ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି । ବଦଳି ତାଲିକାରେ ୨୧ ଜଣ ଆଇପିଏସ୍ ଥିଲା ବେଳେ ୮ ଜଣ ବରିଷ୍ଠ ଓପିଏସ୍ ଅଫିସର ଅଛନ୍ତି । ରାଉରକେଲା, ପୁରୀ, ଗଜପତି, ଢ଼େଙ୍କାନାଳ, ଦେବଗଡ଼, ରାୟଗଡ଼ା, ନବରଙ୍ଗପୁର, କଟକ, ଏବଂ ଖୋର୍ଦ୍ଧା ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ଦିଆଯାଇଛି । ଗୁଇନ୍ଦା ନିଦେ୍ର୍ଦଶକ ସୁନୀଲ୍ ରଏଙ୍କୁ ପଦୋନ୍ନତି ଦିଆଯାଇ ସେହି ବିଭାଗର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ କରାଯାଇଛି । ସଞ୍ଜୀବ ପଣ୍ଡାଙ୍କୁ ଆଇନଶୃଙ୍ଖଳା ବିଭାଗର ଏଡ଼ିଜି ପଦରେ ଅବସ୍ଥାପିତ କରାଯାଇଥିବା ବେଳେ ସେଠାରେ ଥିବା ଆଇଜି ଅମିତାଭ ଠାକୁରଙ୍କୁ ଆଇଜି, ଏସଏପି ଭାବେ ବଦଳି କରାଯାଇଛି ।
କିଏ କେଉଁଠିକି ଗଲେ
ସୁନୀଲ ରଏ- ସ୍ୱତନ୍ତ୍ର ଡିିଜି, ଗୁଇନ୍ଦା
ବିନୟାନନ୍ଦ ଝା- ଏଡ଼ିଜିପି/ନିର୍ଦ୍ଦେଶକ, ଓଏଚଆରସି(ତଦନ୍ତ)
ସିଦ୍ଧାର୍ଥ ମହାଡୁ ନର୍ବାଣେ- ଏଡ଼ିଜିପି,ଏଚଆରପିସି
ମହେନ୍ଦ୍ର ପ୍ରତାପ- ଏଡ଼ିଜିପି/ଆଇଜି, ଜେଲ୍ ବିଭାଗ
ସଞ୍ଜୀବ ପଣ୍ଡା- ଏଡ଼ିଜି, ଆଇନ ଶୃଙ୍ଖଳା
ଅମିତାଭ ଠାକୁର- ଆଇଜି, ଏସଏପି
ଶ୍ରୀମତୀ ଏସ.ସାଇନି- ଆଇଜି, ବିପିଏସପିଏ
ହିମାଂଶୁ କୁମାର ଲାଲ- ଡିଆଇଜି, ଏସଡବ୍ଲୁଆର,କୋରାପୁଟ
ଯତୀନ୍ଦ୍ର କୋଏଲ୍- ଆଇଜି, ଦକ୍ଷିଣାଞ୍ଚଳ
ଆଶିଷ କୁମାର ସିଂ- ଡିଆଇଜି, ଗୁଇନ୍ଦା, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା(ଅତିରକ୍ତ ଦାୟିତ୍ୱ)
ଡ. ସାର୍ଥକ ଷଡ଼ଙ୍ଗୀ- ଏସପି, ରାଉରକେଲା
ଉମାଶଙ୍କର ଦାଶ- ଏସପି,ପୁରୀ
ଶ୍ରୀମତୀ ସାରା ଶର୍ମା-ଏସପି, ଗଜପତି
ଶ୍ରୀମତୀ ଅନୁପମା ଜେମସ୍- ଏସପି,ଢ଼େଙ୍କାନାଳ
ରାହୁଲ ପି.ଆର- ଏସପି,ସିଆଇଡ଼ି କ୍ରାଇମବ୍ରାଞ୍ଚ(ଏସଟିଏଫ)
ବିବେକାନନ୍ଦ ଶର୍ମା- ଏଆଇଜି, ହେଡକ୍ୱାଟର୍ସ
ପଦ୍ମିନୀ ସାହୁ- ଡିସିପି,ହେଡକ୍ୱାଟର୍ସ
ରାହୁଲ ଜୈନ୍- ଏସପି, ଦେବଗଡ଼
ଡ. ଶର୍ଭଣା ବିବେକ- ଏସପି, ରାୟଗଡ଼ା
କୁସଲକର୍ ନିତୀନ୍ ଡୁଗଡୁ- ଏସପି, ନବରଙ୍ଗପୁର
ପ୍ରତ୍ୟୁଷ ଦିୱାକର୍- ରାଜ୍ୟପାଳଙ୍କ ଏଡିସି
ମାଧବ ଚନ୍ଦ୍ର ସାହୁ- ଏଆଇଜି,ପର୍ସୋନାଲ୍
କେ.କେ.ଡୋଙ୍ଗାୟତ- ଏସଆରପି(ଇନଚାର୍ଜ), କଟକ
ଅମୂଲ୍ୟ କୁମାର ଦାସ- ଏସପି(ଇନଚାର୍ଜ), ଖୋର୍ଦ୍ଧା
ଦିପ୍ତୀରଞ୍ଜନ ରାୟ- ଏସପି(ଇନଚାର୍ଜ), ସିଆଇଡ଼ି କ୍ରାଇମବ୍ରାଞ୍ଚ
ସନ୍ତୋଷ କୁମାର ନାୟକ- ଏସପି(ଇନଚାର୍ଜ), ଏସଆଇଡବ୍ଲୁ
ପ୍ରାଣଧନ ମହାପାତ୍ର- ହେଡକ୍ୱାଟର୍ସ
ରାଧା ବିନୋଦ ପାଣିଗ୍ରାହୀ-ଏସପି(ଇନଚାର୍ଜ), କଟକ
ରବିନାରାୟଣ ବେହେରା- ହେଡକ୍ୱାଟର୍ସ