ଭୁବନେଶ୍ୱର: ୨୯ଟି ଜିଲ୍ଲାରୁ ଆଜି ରେକର୍ଡ ସର୍ବାଧିକ ୧୯୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୯୩ କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା ବେଳେ ୬୦୯ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟ କେସ୍ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୩୦୮ ପଜିଟିଭ୍ । ଖୋର୍ଦ୍ଧା ଜିଲ୍ଲାରୁ ୨୮୫ ପଜିଟିଭ୍ ଥିବା ବେଳେ ରାୟଗଡ଼ାରୁ ୧୬୪ ଏବଂ ଗଜପତିରୁ ଅଛନ୍ତି ୧୦୮ ପଜିଟିଭ୍ ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ପାର୍ କରି ୩୩,୪୭୯ ରେ ପହଞ୍ଚିଛି । ୨୦,୫୧୮ ସୁସ୍ଥ ହେଲେଣି । ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୩୬ ।
ଅପରପକ୍ଷେ, ରାଜ୍ୟରୁ ଆଉ ୧୦ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ସର୍ବାଧିକ ୫ ଆକ୍ରାନ୍ତ(୫୪, ୪୪, ୬୩, ୭୦ ବର୍ଷୀୟ ପୁରୁଷ ଏବଂ ୫୬ ବର୍ଷୀୟା ମହିଳା)ଙ୍କର ମୃତ୍ୟୁ ହୋଇଥିଲା ବେଳେ ଖୋର୍ଦ୍ଧାରୁ ୩ ଆକ୍ରାନ୍ତ (୬୨,୭୦, ୪୦ ବର୍ଷୀୟ ପୁରୁଷ)ଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ(୫୬ ବର୍ଷୀୟ ପୁରୁଷ) ଓ ଗଜପତି( ୪୯ ବର୍ଷୀୟ ପୁରୁଷ) ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୮୭ କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୯୯ ଜଣଙ୍କର ଜୀବନ ଯାଇଥିଲା ବେଳେ ଖୋର୍ଦ୍ଧାରୁ ୨୫ ଜଣଙ୍କର ଜୀବନ ଗଲାଣି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧୫, ବାଲେଶ୍ୱର-୨୯, ବରଗଡ଼-୧୩, ଭଦ୍ରକ-୨୦, ବଲାଙ୍ଗୀର-୩୮, ବୋ÷ଦ୍ଧ-୯, କଟକ-୫୪, ଢ଼େଙ୍କାନାଳ-୪୯, ଗଜପତି-୧୦୮, ଗଞ୍ଜାମ-୩୦୮, ଜଗତସିଂହପୁର-୧୯, ଯାଜପୁର-୪୪, ଝାରସୁଗୁଡ଼ା-୭, କଳାହାଣ୍ଡି-୩୦, କନ୍ଧମାଳ-୪୫, କେନ୍ଦ୍ରାପଡ଼ା-୧୫, କେଉଁଝର-୩୧, ଖୋର୍ଦ୍ଧା-୨୮୫, କୋରାପୁଟ-୪୬, ମାଲକାନଗିରି-୩୦, ମୟୁରଭଞ୍ଜ-୩୯, ନବରଙ୍ଗପୁର-୯, ନୟାଗଡ଼-୩୩, ନୂଆପଡ଼ା-୫, ପୁରୀ-୫୦, ରାୟଗଡ଼ା-୧୬୪, ସମ୍ବଲପୁର-୩୯, ସୋନପୁର-୬, ସୁନ୍ଦରଗଡ଼-୬୨ ।