Monday, May 25, 2026 02:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏଭଳି ପୁଲିସଙ୍କୁ ବଦଳି ଦଣ୍ଡ ଯଥେଷ୍ଟ କି ?

by Our Correspondent
08 Jan, 2018- 07:29 PM
in Latest News, News
1 min read
1
ଏଭଳି ପୁଲିସଙ୍କୁ ବଦଳି ଦଣ୍ଡ ଯଥେଷ୍ଟ କି ?
ଭୁବନେଶ୍ୱର: ସମସ୍ତଙ୍କ ସାମନାରେ ଉତ୍ପାତ କଲେ । ସାମ୍ବାଦିକଙ୍କୁ ପିଟିଲେ । କ୍ୟାମେରା ଭାଙ୍ଗି ମୋବାଇଲ୍ ଛଡ଼ାଇନେଲେ । ଆଉ ଏହାର ପ୍ରତିକ୍ରିୟାରେ ଦଣ୍ଡ ମିଳିଲା ଥାନାରୁ ହେଡକ୍ୱାଟରକୁ ବଦଳି । ତାଳବଣିଆ ଥାନାର ଆଇଆଇସି ଥିଲେ । ଏବେ ପୁରୀ ପୁଲିସ ହେଡକ୍ୱାଟରରେ ଡ୍ୟୁଟି କରିବେ । ଏହା କି ପ୍ରକାର ଦଣ୍ଡ ବୋଲି ସାମ୍ବାଦିକମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସମାନ ଘଟଣାର ଫୁଲ୍ ଟ୍ରାକ୍ ରେକର୍ଡ ଥିବା ଜଣେ ଉନ୍ମତ୍ତ ପୁଲିସ ଅଧିକାରୀଙ୍କ ସାମାନ୍ୟ ବଦଳି ଏକ ଆଇ ୱାସ୍ ବୋଲି ସମାଲୋଚନା କରାଯାଇଛି ।
ଅଭିଯୁକ୍ତ ଆଇଆଇସି ରମାକାନ୍ତ ପାତ୍ରଙ୍କ ନାଁରେ କେବଳ ପୁରୀରେ ଗଦା ଗଦା ଅଭିଯୋଗ । ଅତୀତରେ ରଥଯାତ୍ରା ସମୟରେ ଜଣେ ମାଜିଷ୍ଟ୍ରେଟଙ୍କୁ ର୍ଦୁବ୍ୟବହାର କରିଥିଲେ । ଥରେ ଜଣେ ସାମ୍ବାଦିକଙ୍କ ମୁଣ୍ଡରେ ରିଭଲଭର୍ ଲଗାଇଦେଇଥିଲେ । ଥରେ ଉନ୍ମତ୍ତ ଅବସ୍ଥାରେ ଜଣେ ବିଜେଡ଼ି କାଉନସିଲରଙ୍କୁ ଆକ୍ରମଣ କରିଥିଲେ । ତାଙ୍କର ଏଭଳି ରୋଗିଣା କାର୍ଯ୍ୟ ପାଇଁ ପୁରୀରେ ଅନେକଥର ବିରୋଧ ହୋଇଛି । ସାମ୍ବାଦିକମାନେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମାତ୍ର ଫଳ ହୋଇଛି ଶୂନ ।
ଗତକାଲି ସଂଧ୍ୟାରେ ସେ ଭୁବନେଶ୍ୱରରୁ ପୁରୀ ଗଲାବେଳେ ଧଉଳି ଦୟାବ୍ରିଜ୍ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହେଲେ । ପ୍ରବଳ ମଦ ପିଇ ସେତେବେଳେ ସେ ମାତାଲ ଅବସ୍ଥାରେ ଥିବା କୁହାଯାଉଛି । ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇ ହ୍ୱିଲ୍ ଚେୟାରରେ ନିଆଯାଉଥିବା ବେଳେ ଇଟିଭି କ୍ରାଇମ ରିପୋର୍ଟର ଶୁଭକାନ୍ତ ପଢ଼ିହାରୀ ଖବର ସଂଗ୍ରହ କରିବାକୁ ପହଞ୍ଚିଥିଲେ । ନିଜ ମୋବାଇଲ୍ କ୍ୟାମେରାରେ ସେ ଫଟୋ ଉଠାଉଥିବା ବେଳେ ଆଇଆଇସିଙ୍କର ମୁଣ୍ଡ ଗରମ ହୋଇଗଲା । ଆହତର ଯନ୍ତ୍ରଣା ତାଙ୍କର କୁଆଡେ ପଳାଇଲା । ହ୍ୱିଲ୍ ଚେୟାର ଛାଡ଼ି ସିଂହ ପରି ମାଡ଼ିଗଲେ ଶୁଭକାନ୍ତଙ୍କ ଉପରକୁ । ତାଙ୍କୁ ଧକ୍କା ମାରି କ୍ୟାମେରା ଭାଙ୍ଗିଦେବା ସହ ତାଙ୍କର ମୋବାଇଲ୍ ଫୋନ୍ କୁ ଛଡ଼ାଇ ତଳେ କଚି ଦେଇଥିଲେ । ଅତି କଦର୍ଯ୍ୟ ଓ ଅଶ୍ଲୀଳ ଭାଷାରେ ଗାଳି କରିଥିଲେ । ସେତେବେଳେ ପାଖରେ ହସ୍ପିଟାଲ୍ ଷ୍ଟାଫ୍ ଏବଂ ସ୍ଥାନୀୟ ପୁଲିସ କର୍ମଚାରୀ ବି ଉପସ୍ଥିତ ଥିଲେ । ଆଇଆଇସିଙ୍କ ଦବଙ୍ଗଗିରିକୁ କନେଷ୍ଟବଳ ଅସହାୟ ହୋଇ ଦେଖୁଥିଲେ । ଶୁଭକାନ୍ତଙ୍କ ଭାଗ୍ୟ ଭଲ, ଖବର ପାଇ ଅନ୍ୟ ସାମ୍ବାଦିକମାନେ ସେଠାରେ ପହଞ୍ଚିଯାଇଥିଲେ । ନହେଲେ ଶୁଭକାନ୍ତଙ୍କୁ ଷ୍ଟ୍ରେଚରରେ ବୁହା ହେବାକୁ ପଡ଼ିଥାଆନ୍ତା ।
ଆଇଆଇସିଙ୍କ ଏତାଦୃଶ ଆଚରଣ ପାଇଁ ଓଡ଼ିଶା ପୁଲିସ ମହାସଂଘ ଭୁଲ୍ ମାଗିବା ପରିବର୍ତ୍ତେ ତାଙ୍କ ସପକ୍ଷରେ ଓକିଲାତି କରିଛନ୍ତି । ନିକଟ ଅତୀତରେ ତାଙ୍କ ଭାଇର ଅକାଳ ମୃତ୍ୟୁ ଘଟିଥିବାରୁ ତାଙ୍କର ମାନସିକ ଅବସ୍ଥା କୁଆଡେ ଭଲ ନାହିଁ । ଦୁର୍ଘଟଣାରେ ତାଙ୍କର ଦୁଇଟି ପଞ୍ଜରା ହାଡ଼ ଭାଙ୍ଗି ଖୁବ୍ ଯନ୍ତ୍ରଣା ଦେଉଥିଲା । ତେବେ ସେ ମଦ, ସିଗାରେଟ୍ କି ପାନ ଖାଆନ୍ତି ନାହିଁ ବୋଲି ସଫେଇ ଦେଇଛନ୍ତି ମହାସଂଘର ସଭାପତି ସତ୍ୟଜିତ୍ ମିଶ୍ର । ସଭାପତିଙ୍କ ଏଭଳି ସଫେଇ ସାମ୍ବାଦିକମାନଙ୍କୁ ଆହୁରି ଉତକ୍ଷିପ୍ତ କରିଛି । ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଲୋକ ହ୍ୱିଲ୍ ଚେୟାର ଛାଡ଼ି ଅନ୍ୟକୁ ଆକ୍ରମଣ କରିବା ସମ୍ଭବ କି ? ବିନା ନିଶାରେ ସାମ୍ବାଦିକଙ୍କ କ୍ୟାମେରା ଭାଙ୍ଗି ତାଙ୍କୁ ବିଧା, ଗୋଇଠା ମାରିବା ସମ୍ଭବ କି ? ସାମ୍ବାଦିକମହଲରେ ଏହା ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ସଂପୃକ୍ତ ଆଇଆଇସି ପାତ୍ରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଆଜି ପୁରୀରେ ସାମ୍ବାଦିକମାନେ ଆଇଆଇସିଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କର୍ତ୍ତୃପକ୍ଷଙ୍କୁ ସେମାନେ ୨୪ ଘଣ୍ଟାର ମହଲତ ଦେଇଛନ୍ତି । ଭୁବନେଶ୍ୱର ସମେତ ସାରା ରାଜ୍ୟରେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ।
Previous Post

ଜଟଣୀ: ରାସ୍ତାରୁ ଟେକିନେଇ ଶିକ୍ଷୟିତ୍ରୀଙ୍କୁ ରେପ୍

Next Post

ବିଜେପୁର ଫାୟାରିଂ: ବିଜେଡ଼ି-ବିଜେପି ନିର୍ବାଚନୀ ନାଟ

Next Post

ବିଜେପୁର ଫାୟାରିଂ: ବିଜେଡ଼ି-ବିଜେପି ନିର୍ବାଚନୀ ନାଟ

Comments 1

  1. Sandeep Mohanty says:
    8 years ago

    He should be demoted to 2 star and to be sent to jail.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA