Monday, May 25, 2026 05:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚର୍ଚ୍ଚାରେ ରହିବାକୁ ଦାମଙ୍କ ବାଚାଳାମି !

by Our Correspondent
06 Jun, 2018- 06:35 PM
in Latest News, Politics
1 min read
0
ଚର୍ଚ୍ଚାରେ ରହିବାକୁ ଦାମଙ୍କ ବାଚାଳାମି !
ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତଙ୍କର ପୁଣି ବାଚାଳାମି(!) ବାହାରିଛି । କେତେବେଳେ କାହାକୁ କ’ଣ ସମାଲୋଚନା କରୁଛନ୍ତି ତାହା ନିଜେ ଜାଣିପାରୁଛନ୍ତି କି ନା ସନ୍ଦେହ। ଖାସ୍ କରି ଟିଭି କ୍ୟାମେରା ଦେଖିଲେ ତାଙ୍କ ପାଟି ଖଲ ମାରୁଛି । ଆଜି ଟିଭି କ୍ୟାମେରାକୁ ଦେଖି ସେ ଗୁଡ଼ାଏ କଥା ଗପିଛନ୍ତି । ବୈଜୟନ୍ତଙ୍କ ଇସ୍ତଫା ପ୍ରସଙ୍ଗରୁ କଥା ଆରମ୍ଭ କରି ପ୍ରଣବ ପ୍ରକାଶ(ବବି) ଦାସ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରସଙ୍ଗକୁ ଯାଇଛନ୍ତି ଦାମ । ତୁଣ୍ଡ ଖୋଲି ଚର୍ଚ୍ଚାରେ ରହିବାକୁ ଦାମ ଉଦ୍ୟମ କରିଥିବା କୁହାଯାଉଛି ।
ବିଜେଡ଼ିରୁ ନିଲମ୍ବିତ ବୈଜୟନ୍ତ ପଣ୍ଡା ୧୦ ଦିନ ତଳୁ ଦଳରୁ ଇସ୍ତଫା ଦେଇସାରିଲେଣି । ତାଙ୍କ ଇସ୍ତଫାପତ୍ରରେ ସେ ବିଜେଡ଼ି ଓ ସଭାପତି ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରିଥିଲେ । ମାତ୍ର ଆଜି ଦାମ ତାଙ୍କ ଟିଭି ଦେଖି ବୈଜୟନ୍ତଙ୍କୁ ଖୁସି କରିବାକୁ ଚାହିଁଛନ୍ତି । ସେ କହିଛନ୍ତି, ‘ବୈଜୟନ୍ତ ଦଳ କି ସଭାପତିଙ୍କ ବିରୋଧରେ କିଛି କହିନାହାନ୍ତି । ସେ କୌଣସି ପଦାଧିକାରୀଙ୍କ ପ୍ରତି ବିଷୋଦଗାର କରିଛନ୍ତି ।’ ଏ ବିଷୟରେ ବବିଙ୍କୁ ପଚାରିଲେ ସେ କହିବେ ବୋଲି ଦାମ ଛିଗୁଲେଇଛନ୍ତି । ନିଜେ ଦାମ ମାନିଛନ୍ତି ଯେ ବିଜେଡ଼ିରେ ଏକମାତ୍ର ପାୱାର୍ ସେଣ୍ଟର ହେଉଛନ୍ତି ନବୀନ ପଟ୍ଟନାୟକ । ମାତ୍ର ବବି ଏବେ ଦଳର ମୁଖ୍ୟ ଭୂମିକାରେ ଥିବା ସେ କଟାକ୍ଷ କରିଛନ୍ତି । ସେହିଭଳି ସୌମ୍ୟରଂଜନ ପଟ୍ଟନାୟକ ବିଜେଡ଼ିରେ ମିଶି ରାଜ୍ୟସଭାକୁ ସାଂସଦ ହୋଇଯିବାର ୩ ମାସ ହୋଇଗଲାଣି । ହେଲେ ବିଜେଡ଼ିରେ ତାଙ୍କର ଯୋଗଦାନକୁ ଆଜି ସମାଲୋଚନା କରିଛନ୍ତି ଦାମ ।
ଦାମଙ୍କ ଏଭଳି ବିତଣ୍ଡା ସମାଲୋଚନା ଓ ବାକ୍ୟବାଣକୁ ବିଜେଡ଼ିରେ କେହି ଗୁରୁତ୍ୱ ଦେଇନାହାନ୍ତି । ଓଲଟି ତାଙ୍କ ଭଳି ଜଣେ ଲଗାମଛଡ଼ା ବିଶୃଙ୍ଖଳ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳର ବିଭିନ୍ନ ମହଲରୁ ସ୍ୱର ଉଠିଛି । ଗତ ୪ ବର୍ଷ ଧରି ବିଜେଡ଼ିକୁ ବୈଜୟନ୍ତ ଯେତିକି କ୍ଷତି ଦେଇଛନ୍ତି ତାହା ସମସ୍ତଙ୍କୁ ଜଣା । ସେଥିରେ ଦାମଙ୍କ ସାର୍ଟିଫିକେଟ୍ ଲୋଡ଼ା ନାହିଁ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି । ଏଭଳି ଜଣେ(ଦାମ) ବିଶୃଙ୍ଖଳ ନେତାଙ୍କ ବିରୋଧରେ ଆଗ କାର୍ଯ୍ୟାନୁଷ୍ଠାନ ହେବା କଥା ବୋଲି ସେ କହିଛନ୍ତି ।
ନିଜକୁ ସଚ୍ଚା ଦଳୀୟ ନେତା ଦେଖାଉଥିବା ଦାମ ବୈଜୟନ୍ତଙ୍କ ଆଡକୁ ବହୁପୂର୍ବରୁ ଢ଼ଳି ସାରିଛନ୍ତି । ବୈଜୟନ୍ତଙ୍କ ମାଧ୍ୟମରେ ସେ ବିଜେପି ସହ ଯୋଗସୂତ୍ରରେ ଅଛନ୍ତି । ବିଜେଡ଼ିକୁ ଖତମ୍ କରିବାକୁ ବୈଜୟନ୍ତ କରିଥିବା ଚକ୍ରାନ୍ତରେ ଦାମ ସାମିଲ ଥିବା ଆଉ କାହାରିକୁ ଅଛପା ନାହିଁ ବୋଲି ଦଳର ଜଣେ ପୁରୁଖା ବିଧାୟକ କହିଛନ୍ତି । ଦାମଙ୍କ ବିରୋଧରେ ଏବେଠୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଦାମ ଜଣେ ଦୁର୍ନୀତିଖୋର ନେତା ଓ ସେ ମନ୍ତ୍ରୀ ଥିବା ସବୁ ବିଭାଗରେ ଦୁର୍ନୀତି ଚରମ ସୀମାକୁ ଛୁଇଁଛି । ଏଭଳି ଜଣେ ବିଶୃଙ୍ଖଳ ଓ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦଳରେ ଆଦୌ ପ୍ରଶୟ ଦେବା ଉଚିତ ନୁହେଁ ବୋଲି କୁହାଯାଇଛି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେବାକୁ କିଛି ବିଧାୟକ ମେଳି କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି ।
Previous Post

ପୁଣି ମନେପଡ଼ିଲା ବିଧାନ ପରିଷଦ

Next Post

ସାମ୍ବାଦିକମାନଙ୍କ ସମସ୍ୟା ବୁଝିଲେ ସରକାର

Next Post
ସାମ୍ବାଦିକମାନଙ୍କ ସମସ୍ୟା ବୁଝିଲେ ସରକାର

ସାମ୍ବାଦିକମାନଙ୍କ ସମସ୍ୟା ବୁଝିଲେ ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA