Tuesday, June 23, 2026 08:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆମେରିକାକୁ ‘3-O’ ଲୋଭ ଦେଖାଇଲେ ମୋଦି

by Our Correspondent
22 Jul, 2020- 11:53 PM
in Latest News, National, News
1 min read
0
ଆମେରିକାକୁ ‘3-O’ ଲୋଭ ଦେଖାଇଲେ ମୋଦି
ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ
ଭାରତରେ ରହିଛି ତିନିଟି ‘O’ ର ସମାହାର । ‘Openness’ in people and in government ଅର୍ଥାତ୍ ଲୋକ ଏବଂ ସରକାରଙ୍କ ହୃଦୟ ଖୋଲା । ଆଉ ଏହି ଖୋଲା ହୃଦୟ ହିଁ ‘Opportunities’ ବା ସୁଯୋଗ । ଯାହା ନିବେଶକଙ୍କ ‘Option’ବା ଇଚ୍ଛା ପୂରଣରେ ଅନେକ ମାତ୍ରାରେ ସହାୟକ ହେବ । ଖୋଲା ହୃଦୟ ହିଁ ଖୋଲା ବଜାରର ଅବସର ସୃଷ୍ଟି କରିବ । ଆଉ ଖୋଲା ବଜାର, ସମୃଦ୍ଧିକୁ ବୃହତରୁ ବୃହତ୍ତର କରିବ । ସାରା ବିଶ୍ୱ, ଭାରତ ଠାରୁ ଅନେକ ଆଶା କରୁଥିବା ବେଳେ ଆମେରିକୀୟ ନିବେଶକଙ୍କୁ ଏମିତି ଲୋଭ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଭାରତ-ଆମେରିକା ବ୍ୟାବସାୟିକ ପରିଷଦର ଭିର୍ଚୁଆଲ୍ ବେଠକରେ ଆମେରିକୀୟ ନିବେଶକଙ୍କୁ କୃଷି, ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ, ସ୍ୱାସ୍ଥ୍ୟ, ବୀମା ଏବଂ ଭିତ୍ତିଭୂମି ଆଦି କ୍ଷେତ୍ର ପାଇଁ ଆହ୍ୱାନ କରିଛନ୍ତି ମୋଦି ।
କୃଷି କ୍ଷେତ୍ର ଉପରେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତରେ କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଏହାକୁ ଅଧିକ ରାଜସ୍ୱ ଅଭିମୁଖୀ କରାଯାଇଛି । ତେଣୁ ଭାରତୀୟ କୃଷକଙ୍କ ପରିଶ୍ରମକୁ ନେଇ, ଏହା ହିଁ ନିବେଶ କରିବାର ଉପଯୁକ୍ତ ସମୟ ବୋଲି ମୋଦି କହିଛନ୍ତି । ନିକଟରେ ଭାରତୀୟ କୃଷି କ୍ଷେତ୍ରରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଂ ରାଙ୍କିଙ୍ଗରେ ଭାରତର ଉନ୍ନତି ପରିଲକ୍ଷିତ ହୋଇଛି । ଗତବର୍ଷ ଅକ୍ଟୋବରରେ ପ୍ରକାଶିତ ରାଙ୍କିଙ୍ଗ୍ ଅନୁଯାୟୀ, 190 ଦେଶର ତାଲିକାରେ ଭାରତ, 14ଟି ସ୍ଥାନ ଉପରକୁ ଉଠି 63 ନମ୍ବରରେ ପହଞ୍ଚିଛି । 50 ନମ୍ବର ସ୍ଥାନକୁ ଯିବାକୁ ଭାରତ ଲକ୍ଷ୍ୟ ରଖିଛି । ସେପଟେ 2019-20 ଆର୍ଥିକ ବର୍ଷରେ ଦେଶକୁ 74 ବିଲିଅନ୍ ଡଲାର୍ ବିଦେଶୀ ପୁଞ୍ଜି ନିବେଶ ଆସିଛି । ଯାହାକି ତା’ ପୂର୍ବ ବର୍ଷ ଠାରୁ 20 ପ୍ରତିଶତ ଅଧିକ । ତେଣୁ ଏଭଳି ପରିସ୍ଥିତିରେ ଆମେରିକୀୟ କମ୍ପାନିମାନେ, ଭାରତରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରି, ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ଆହୁରି ମଜଭୁତ୍ କରିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୋଦିଙ୍କ କହିବା କଥା, ଆଗାମୀ 8 ବର୍ଷରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯିବ । ଭାରତୀୟ ଘରୋଇ ବିମାନ କମ୍ପାନିଗୁଡ଼ିକ ସେମାନଙ୍କ ବିମାନ ସଂଖ୍ୟା ବଢାଇବା ଲକ୍ଷ୍ୟରେ ଅଛନ୍ତି । ତେଣୁ ବିମାନ କ୍ଷେତ୍ର ହିଁ ନିବେଶ ପାଇଁ ଯଥେଷ୍ଟ ସୁଯୋଗ ରଖୁଛି । ସେହିଭଳି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଘରୋଇ କମ୍ପାନି ସହ ବିଦେଶୀ ପୁଞ୍ଜି ନିବେଶ ଉପରେ ଭାରତ ଗୁରୁତ୍ୱ ଦେଇଛି । ବୀମା କ୍ଷେତ୍ରରେ ମଧ୍ୟ ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ଭାରତ-ଆମେରିକା ବ୍ୟାବସାୟିକ ପରିଷଦ ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦ୍ୱିପାକ୍ଷିକ ଭିର୍ଚୁଆଲ୍ ବେଠକରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ-ଶିଳ୍ପ ଓ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସେହିଭଳି ଆମେରିକା ବୈଦେଶିକ ସଚିବ ମାଇକ୍ ପମ୍ପିଓ ଏବଂ କିଛି ବ୍ୟାବସାୟିକ ପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ । ଯେତେଦୂର ଆଶା, କରୋନା ମହାମାରୀ ପରେ, ଉଭୟ ଦେଶ, ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ପୂର୍ବାପେକ୍ଷା ଅଧିକ ତ୍ୱରାନ୍ୱିତ କରିବେ ।

 

 

 

Previous Post

ଆର୍ଥିକ ସଙ୍କଟରେ କରୋନା ଚାଲେଞ୍ଜ୍

Next Post

ଦର୍ଶକ ଏବଂ ପାଠକ, ଶ୍ରେଷ୍ଠ ବିଚାରକ

Next Post
ଦର୍ଶକ ଏବଂ ପାଠକ, ଶ୍ରେଷ୍ଠ ବିଚାରକ

ଦର୍ଶକ ଏବଂ ପାଠକ, ଶ୍ରେଷ୍ଠ ବିଚାରକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA