Tuesday, May 26, 2026 10:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ନବୀନ, କହିଲେ ରାଜନୀତି ଜଟିଳ ନୁହେଁ

by Our Correspondent
21 Jan, 2018- 05:53 PM
in Latest News, News
1 min read
1
‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ନବୀନ, କହିଲେ ରାଜନୀତି ଜଟିଳ ନୁହେଁ
ପୁନେ: ରାଜନୀତି ଏକ ଜଟିଳ ନୁହେଁ । ଲୋକଙ୍କ ମନରେ ପରିବର୍ତ୍ତନ ଆଣିବାର ବଳିଷ୍ଠ ମାଧ୍ୟମ । ତୁମେ ଯଦି ଲୋକଙ୍କୁ ଭଲ ନ ପାଇବ,ତେବେ ସେମାନଙ୍କ ନେତୃତ୍ୱ ନେଇପାରିବ ନାହିଁ । ମହାତ୍ମାଗାନ୍ଧୀ ଓ ମାର୍ଟିଲ ଲୁଥର୍ କିଙ୍ଗ୍ ଙ୍କ ଏହି ରାଜନୈତିକ ଦର୍ଶନକୁ ନିଜର ପଥ ପ୍ରଦର୍ଶକ କହି ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ନବୀନ ପଟ୍ଟନାୟକ ଆଜି ପୁନେରେ ଦେଇଥିବା ଭାଷଣ ସମସ୍ତଙ୍କ ମନକୁ ଛୁଇଁଯାଇଛି । ଲୋକଙ୍କୁ ଭଲ ପାଇବା ଥିଲେ ନିର୍ବାଚନ ଜିତିବା ଲକ୍ଷ୍ୟ ହେବ ନାହିଁ । ବରଂ ସମାଜର ପରିବର୍ତ୍ତନ ହେବ ସଂଗ୍ରାମର ଲକ୍ଷ୍ୟ । ଏହି ଭଲ ପାଇବାର ମନ୍ତ୍ର ଧରି ଅଧିକରୁ ଯୁବକ ରାଜନୀତିକୁ ଆସନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।
ପୁନେଠାରେ ଭାରତୀୟ ଛାତ୍ର ସଂସଦ ଓ ଏମଆଇଟି ସ୍କୁଲ ଅଫ ଗଭର୍ଣ୍ଣମେଣ୍ଟ ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ପ୍ରଦାନ ପରେ ଉପସ୍ଥିତ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ସେ ବେଶ୍ ସାରଗର୍ଭକ ଭାଷଣ ଦେଇଥିଲେ । ଏହି ସମ୍ମାନକୁ ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ ଉଦ୍ଦେଶ୍ୟରେ ସେ ସପର୍ମିତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଉତ୍ତମ ପ୍ରଶାସନ ଓ ନିଃସ୍ୱାର୍ଥପର ଜନସେବା ଗଣତନ୍ତ୍ରର ଦୃଢ଼ ସ୍ତମ୍ଭ । ଆମ ପାଖରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି, ପ୍ରଶାସନ ଓ ଜନସେବାକୁ ସୁଦୃଢ଼ କରିବା । ଏହା ଜରିଆରେ ଗଣତନ୍ତ୍ରକୁ ସୁଦୃଢ଼ କରିବା । ଯୁବସମାଜ ପାଖରେ ଏହା ସବୁଠାରୁ ବଡ଼ ଆହ୍ୱାନ ।
ମୁଖ୍ୟମନ୍ତ୍ରୀ ତାଙ୍କ ୨୦ ବର୍ଷ ରାଜନୀତିର ଅନୁଭବରୁ କହିଥିଲେ, ରାଜନୀତି ଏତେ ଜଟିଳ ନୁହେଁ । ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ସବୁଠାରୁ ବଳିଷ୍ଠ ମାଧ୍ୟମ । ତୁମର ମନୋବୃତ୍ତି ଓ ଉଦ୍ୟମରେ ଯଦି ଜନସାଧାରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରନ୍ତି, ତାହାହେଲେ ରାଜନୀତିରେ କୌଣସି ଜଟିଳତା ନାହିଁ । ମହାତ୍ମାଗାନ୍ଧୀ, ମାର୍ଟି୍ଲ ଲୁଥର କିଙ୍ଗ୍ ଓ ଚାଲିସମ୍ୟାନଙ୍କ ଦର୍ଶନ ଉଦ୍ଧାର କରି ତାହାକୁ ନିଜ ରାଜନୀତିର ପଥ ପ୍ରଦର୍ଶକ ବୋଲି ନବୀନ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ତୁମେ ଯଦି ଲୋକଙ୍କୁ ଭଲ ପାଅ, ତୁମର ପଦବୀ, କ୍ଷମତାକୁ ନେଇ ଅହଂକାର କରନି । ବରଂ ଏହାକୁ ସେବାର ଏକ ମାଧ୍ୟମ ବୋଲି ଗ୍ରହଣ କରିନିଅ । ଏହି ଭଲ ପାଇବା ହିଁ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ମାଧ୍ୟମ ହେବ । ଲୋକଙ୍କୁ ଭଲ ପାଇଲେ କ୍ଷମତା, ସମ୍ପତ୍ତି, ପଦବୀ ମୂଲ୍ୟହୀନ ହୋଇପଡ଼େ । ଯଦି ତୁମେ ଲୋକଙ୍କୁ ଭଲ ପାଅ ତେବେ ତୁମର ପ୍ରତ୍ୟେକ ପଦକ୍ଷେପ, ତୁମର ପ୍ରତ୍ୟେକ କାର୍ଯ୍ୟକ୍ରମ, ତୁମର ପ୍ରତ୍ୟେକ ସ୍ୱାକ୍ଷର, ତୁମର ପ୍ରତ୍ୟେକ ନିଶ୍ୱାସ ସେମାନଙ୍କ ପାଇଁ କାମ କରିଚାଲିବ । ତୁମ ମୃତ୍ୟୁର ବହୁଦିନ ପର୍ଯ୍ୟନ୍ତ ତୁମେ ମହାତ୍ମା ଗାନ୍ଧୀ ଓ ବିଜୁବାବୁଙ୍କ ପରି ହୃଦୟରେ ବଞ୍ଚି ରହିବ । ଏହି ନୀତିକୁ ସେ ଅନୁସରଣ କରି ଲୋକଙ୍କ ନିରନ୍ତର ସମର୍ଥନ ଓ ଆର୍ଶିବାଦ ପାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ନେହ ଆଦରରେ ପରିପୃଷ୍ଟ ଏକ ପରିବାରର ସଦସ୍ୟ ଭାବେ ନିଜକୁ କହିଥିଲେ ।
ପୂର୍ବତନ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ସିଂହ ଦେବୀ ପାଟିଲ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ଭୂଷିତ କରିଥିଲେ । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ମୁରଲୀ ମନୋହର ଯୋଶୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ନବୀନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Previous Post

ମନେପଡ଼ିଲେ ମଧୁବାବୁ !

Next Post

ଜୀବନ ହାରିଲେ କୁନ୍ଦୁଲି ପୀଡ଼ିତା

Next Post
ଜୀବନ ହାରିଲେ କୁନ୍ଦୁଲି ପୀଡ଼ିତା

ଜୀବନ ହାରିଲେ କୁନ୍ଦୁଲି ପୀଡ଼ିତା

Comments 1

  1. Ranjeet rout says:
    8 years ago

    ଆମ ଓଡ଼ିଶା ଏଭଳି ନେତା ପାଇଁ ଆଜି ଗର୍ବିତ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA