Monday, May 25, 2026 12:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କିସ୍’ ର ବଲାଙ୍ଗୀର ଶାଖା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

by Our Correspondent
16 Feb, 2020- 11:49 PM
in Latest News, News
1 min read
0
‘କିସ୍’ ର ବଲାଙ୍ଗୀର ଶାଖା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
ବଲାଙ୍ଗୀର: ଭୁବନେଶ୍ୱରରେ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ‘କିସ୍’ ଖାଲି ରାଜ୍ୟରେ କି ଦେଶରେ କାହିଁକି ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛି । ଆଦିବାସୀ ଜନଜାତିଙ୍କ ଶିକ୍ଷାକ୍ଷେତ୍ରକୁ ଆହୁରି ବ୍ୟାପକ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ଭଳି ପଛୁଆ ଅଞ୍ଚଳରେ ‘କିସ୍’ ର ଆଉ ଏକ ଶାଖା ଖୋଲିଛି । ଶନିବାର ଦିନ ଭୁବନେଶ୍ୱର ‘କିସ୍’ ର ବଲାଙ୍ଗୀର ଶାଖା(ମୋତିଲାଲ୍ ଓସ୍ୱାଲ୍-କିସ୍ ଜନଜାତି ବିଦ୍ୟାଳୟ)ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବଲାଙ୍ଗୀର ଭଳି ପଛୁଆ ଅଞ୍ଚଳରେ ଶିକ୍ଷାର ବିକାଶ ନିହାତି ଦରକାର । ‘କିସ୍’ ବଲାଙ୍ଗୀର ଶାଖା ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବ । ଶିକ୍ଷା ଆଗକୁ ବଢ଼ିବାକୁ ଶକ୍ତି ଦେଇଥାଏ । ତେଣୁ ସମୟ ଆସିଛି ଶିକ୍ଷାର ବିକାଶ ପାଇଁ ଏକତାର ସହ ଆଗକୁ ବଢ଼ିବାକୁ ହେବ ।
ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ରାଜ୍ୟରେ ୬୫୦୦ ହଷ୍ଟେଲ୍ ରେ ଏବେ ୬ ଲକ୍ଷରୁ ଅଧିକ ପିଲା ପାଠ ପଢ଼ୁଛନ୍ତି । ସେଠାରେ ଗୁଣାତ୍ମକ ଶିକ୍ଷାକୁ ଧ୍ୟାନ ଦିଆଯାଉଛି । ରାଜ୍ୟର ସବୁ ବ୍ଲକ୍ ରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ୧୦୧ଟି ସ୍କୁଲକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସ କରାଯିବାର ପ୍ରକ୍ରିୟା ଚାଲିଛି ।

‘କିସ୍’ ବଲାଙ୍ଗୀର ଶାଖାକୁ ଉଦଘାଟନ କଲା ପରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପରସରକୁ ବୁଲି ଦେଖିଥିଲେ । ‘କିସ୍’ର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ଓସ୍ୱାଲ୍ ଗ୍ରୁପ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୋତିଲାଲ୍ ଓସ୍ୱାଲ୍ ଙ୍କୁ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ । ଡ. ସାମନ୍ତ ତାଙ୍କ ଭାଷଣରେ ଉକ୍ତ ଅନୁଷ୍ଠାନର ମହତ୍ତ୍ୱ ଉଦେ୍ଦଶ୍ୟ ସମ୍ପର୍କରେ କହିଥିଲେ । ଶ୍ରୀ ମୋତିଲାଲ୍ ଓସ୍ୱାଲ୍ ତାଙ୍କ ଭାଷଣରେ ଭୁବନେଶ୍ୱର ‘କିସ୍’ କୁ ପ୍ରଶଂସା କରିବା ସହ ଏହାର କ୍ୟାମ୍ପସ୍ ତାଙ୍କୁ ବିମୋହିତ କରିଛି ବୋଲି କହିଥିଲେ ।
ସୂଚନାଯୋଗ୍ୟ, ମୋତିଲାଲ୍ ଓସ୍ୱାଲ୍ ଗ୍ରୁପ୍ ର ଆର୍ଥିକ ସହାୟତା ଏବଂ ‘କିସ୍’ ର ସହଭାଗିତାରେ ‘କିସ୍’ ଜମିରେ ନିର୍ମିତ ହୋଇଛି ଏହି ଆବାସିକ ବିଦ୍ୟାଳୟ । ଏଥିରେ ଛାତ୍ରଛାତ୍ରୀମାନେ ମାଗଣାରେ ସମ୍ପୂର୍ଣ୍ଣ ପାଠ ପଢ଼ିବେ । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୫୦୦ ଗରିବ ଜନଜାତିର ଛାତ୍ରଛାତ୍ରୀ ପାଠ ପଢ଼ିବେ । ପରେ ‘କିସ୍’ ବିଶ୍ୱବିଦ୍ୟାଳୟରେ ପଢ଼ିବେ ବୋଲି ଡ. ଅଚ୍ୟୁତ ସାମନ୍ତ ସୂଚନା ଦେଇଥିଲେ ।

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ମୋତିଲାଲ୍ ଓସ୍ୱାଲ୍ ଫାଉଣ୍ଡେସନ୍ ର ଅଧ୍ୟକ୍ଷା ସୁନୀତା ଅଗ୍ରୱାଲ୍, ମୋତିଲାଲ୍ ଓସ୍ୱାଲ୍ ଫାଇନାନସିଆଲ୍ ସର୍ଭିସେସ୍ ଗ୍ରୁପ୍ ର ଅଧ୍ୟକ୍ଷ ରାମଦେଓ ଅଗ୍ରୱାଲ୍, ବିମଳା ଓସ୍ୱାଲ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବଲାଙ୍ଗୀର ଜିଲ୍ଲାପାଳ ଅରବିନ୍ଦ ଡାକୁଆ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଦିବାସୀ ଯୋଗଦେଇଥିଲେ ।
Previous Post

ଅନୁପ ସାଏଙ୍କ ଜଘନ୍ୟ କାହାଣୀ: ଲିଭ୍ ଇନ୍ ରିଲେସନସିପ୍ ରୁ ଡବଲ୍ ମର୍ଡର

Next Post

“‘କିସ୍’ ବିଶ୍ୱର ଏକ ବିସ୍ମୟ”

Next Post
“‘କିସ୍’ ବିଶ୍ୱର ଏକ ବିସ୍ମୟ”

“‘କିସ୍’ ବିଶ୍ୱର ଏକ ବିସ୍ମୟ”

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA