ଭୁବନେଶ୍ୱର: ଗତକାଲି ଭଳି ଆଜି ବି ସମାନ ସଂଖ୍ୟକ ୧୩୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୮ ଟି ଜିଲ୍ଲାରୁ ଏମାନେ ଚିହ୍ନଟ ହୋଇଛନ୍ତି । ସେଥିରୁ ୮୮୯ କ୍ୱାରେଣ୍ଟାଇନ୍ କେସ୍ ଏବଂ ୫୯୫ ଲୋକାଲ୍ କଣ୍ଟାକ୍ଟ କେସ୍ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୦୧ ଏବଂ କଟକ ଜିଲ୍ଲାରୁ ୧୨୧ ଆକ୍ରାନ୍ତ ଅଛନ୍ତି ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭, ୬୮୧ କୁ ବୃଦ୍ଧି ପାଇଛି । ୨୩,୦୭୪ ସୁସ୍ଥ ହୋଇଛନ୍ତି ଏବଂ ଆକ୍ଟିଭ୍ ଆକ୍ରାନ୍ତ ଅଛନ୍ତି ୧୪,୩୪୯ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧,୬୧୧ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୫,୧୧୫ ଆକ୍ରାନ୍ତ ହେଲେଣି ।
ସେହିଭଳି ଗତ ୨୪ ଘଣ୍ଟାରେ ଆଉ ୯ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମର ମୃତକଙ୍କ ମଧ୍ୟରେ ଅଛନ୍ତି ୪୦, ୫୦, ୪୬, ୬୦ ବର୍ଷୀୟ ପୁରୁଷ ଏବଂ ୬୦ ଓ ୭୫ ବର୍ଷୀୟ ଦୁଇ ମହିଳା । ପୁରୀ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର ମୃତକମାନେ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୫୭, ୫୫ ଓ ୪୦ ବର୍ଷ ।
ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୧୬ କୁ ବୃଦ୍ଧି ପାଇଛି । ସେଥିରେ କେବଳ ଗଞ୍ଜାମରୁ ଅଛନ୍ତି ୧୧୨ । ଖୋର୍ଦ୍ଧାରୁ ୩୦, ଗଜପତିରୁ ୧୩, କଟକରୁ ୧୧ ଜଣ ମୃତ୍ୟୁବରଣ କଲେଣି ।
ସେପଟେ, ଦେଶରେ ଗତ ୨୪ ଘଣ୍ଟାରେ ୫୨, ୦୫୦ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୦୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୬ ଏବଂ ମୃତ୍ୟୁସଂଖ୍ୟା ୪୮ ହଜାର ୯୩୮ କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୩୦ ହଜାର ୫୦୯ । ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୬ ହଜାର ୨୯୮ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧୪, ବାଲେଶ୍ୱର-୩୭, ବରଗଡ଼-୧୦, ଭଦ୍ରକ-୪୦, ବଲାଙ୍ଗୀର-୫, ବୌଦ୍ଧ-୨, କଟକ-୧୨୧, ଢ଼େଙ୍କାନାଳ-୫୧, ଗଜପତି-୩୮, ଗଞ୍ଜାମ-୨୮୮, ଜଗତସିଂହପୁର-୨୦, ଯାଜପୁର-୩୯, ଝାରସୁଗୁଡ଼ା-୩, କଳାହାଣ୍ଡି-୪୭, କନ୍ଧମାଳ-୬୨, କେନ୍ଦ୍ରାପଡ଼ା-୧୨, କେଉଁଝର-୬୬, ଖୋର୍ଦ୍ଧା-୨୦୧, କୋରାପୁଟ-୪୯, ମାଲକାନଗିରି-୩୪, ମୟୁରଭଞ୍ଜ-୨୮, ନବରଙ୍ଗପୁର-୨, ନୟାଗଡ଼-୩୧, ନୂଆପଡ଼ା-୩, ପୁରୀ-୩୪, ସମ୍ବଲପୁର-୮୨, ସୋନପୁର-୧, ସୁନ୍ଦରଗଡ଼-୬୪ ।