Wednesday, July 29, 2026 11:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା କ୍ରିକେଟିୟର୍: ଜନ୍ମ ଜାଲିଆତିର ମହାଖୁଲାସା

by Our Correspondent
14 Jul, 2016- 08:12 AM
in News
1 min read
1
ଓଡ଼ିଶା କ୍ରିକେଟିୟର୍: ଜନ୍ମ ଜାଲିଆତିର ମହାଖୁଲାସା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୨୦୧୨ ମସିହାରେ ପ୍ରଥମ ଥର ପାଇଁ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବିଜୟ ମର୍ଚ୍ଚାଂଟ୍ ଟୁର୍ଣ୍ଣାମେଂଟରେ ଖେଳିଥିଲେ ଶୁଭମ୍ ନାୟକ। ସେହିବର୍ଷ ଡିସେମ୍ବର ୭ରେ ଖେଳିଥିଲେ ପ୍ରଥମ ମ୍ୟାଚ। ସେତେବେଳକୁ ତାଙ୍କର ବୟସ ଥିଲା ୧୭ ବର୍ଷ ୪ ମାସ ୧୩ ଦିନ। ନିଜେ ଶୁଭମ୍ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗକୁ ଦେଇଥିବା ଜନ୍ମ ତାରିଖ ଡିକ୍ଲାରେସନରେ ଏହା ଲେଖିଥିଲେ। ସେଥିରେ ଶୁଭମ୍ ନିଜର ଜନ୍ମ ତାରିଖ ୨୫.୦୭.୧୯୯୫ ବୋଲି ଦର୍ଶାଇଥିଲେ। ୨୦୧୨ ମସିହାର ଏହି ସାଢ଼େ ୧୭ ବର୍ଷୀୟ ଶୁଭମ୍ ଲଗାତର ତିନିବର୍ଷ ଅର୍ଥାତ୍ ୨୦୧୪ ମସିହା ଯାଏଁ ଖେଳିଥିଲେ ଅଣ୍ଡର-୧୬ ଟୁର୍ଣ୍ଣାମେଂଟ୍ ।

ଖାଲି ସେତିକି ନୁହେଁ, ଶୁଭମ୍ ୧୯ ବର୍ଷରୁ କମ୍ ଭିନୁ ମଙ୍କଡ଼ ଟ୍ରଫି ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ୍ ଖେଳିଥିଲେ ୨୦୧୪ ଅକ୍ଟୋବର ମାସରେ। ସେତେବେଳକୁ ତାଙ୍କର ବୟସ ହୋଇଥିଲା ୧୯ ବର୍ଷ ୩ ମାସ ୫ ଦିନ। ୨୦ ବର୍ଷ ପାର୍ ହେଲା ପରେ ବି ୨୦୧୫ ପର୍ଯ୍ୟନ୍ତ ସେ ଏହି ଟୁର୍ଣ୍ଣାମେଂଟ୍ ଖେଳିଥିଲେ। ଆଚମ୍ବିତ କଥା ହେଉଛି, ଓସିଏ ୱେବସାଇଟରେ ୨୦୧୩ ପରଠାରୁ ତାଙ୍କ ଜନ୍ମ ତାରିଖର ବିଚିତ୍ର ରୂପ ଦେଖିବାକୁ ମିଳିଛି। କେତେବେଳେ ଜନ୍ମ ତାରିଖ ନିରୁଦ୍ଦିଷ୍ଟ ହୋଇଯାଇଛି ତ ଆଉ କେବେ ଜନ୍ମ ତାରିଖ ୧ ଜାନୁଆରୀ ୧୯୭୦ ବୋଲି ଉଲ୍ଲେଖ ଅଛି। ହୋଇପାରେ ଶୁଭମ୍ କ୍ରିକେଟ କୋଟାରେ ସରକାରୀ ଚାକିରି ପାଇଁ ଏମିତି ଭିନ୍ନ ଓ ବିଚିତ୍ର ଜନ୍ମତାରିଖକୁ ଛାତିରେ ଧରିଥିଲା ଓସିଏ ୱେବସାଇଟ୍।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଶୁଭମ୍ ହେଉଛନ୍ତି ଓସିଏ କର୍ମଚାରୀ ବିଦ୍ୟୁତ କୁମାର ନାୟକଙ୍କ ପୁଅ। ପୁଅର କ୍ୟାରିୟର ଲୋଭରେ ସେ ପୁଅର ଜୀବନକୁ ଏମିତି ଜାଲ୍ ରଙ୍ଗ ଦେଇ ବରବାଦ କରିବା ବାଟ କରିଦେଇଛନ୍ତି। ଓସିଏକୁ ଆୟୁଧ କରି କିଛି କର୍ମକର୍ତା ଓ କର୍ମଚାରୀ ହେଉଛନ୍ତି ଏହି ଜାଲିଆତିର ରିଙ୍ଗ୍ ମାଷ୍ଟର। ଆଉ ଓସିଏରୁ ଏହି ଜାଲିଆତି ଚେର୍ ଲମ୍ବିଛି ବିସିସିଆ ପର୍ଯ୍ୟନ୍ତ। ଓସିଏ ଓ ବିସିସିଆଇର ମିଲାଚୁଲାରେ ହୋଇଛି ଏହି ସାଂଘାତିକ ଜାଲିଆତି। ଜାଲିଆତିରେ ଫସିବାକୁ ଯାଉଥିବା ଅଧିକାଂଶ କ୍ରିକେଟିୟରଙ୍କର ରୁଟ୍ ରହିଛି ଓସିଏରେ।

ପ୍ରଥମ ଦଫାରେ ଶୁଭମ୍ ପରି ବୟସ ଜାଲିଆତି କରି କ୍ରିକେଟ୍ ଖେଳିବା ଏବଂ ସରକାରୀ ଚାକିରି ସୁବିଧା ପାଇଥିବା ଆଉ କିଛି କ୍ରିକେଟିୟରଙ୍କର ନାଁ ଲେଖୁଛୁ। ରାଜେଶ କୁମାର ସେଠୀଙ୍କ ଜନ୍ମ ତାରିଖ ୫.୬.୧୯୮୩। ଫେବ୍ରୁଆରୀ ୨୦୧୪ରେ ତାଙ୍କୁ ୩୦ ବର୍ଷ ୮ ମାସ ୨ ଦିନ ହେଲାବେଳେ ସେ ଖେଳିଥିଲେ ୨୫ ବର୍ଷରୁ କମ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍। ତାଙ୍କୁ ୨୩ ବର୍ଷ ବୟସ ବେଳକୁ ସେ ପ୍ରଥମେ ୧୯ ବର୍ଷରୁ କମ୍ କୁଚବିହାର ଟୁର୍ଣ୍ଣାମେଂଟ୍ ଓ ପରବର୍ଷ ବିଜୟ ମର୍ଚ୍ଚାଂଟ୍ ଟ୍ରଫି ଖେଳିଥିଲେ। ସେହିଭଳି ଶୁଭେନ୍ଦୁ କୁମାର ମଲ୍ଲିକଙ୍କୁ ୨୪ ବର୍ଷ ହେଲାବେଳେ ୧୯ ବର୍ଷରୁ କମ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଖେଳିଥିଲେ। ୧୯ ବର୍ଷରେ ଖେଳିଥିଲେ ଅଣ୍ଡର-୧୯ ବିଜୟ ମର୍ଚ୍ଚାଂଟ୍ ଓ କୁଚବିହାର ଟ୍ରଫି।

ସୂଚନା ଅଧିକାର ଆଇନ ବଳରେ ବୟସ ଜାଲିଆତିର ସବୁ ପ୍ରମାଣ ଲାଗିଲା ପରେ ଓସିଏ ସମ୍ପାଦକ ଆର୍ଶିବାଦ ବେହେରା ଓସିଏକୁ ନିର୍ଦୋଷ ବୋଲି ଲଜ୍ଜାହୀନ ମନ୍ତବ୍ୟ ଦେଇଛନ୍ତି। କ୍ରିକେଟିୟରଙ୍କ ପ୍ରଶିକ୍ଷଣ ଶିବିରରେ ସମସ୍ତଙ୍କୁ ବୟସ ପ୍ରମାଣପତ୍ର ଦେବାକୁ କୁହାଯାଉଥିଲେ ମଧ୍ୟ ଅର୍ଦ୍ଧାଧିକ ଦେଉନାହାନ୍ତି ବୋଲି ନିର୍ଲ୍ଲଜ ସଫେଇ ଦେଇ ନିଜ ମୁଣ୍ଡରୁ ଦୋଷ ଟାଳିବାକୁ ଉଦ୍ୟମ କରିଛନ୍ତି। ତେବେ ସିବିଆଇ ଏହାର ଖୋଳତାଡ଼ ଆରମ୍ଭ କରି ୩୪ ଜଣ ଖେଳାଳି ଏଭଳି ଜାଲିଆତି କରିଥିବା ଜାଣିସାରିଲାଣି। ଜାଲିଆତିର ସାଂଘାତିକ ତଥ୍ୟ ସିବିଆଇର ହସ୍ତଗତ ହୋଇଥିବା ତାଜା ସୂଚନା ମିଳିଛି।

Previous Post

ୟୁଡ଼ି ହାତରେ ଡେଙ୍ଗୁ ପାହାର

Next Post

୬ ବରିଷ୍ଠ ଓଏଏସ୍ ନିଖୋଜ !

Next Post
୬ ବରିଷ୍ଠ ଓଏଏସ୍ ନିଖୋଜ !

୬ ବରିଷ୍ଠ ଓଏଏସ୍ ନିଖୋଜ !

Comments 1

  1. Prafulla Kumar Paramanik says:
    10 years ago

    Keep it up. It may take a prime role in giving accurate message to the public. Thanks a lot.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA