Monday, May 25, 2026 02:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଥା ରଖିପାରିଲେନି ଧର୍ମେନ୍ଦ୍ର

by Our Correspondent
01 Apr, 2019- 11:34 PM
in Latest News, News, Politics
1 min read
0
କଥା ରଖିପାରିଲେନି ଧର୍ମେନ୍ଦ୍ର
ଭୁବନେଶ୍ୱର: ଆଉ ୧୧ଟି ବିଧାନସଭା ଆସନ ପାଇଁ ଆଜି ବିଜେପିର ପ୍ରାର୍ଥୀ ଘୋଷଣା ହୋଇଛି । ବିଜେପିରୁ ଇସ୍ତଫା ଦେଇ ପୁଣି ବିଜେପିକୁ ଫେରିଥିବା ଟାଣୁଆ ନେତା ବିଜୟ ମହାପାତ୍ର ପାଟକୁରା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଗତଥର ସେ ମହାକାଳପଡ଼ାରୁ ବିଜେପି ପ୍ରାର୍ଥୀ ଥିଲେ । ଏଥର ସେହି ଆସନରେ ପ୍ରାର୍ଥୀ ହୋଇଛନ୍ତି ବିଜୟ ପ୍ରଧାନ । କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ଦୁଇ ବିଜୟଙ୍କ ନାଁ ଘୋଷଣା ହେଲା ପରେ ଜିଲ୍ଲା ବିଜେପି ରାଜନୀତି ସରଗରମ ହୋଇଛି । ଦୁଇ ବିଜୟଙ୍କୁ ବିରୋଧ କରି ଦଳର କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଅଫିସ ସାମନାରେ ଦଳର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ପୋଡ଼ିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ଜଣେ ନେତାଙ୍କ ସୂଚନା ଅନୁଯାୟୀ, ଗତ ଦୁଇବର୍ଷ ଧରି କେନ୍ଦ୍ରାପଡ଼ା ବିଜେପି ସଂଗଠନକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍କଳ କେଶରୀ(ଟୁଲୁ) ପରିଡ଼ାଙ୍କୁ ପାଟକୁରା ଏବଂ ଭୁବନ ମୋହନ ଜେନାଙ୍କୁ ମହାକାଳପଡ଼ାରୁ ପ୍ରାର୍ଥୀ କରାଯିବ ବୋଲି ସ୍ଥିର ହୋଇଥିଲା । ସେହି ଅନୁଯାୟୀ ଦଳର କାର୍ଯ୍ୟକ୍ରମ ଚାଲୁଥିଲା । ମାତ୍ର ବୈଜୟନ୍ତ ପଣ୍ଡା ବିଜେପିକୁ ଆସି ପାୱାରଫୁଲ୍ ହେବା ପରେ ତାଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି ଜିଲ୍ଲା ବିଜେପି ସଂଗଠନ । ବିଜୟ ମହାପାତ୍ରଙ୍କୁ ସାଙ୍ଗରେ ଧରି ସେ ତାଙ୍କର ଗୋଟିଚାଳନା କରୁଛନ୍ତି । ଏକା ସାଙ୍ଗରେ ଟୁଲୁ ପରିଡ଼ା ଓ ଭୁବନ ଜେନାଙ୍କୁ ସଫା କରିବାକୁ ଜାଲ୍ ବିଛାଯାଇଛି । ମହାକାଳପଡ଼ାରେ ପ୍ରାର୍ଥୀ ହୋଇଥିବା ବିଜୟ ପ୍ରଧାନ ବୈଜୟନ୍ତ ପଣ୍ଡାଙ୍କର ଏକାନ୍ତ ସହଯୋଗୀ ଭାବେ ଜଣାଶୁଣା । ପୂର୍ବରୁ ସେ ତିନି ତିନି ଥର ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାହା ନାମକୁ ମାତ୍ର । ପାଟକୁରା କି ମହାକାଳପଡ଼ାରେ ତାଙ୍କର ସେଭଳି ସ୍ଥିତି ନାହିଁ ।
ସୂଚନାଯୋଗ୍ୟ, ବିଜୟ ମହାପାତ୍ର ବିଜେପିକୁ ଫେରିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି କର୍ମକର୍ତ୍ତାମାନେ ତାଙ୍କୁ ବିରୋଧ କରି ସଂକଳ୍ପ କରିଥିଲେ । ବିଜୟ ମହାପାତ୍ରଙ୍କୁ ଦଳରେ ପୁର୍ନବାର ଗ୍ରହଣ କରିପାରିବେନି ବୋଲି ଜଣାଇ ଦେଇଥିଲେ । ଆଜି ତାଙ୍କର ପ୍ରାର୍ଥୀତ୍ୱ ଘୋଷଣା ହେଲା ପରେ ଜିଲ୍ଲା କର୍ମକର୍ତ୍ତାମାନେ ବିଦ୍ରୋହ ଆରମ୍ଭ କରିଛନ୍ତି । ମହାକାଳପଡ଼ାରେ ବିଜୟ ପ୍ରଧାନଙ୍କ ପ୍ରାର୍ଥୀତ୍ୱକୁ ବି ସେମାନେ ଗ୍ରହଣ କରିନାହାନ୍ତି । ପରିବର୍ତ୍ତିତ ସମୀକରଣ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ସେମାନେ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିଶ୍ରୁତି ରଖି ନ ଥିବାରୁ ସେମାନେ କ୍ଷୁବ୍ଧ ହୋଇଛନ୍ତି ।
Previous Post

ଟିକେଟ ପାଇଲେନି ଦେବାଶିଷ ନାୟକ, ଶଶୀ ବେହେରା

Next Post

ଲେଖାଶ୍ରୀଙ୍କୁ ମିଳିଲାନି ଟିକେଟ

Next Post
ଲେଖାଶ୍ରୀଙ୍କୁ ମିଳିଲାନି ଟିକେଟ

ଲେଖାଶ୍ରୀଙ୍କୁ ମିଳିଲାନି ଟିକେଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA