Tuesday, May 26, 2026 02:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସ ଭବନରେ ଦାମ; ବିଜେପି ଓ ମୋଦୀଙ୍କୁ କୁର୍ଚ୍ଛତ ଗାଳି

by Our Correspondent
02 Oct, 2018- 11:16 PM
in Latest News, Politics
1 min read
0
କଂଗ୍ରେସ ଭବନରେ ଦାମ; ବିଜେପି ଓ ମୋଦୀଙ୍କୁ କୁର୍ଚ୍ଛତ ଗାଳି

ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ବିଜେପିର ଧ୍ୱଜା ଉଡ଼ାଇଛନ୍ତି । ମୋଦୀଙ୍କୁ ସେ ବାଚାଳ ବୋଲି ଆକ୍ଷେପ କରିଥିବା ବେଳେ ବିଜେପିବାଲାଙ୍କର ନିଜର ଛୁଆ ନାହିଁ, ପର ଛୁଆ ଉପରେ ଆଖି ପକାଉଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି । ଅଣକଂଗ୍ରେସ ରାଜନୀତିରେ ପରିଚୟ ସୃଷ୍ଟି କରିଥିବା ଦାମ ଆଜି ପ୍ରଥମ ଥର ପାଇଁ କଂଗ୍ରେସ ଭବନ ଆସିଥିଲେ । ପ୍ରଦେଶ କଂଗ୍ରେସ ପକ୍ଷରୁ ସଂଧ୍ୟାରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଓ’ ସମ୍ମିଳନୀରେ ଯୋଗଦେଇ ସେ ବିଜେଡ଼ିକୁ କମ ଗାଳି ଦେଇଥିଲା ବେଳେ ବିଜେପି ଓ ମୋଦୀଙ୍କ ଉପରେ କୁର୍ଚ୍ଛତ ବର୍ଷିଥିଲେ ।

ଦାମ ତାଙ୍କ ଭାଷଣରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ମନଭରି ଗାଳି ଦେଇଥିଲେ । ସେ କହିଥିଲେ, ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ଆସିଥିବା ବେଳେ ଯେଉଁଠି ବିଜେପି ନାହିଁ ସେଠି ଶାସନ ନାହିଁ ବୋଲି କହିଥିଲେ । କିନ୍ତୁ ମୋଦୀ ଜାଣି ରଖିବା ଉଚିତ ଯେ ସେ ଦେଶର ପ୍ରଧାନମନ୍ତ୍ରୀ । ବିଜେପିର ପ୍ରଧାନମନ୍ତ୍ରୀ ନୁହଁନ୍ତି । ଗୋଟେ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନି । ମୋଦୀ ବାଚାଳଙ୍କ ଭଳି କଥା କହୁଛନ୍ତି ବୋଲି ଦାମ ଆକ୍ଷେପ କରିଥିଲେ । ସେହିଭଳି ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମକୁ ଦାମ କଡ଼ା ଭାଷାରେ ସମାଲୋଚନା କରିଥିଲେ । କହିଥିଲେ, କା’ ମନରେ କ’ଣ ଅଛି ସେ ନିଜ ପାଖରେ ରଖନ୍ତୁ । ସେଥିରେ କାହାର ଯାଏ ଆସେ ନାହିଁ । ନିଜ ଘରଣୀ ଯେଉଁ ଦୁଃଖ ଧରିଛନ୍ତି ତାଙ୍କ କଥା ଆଗ ଶୁଣନ୍ତୁ ବୋଲି ମୋଦୀଙ୍କୁ ଆକ୍ଷେପ କରିଥିଲେ ।
ବିଜେପିକୁ ଗାଳି କରି ଦାମ କହିଥିଲେ, ଏଠି ବିଜେପିବାଲାଙ୍କ ନିଜ ଛୁଆ ନାହିଁ । ପରଛୁଆକୁ ଆଖି ପକାଇଛନ୍ତି । ନିଜର ପ୍ରଚାର ପାଇଁ ଖାଲି ଭୁବନେଶ୍ୱର ସହରର ଯେତିକି ହୋର୍ଡିଂ ଲାଗିଛି ସେଥିରେ କେତେ ଟଙ୍କା ଖର୍ଚ୍ଚ ହେଉଛି? ଏହା କାହା ବାପାର ପଇସା ନୁହେଁ । ବର୍ତ୍ତମାନ ଦେଶରେ ଗଣତନ୍ତ୍ର ନୁହେଁ, ଦଳତନ୍ତ୍ର ଚାଲିଛି ବୋଲି କହିଥିଲେ ଦାମ ।
କଂଗ୍ରେସ ମଞ୍ଚରେ ଦାମ ବିଜେପି ଓ ମୋଦୀଙ୍କୁ ମନଖୋଲା ଗାଳି କରିଥିଲେ ମଧ୍ୟ ତାଙ୍କର ନଗଦ ଶତ୍ରୁ ପାଲଟିଥିବା ବିଜେଡ଼ି ପ୍ରତି ସେଭଳି ଟାଣ ଶବ୍ଦ ନ ଥିଲା । ଭାଷଣରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଆଦୌ ନେଇ ନ ଥିଲେ । ଓଡ଼ିଶାରେ ଜଣତନ୍ତ୍ର ଚାଲିଛି ବୋଲି କେବଳ ଆକ୍ଷେପ କରିଥିଲେ ।
ଉକ୍ତ ଆଲୋଚନାଚକ୍ରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାମପନ୍ଥୀ ନେତା ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ସମେତ କଂଗ୍ରେସର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ ।

କୌଣସି ଦଳରେ ମିଶିବିନି

କଂଗ୍ରେସ କି ବିଜେପିରେ ମିଶିବାର ନାହିଁ ବୋଲି ଆଜି ଦାମ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ନୂଆ ଦଳ ଗଢ଼ିବା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ନୂଆ ଦଳ ଗଢ଼ିବା ପାଇଁ ତାଙ୍କର ଇଚ୍ଛା । ତାହା କଷ୍ଟକର ନୁହେଁ । ହେଲେ ତାଙ୍କର ପକେଟ୍ ଖାଲି । ତେବେ ଏ ନେଇ ତାଙ୍କ ସହ ଅନେକ ନେତା ଯୋଗାଯୋଗରେ ଅଛନ୍ତି । ନୂଆ ଦଳ ଗଢ଼ିବାକୁ ତାଙ୍କ ପକ୍ଷରୁ ଉଦ୍ୟମ ହେଲାଣି କି ବୋଲି ପ୍ରଶ୍ନରେ ଦାମ କହିଛନ୍ତି, ବୈଜୟନ୍ତ ପଣ୍ଡା ରାଜି ଅଛନ୍ତି । ବିଜୟ ମହାପାତ୍ର ଧରାଛୁଆଁ ଦେଉନାହାନ୍ତି । ଦିଲ୍ଲୀପ ରାୟଙ୍କ ସହ କଥା ହୋଇନି ।
Previous Post

ଓଡ଼ିଶାରେ ୪୨% ମଦୁଆ, ପ୍ରଶ୍ନ କଲା କଂଗ୍ରେସ

Next Post

ଦାମବାବୁ ମିଛ କହୁଛନ୍ତି: ପ୍ରଫୁଲ୍ଲ ଘଡ଼େଇ

Next Post
ଦାମବାବୁ ମିଛ କହୁଛନ୍ତି: ପ୍ରଫୁଲ୍ଲ ଘଡ଼େଇ

ଦାମବାବୁ ମିଛ କହୁଛନ୍ତି: ପ୍ରଫୁଲ୍ଲ ଘଡ଼େଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA