍ତରୀ ପାଠ ପଢ଼ୁଥିବା ବେଳେ ଛାତ୍ର ସଂସଦର ସଭାପତି ଥିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା ଏବଂ କାଳକ୍ରମେ ତାହା ଘନିଷ୍ଠ ହୋଇଥିଲା। ଅରୁଣ ମନ୍ତ୍ରୀ ପଦ ପାଇଲା ପରେ ତାଙ୍କୁ ଢ଼ାଲ କରି ମୋତିଲାଲ ନିଜେ ପ୍ରଭାବଶାଳୀ ବନିଯାଇଥିଲେ। ଅରୁଣଙ୍କ ସମେତ ଆଉ କିଛି ମନ୍ତ୍ରୀଙ୍କ ପ୍ରଚ୍ଛନ୍ନ ସହଯୋଗରେ ସେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସର ସହ ନିର୍ଦ୍ଦେଶକ ପଦକୁ ଡେପୁଟେସନରେ ଯାଇଥିଲେ।

ନିଜର ପ୍ରଭାବ ବିସ୍ତାର କରି ବିଭାଗକୁ ହାତମୁଠାରେ ନଚାଉଥିଲେ ମୋତିଲାଲ। ଅଫିସରେ କାହାରିକୁ ବାସିରେ ଖାତିର କରୁ ନ ଥିଲେ। ଅରୁଣ ସାହୁ, ଦାମୋଦର ରାଉତ, ବଦ୍ରିନାରାୟଣ ପାତ୍ରଙ୍କ ଭଳି ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ଘରୋଇ ଡାକ୍ତର ସେବା ଦେଉଥିବା ମୋତିଲାଲ ଇନ୍ଦ୍ରଚନ୍ଦ୍ର ମାନୁ ନ ଥିଲେ। ଏହି କ୍ରମରେ ତାଙ୍କର ଅପଢ଼ ହେଲା ଭିଜିଲାନସ୍-କଳଙ୍କିତ ନିର୍ଦ୍ଦେଶକ ପି.କେ.ଦାସଙ୍କ ସହ। ମୋତିଲାଲଙ୍କ ଉପଦ୍ରବକୁ ସହ୍ୟ କରିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା। ସେପଟେ ଦାସ ମହୋଦୟଙ୍କ ଉପରେ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ଆର୍ଶିବାଦ ଥିଲା। ମୋତିଲାଲଙ୍କୁ ସେଠାରୁ ବଦଳି କରିବା ପାଇଁ ସେ ବାରମ୍ବାର ଉଦ୍ୟମ କରି ବି ଫେଲ୍ ହୋଇଥିଲେ।

ମୋତିଲାଲଙ୍କର ପାଖ ଲୋକଙ୍କ ସୂଚନା ଅନୁଯାୟୀ, ନିର୍ଦ୍ଦେଶକ ପି.ସି.ଦାସଙ୍କ ପ୍ରବଳ ବିରୋଧୀ ମୋତିଲାଲଙ୍କୁ ବଦଳି କରିବା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ଅନେକବାର ଉଦ୍ୟମ କରିଥିଲେ ମଧ୍ୟ ପାୱାରଫୁଲ୍ ଅରୁଣ ସାହୁ ସେଥିରେ ରୋକ୍ ଲଗାଇଥିଲେ। ଏହା ପ୍ରଫୁଲ୍ଲଙ୍କୁ କ୍ଷୁବ୍ଧ କରିଥିଲା। ଇତିମଧ୍ୟରେ ମୋତିଲାଲଙ୍କ ଜାଲ୍ ସରକାରୀ ବିଜ୍ଞପ୍ତି ମାମଲା ସାମନାକୁ ଆସିଲା ପରେ କାଳେ ତାହା ଉପରୁ ଚାପି ହୋଇଯିବ ସେଥିପାଇଁ ପ୍ରଫୁଲ୍ଲ ସତର୍କ ହୋଇଯାଇଥିଲେ। ଏମିତିକି ମୋତିଙ୍କ ସସପେଣ୍ଡ ଫାଇଲଲ୍କୁ ସେ ନିଜେ ହାଣ୍ଡଲ୍ ନ କରି ମୁଖ୍ୟ ଶାସନ ସଚିବଙ୍କ ବାଟେ ସିଧା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପଠାଇଦେଇଥିଲେ। ଏହି ସମଗ୍ର ଘଟଣାକୁ ନେଇ ମନ୍ତ୍ରୀ ଅରୁଣ ସାହୁ ଓ ପ୍ରଫୁଲ୍ଲ ମଲ୍ଲିକଙ୍କ ମଧ୍ୟରେ ତିକ୍ତତା ରହିଥିବା ସେମାନଙ୍କ ପାଖଲୋକ କହିଛନ୍ତି। ମୋତିଲାଲ ନିଜର ଏହି ଦୁର୍ଦ୍ଦଶା ପାଇଁ ଏବେ ଏହି ଦୁଇ ମନ୍ତ୍ରୀଙ୍କୁ ଦାୟୀ କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। 

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋତିଲାଲ ଅତି ଚତୁରତାର ସହ ଦୁଇ ମନ୍ତ୍ରୀଙ୍କ ନାଁ ନ ନେଇ ସସପେନସ ଛାଡ଼ିଛନ୍ତି। ଏହି ସସପେନସ ସାଧାରଣରେ ଅରୁଣଙ୍କ ସହ ଅତନୁ କିମ୍ବା ପୁଷ୍ପେନ୍ଦ୍ରଙ୍କ ନାଁ ଚର୍ଚ୍ଚା ହେଉଛି। ଏକଥା ସତ ଯେ ଅରୁଣଙ୍କ ସହ ଉଭୟ ଅତନୁ ଏବଂ ପୁଷ୍ପେନ୍ଦ୍ରଙ୍କ ରାଜନୈତିକ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। ଅରୁଣ-ଅତନୁ ସମ୍ପର୍କ ଉପରକୁ କ୍ଷୀର-ନୀର ଥିଲେ ମଧ୍ୟ କ୍ଷମତା ଅଳିନ୍ଦ ଭିତରେ କିନ୍ତୁ ସମ୍ପର୍କ ଅହି-ନକୂଳ। ତେବେ ଅଫିସିଆଲ୍ ଭାବେ ମୋତିଲାଲ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସଂପୃକ୍ତ ହେବାର ସୁଯୋଗ ନ ଥିବାରୁ ତାଙ୍କୁ ନେଇ ଅରୁଣଙ୍କ ସହ କଳି ହେବାର କାରଣ ନାହିଁ।

ସେହିଭଳି କଳାହାଣ୍ଡି ବିଜେଡ଼ି ରାଜନୈତିକ ସମୀକରଣରେ ଅରୁଣ-ପୁଷ୍ପେନ୍ଦ୍ରଙ୍କ ମଧ୍ୟରେ ସମ୍ପର୍କ କେବେଠୁ ଭଲ ନାହିଁ। କଳାହାଣ୍ଡିରେ ଦଳର ତତ୍କାଳୀନ ପର୍ଯ୍ୟବେକ୍ଷକ ଅରୁଣ ସାହୁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରମୋଟ କରୁଥିବା ଅନୁଭବ କରି ଆସୁଛନ୍ତି ପୁଷ୍ପେନ୍ଦ୍ର। ଏହି ଦୃଷ୍ଟିରୁ ଅରୁଣଙ୍କ ସହ ମନ ତାଙ୍କର ମିଶୁ ନାହିଁ। ତେବେ ସେ ଯାହା ହେଉ, କେବଳ ଅରୁଣଙ୍କ ସହ ତିକ୍ତ ସମ୍ପର୍କ କାରଣରୁ ଅତନୁ ଓ ପୁଷ୍ପେନ୍ଦ୍ର ଯେ ସାଧାରଣ ମୋତିଲାଲ ପତନର କାରଣ ହେବେ ତାହା ବିଶ୍ୱାସ ହେଉ ନାହିଁ। ଏମିତି ବି ହୋଇପାରେ, ମୋତିଲାଲ ନିଜର ଜାଲିଆତି ବଂଚାଇବା ପାଇଁ ମାମଲାକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରିଛନ୍ତି। ତେବେ ସବୁଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୁଲିସ ହେପାଜତରେ ଜେଲ୍ ରୁ ଭିଜିଲାନସ୍ କୋର୍ଟ ଆସିଥିବା ମୋତିଲାଲ ଗଣମାଧ୍ୟମ ସାମନାରେ ଆରାମରେ ଛିଡ଼ା ହୋଇ କିଭଳି ବାଇଟ୍ ଦେଲେ ତାହା ସମସ୍ତଙ୍କୁ ଚକିତ କରିଛି। ଗଣମାଧ୍ୟମରେ ଏଭଳି କହିବା ପାଇଁ ମୋତିଲାଲଙ୍କୁ ଜାଣିଶୁଣି ସୁଯୋଗ ଦିଆଯାଇନି ତ? ତଦନ୍ତ ହେଲେ ସବୁ ସାମନାକୁ ଆସିପାରିବ।

Previous Post

ଏକ୍ ନମ୍ବର କଲେକ୍ଟରଙ୍କ ଦୋ ନମ୍ବରୀ ବାତ୍

Next Post

ଜାଣି ଅଜଣା, ଏଠି ବି ମହାନଦୀରେ ବେଆଇନ ଡ୍ୟାମ୍

Next Post
ଜାଣି ଅଜଣା, ଏଠି ବି ମହାନଦୀରେ ବେଆଇନ ଡ୍ୟାମ୍

ଜାଣି ଅଜଣା, ଏଠି ବି ମହାନଦୀରେ ବେଆଇନ ଡ୍ୟାମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA