ଭୁବନେଶ୍ୱର(ମିଡ଼-ଡ଼େ ଓଡ଼ିଶା): କଂଗ୍ରେସର ପୁରୁଣା ରୋଗ ଲେଉଟିଛି । “ମୁଁ ନୁହେଁ ଆମେ’ ର ସ୍ଲୋଗାନ୍ ଦେଉଥିବା ପ୍ରସାଦ ହରିଚନ୍ଦନଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଭକ୍ତ ଦାସ । ଦଳର କଳାହାଣ୍ଡି ଜିଲ୍ଲା ସଭାପତି ନିର୍ବାଚନରେ ତାଙ୍କୁ ଅଣଦେଖା କରାଯାଇଥିବାରୁ ଭକ୍ତ ଦାସ ବିଦ୍ରୋହ ଡାକରା ଦେଇଛନ୍ତି । ଦମ୍ ଅଛି ତ ତାଙ୍କୁ ଛାଡ଼ି ସଂଗଠନ ଚଳାଅ ବୋଲି ପ୍ରସାଦଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଦଳର ବରିଷ୍ଠ ତଥା ଟାଣୁଆ ନେତା ଭକ୍ତ ଦାସଙ୍କ ଏଭଳି ଖୋଲା ଚାଲେଞ୍ଜ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ସମସ୍ତଙ୍କୁ ନେଇ ଚାଲିବାର ପ୍ରତିଶ୍ରୁତି ଦେଇ ଆସୁଥିବା ପ୍ରସାଦଙ୍କର ଅସଲି ଚେହେରା ଏଥିରେ ଧରାପଡ଼ିଥିବା ବେଳେ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି । ପ୍ରସାଦଙ୍କ ବିରୋଧରେ ପ୍ରଥମ ଥର ପାଇଁ ଏଭଳି ବିଦ୍ରୋହ ନିଶ୍ଚିତ ଭାବେ ଦଳର ପାଣିପାଗକୁ ଗୋଳିଆଘାଣ୍ଟ କରିବ ଏଥିରେ ସନେ୍ଦହ ନାହିଁ । ଆଗକୁ ଦେଖିବାର ଅଛି ଏହାର ପରିଣାମ ।