ଭୁବନେଶ୍ୱର : ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ । ରେଟିଂର ପ୍ରାଥମିକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷା ପ୍ରଦାନ ଏବଂ ଶିକ୍ଷା ଗ୍ରହଣ, ଗବେଷଣା, ସାମାଜିକ ଦାୟିତ୍ୱ, ଫ୍ୟାକଲ୍ଟିମାନଙ୍କ ଗୁଣବତା, ଛାତ୍ରଛାତ୍ରୀମାନଙ୍କର ନିଯୁକ୍ତି ନିମନ୍ତେ ଯୋଗ୍ୟତା ଓ ଉପଲବ୍ଧ ସୁବିଧା ସୁଯୋଗ ଇତ୍ୟାଦିର ମୂଲ୍ୟାୟନ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ରହିଥିଲା । ଏହି ସମସ୍ତ ମାପଦଣ୍ଡକୁ ନେଇ ସୋଆ ଡାଇମଣ୍ଡ ରେଟିଂ ହାସଲ କରିଛି ବୋଲି କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି ।
ଉନ୍ନତମାନର ଗୁଣବତା ଏବଂ ଉଚ୍ଚ ପାରଦର୍ଶିତାକୁ ନେଇ ସୋଆ କ୍ୟୁଏସ୍ ଆଇ-ଗଜ୍ ରେଟିଂରେ ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଡାଇମଣ୍ଡ ରେଟିଂ ହାସଲ କରିଥିବାରୁ ଏହି ସଫଳତା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ସୋଆକୁ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି କ୍ୟୁଏସ୍ ଆଇ-ଗଜ୍ର କ୍ଲାଏଂଟ ରିଲେସନ୍ସ ନିର୍ଦ୍ଦେଶକ ଶ୍ରୀ ଶୁଭାୟୁ ନାଏକ ।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁନାଲ୍ ର୍ୟାକିଂ ଫ୍ରେମୱର୍କ ରେ ଦେଶର ଶ୍ରେଷ୍ଠ ୨୦ ତମ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସ୍ଥାନୀତ ହୋଇଥିଲା ବେଳେ ନ୍ୟାକ୍ ଦ୍ୱାରା ବିଶ୍ୱବିଦ୍ୟାଳୟକୁ ଏ ଗ୍ରେଡ୍ ସ୍ୱୀକୃତି ମଧ୍ୟ ମିଳିଛି ।