Monday, May 25, 2026 12:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓସିଏରେ ବୟସ ଜାଲିଆତି କରି ଖେଳାଳି ଚୟନ !

by Our Correspondent
14 Oct, 2018- 09:22 PM
in Latest News, News
1 min read
0
ଓସିଏରେ ବୟସ ଜାଲିଆତି କରି ଖେଳାଳି ଚୟନ !
ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ)ରେ ୧୬ ବର୍ଷରୁ କମ୍ ବୟସର ଖେଳାଳି ଚୟନରେ ବୟସ ଜାଲିଆତି ଅଭିଯୋଗ ହୋଇଛି । କିଛି ଖେଳାଳି ଓ ସେମାନଙ୍କ ଅଭିଭାବକମାନଙ୍କ ସହିତ ହାତ ମିଳାଇ ଓସିଏ ଏଭଳି ଜାଲିଆତି କରିଥିବା ଅଭିଯୋଗ ଆଣିଛି କଳିଙ୍ଗ ସେନା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେନା ଅଧ୍ୟକ୍ଷ ହେମନ୍ତ ରଥ ଏହି ଜାଲିଆତିର ପର୍ଦ୍ଦାଫାସ କରିଛନ୍ତି ।
୨୦୧୮-୧୯ ପାଇଁ ଓସିଏ କର୍ତ୍ତୃପକ୍ଷ ୧୬ ବର୍ଷରୁ କମ ବୟସର ୧୫ ଜଣ ଖେଳାଳି ଚୟନ କରିଛନ୍ତି । ଏହି ଟିମ୍ ଚଳିତମାସ ୨୧ ତାରିଖରୁ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଖେଳିବା ପାଇଁ ପଶ୍ଚିମବଙ୍ଗ ଯିବାର କାର୍ଯ୍ୟସୂଚୀ ରହିଛି । ଖେଳାଳି ତାଲିକାର ୪ ନମ୍ବର ସ୍ଥାନରେ ଥିବା ବିଶ୍ୱଜିତ୍ ପାତ୍ରଙ୍କ ବୟସରେ ଜାଲିଆତି ହୋଇଥିବା ଶ୍ରୀ ରଥ ଦର୍ଶାଇଛନ୍ତି ।
ଶ୍ରୀ ରଥ ଉପସ୍ଥାପିତ କରିଥିବା ଦସ୍ତାବିଜ୍ ରେ ଦର୍ଶାଇଛନ୍ତି ଯେ ବିଶ୍ୱଜିତ୍ ପାତ୍ର ଓସିଏରେ ତାଙ୍କ ଜନ୍ମ ସାର୍ଟିଫିକେଟ ଦାଖଲ କରିଛନ୍ତି । ଏଥିରେ ବିଶ୍ୱଜିତ୍ ଙ୍କ ପିତାଙ୍କ ନାମ କାମଦେବ ପାତ୍ର ଓ ମାତାଙ୍କ ନାମ ରଞ୍ଜିତା ପାତ୍ର ରହିଛି । ଏହି ସାର୍ଟିଫିକେଟର ପଞ୍ଜିକରଣ ନମ୍ବର ରହିଛି ୧୨୭୫୭/୨୦୧୦ । ପଞ୍ଜିକରଣ ତାରିଖ ୨.୮.୨୦୧୦ ଓ ଜନ୍ମ ତାରିଖ ୧୦.୧୧.୨୦୦୩ ଅଛି । ଏହି ହିସାବ ଆଧାରରେ ଓସିଏ ଶ୍ରୀ ବିଶ୍ୱଜିତ୍ ଙ୍କୁ ୧୬ ବର୍ଷରୁ କମ୍ ବୟସର ଦଳରେ ସାମିଲ କରିଛି । ହେଲେ କଟକ ମହାନଗର ନିଗମରୁ ହସ୍ତଗତ ହୋଇଥିବା ସମାନ ପଞ୍ଜିକରଣ ନମ୍ବରର ଜନ୍ମ ସାର୍ଟିଫିକେଟରେ ବିଶ୍ୱଜିତ୍ ଙ୍କ ପିତା, ମାତାଙ୍କ ନାମ ଓ ପଞ୍ଜିକରଣ ନମ୍ବର ସମାନ ଥିବା ବେଳେ ତାଙ୍କର ଜନ୍ମ ତାରିଖ ୧୦.୦୬.୨୦୦୧ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏହି ଜନ୍ମ ପ୍ରମାଣପାତ୍ର ଦାଖଲ କରିଥିଲେ ବିଶ୍ୱଜିତ୍ ଦଳରେ ସାମିଲ ହୋଇପାରି ନ ଥାଆନ୍ତେ । ତେଣୁ ଜାଲିଆତି କରି ବୟସ କମାଇଥିବାରୁ ତୁରନ୍ତ ବିଶ୍ୱଜିତ୍ ଙ୍କୁ ଖେଳାଳି ତାଲିକାରୁ ବାଦ୍ ଦିଆଯାଉ ବୋଲି ଶ୍ରୀ ରଥ ଦାବି କରିଛନ୍ତି ।
ସେ ପୁଣି କହିଛନ୍ତି, ଓସିଏ କର୍ତ୍ତୃପକ୍ଷ ଖେଳାଳିମାନେ ଦେଇଥିବା ଜନ୍ମ ସିର୍ଟିଫିକେଟକୁ କିଭଳି ଯାଞ୍ଚ କରିଛନ୍ତି ତାହା ଏବେ ସନ୍ଦେହରେ । ଓସିଏ କର୍ତ୍ତୃପକ୍ଷ ଜାଣିଶୁଣି ଏହି ଜାଲିଆତିରେ ସଂପୃକ୍ତ ଅଛନ୍ତି । ରାଜ୍ୟରେ ବହୁ ଉଦୀୟମାନ କ୍ରିକେଟ ଖେଳାଳି ଥିବା ବେଳେ ବୟସ ଜାଲିଆତି କରି ଓସିଏ ସେମାନଙ୍କ ପ୍ରତିଭାକୁ ମାରିଦେଉଛି ବୋଲି ଶ୍ରୀ ରଥ କହିଛନ୍ତି । ଏହା ଭାତହାଣ୍ଡିରୁ ଗୋଟିଏ ଭଳି ହୋଇଥିବା ବେଳେ ଏଭଳି ମହା ଜାଲିଆତିର ସିବିଆଇ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଫୌଜଦାରି ମକଦ୍ଦମା ରୁଜୁ କରି ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।
Previous Post

ଫେସବୁକ୍ ରେ ମିଛ କହିଲେ ଧର୍ମେନ୍ଦ୍ର

Next Post

ତିତଲି ବିପନ୍ନଙ୍କୁ ନଗଦ ୧ ହଜାର ଟଙ୍କା

Next Post
ତିତଲି ବିପନ୍ନଙ୍କୁ ନଗଦ ୧ ହଜାର ଟଙ୍କା

ତିତଲି ବିପନ୍ନଙ୍କୁ ନଗଦ ୧ ହଜାର ଟଙ୍କା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA