Thursday, April 30, 2026 10:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜମେଇଲେନି ଯୋଗୀ

by Our Correspondent
20 Feb, 2019- 08:46 PM
in Latest News, News, Politics
1 min read
0
ଜମେଇଲେନି ଯୋଗୀ
ଭୁବନେଶ୍ୱର: ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଓଡ଼ିଶାକୁ ନିର୍ବାଚନ ପ୍ରଚାର ଆଳରେ ଆସିଥିଲେ । କଳାହାଣ୍ଡିର ଭବାନୀପାଟଣା ଓ ଖୋର୍ଦ୍ଧା ଜିଲ୍ଲା ନାଚୁଣୀରେ ବିଜେପି ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଲେ । ଯୋଗୀଙ୍କ ତୁଣ୍ଡରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ କଡ଼ା କଥା ଶୁଣିବା ପାଇଁ କର୍ମକର୍ତ୍ତାମାନେ ଆଶା ବାନ୍ଧି ବସିଥିଲେ । ହେଲେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଭବାନୀପାଟଣାରେ ଯୋଗୀ ନରମ ରହିଥିଲା ବେଳେ ନାଚୁଣୀରେ ଟିକେ ଗରମ ହୋଇଥିଲେ ମଧ୍ୟ ଦଳୀୟ ନେତାଙ୍କୁ ତାହା ବିଲକୁଲ୍ ଅଣ୍ଟି ନ ଥିଲା ।
ଭବାନୀପାଟଣାରେ ଯୋଗୀ ତାଙ୍କ ଭାଷଣରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ବଖାଣିବା ସହ ଓଡ଼ିଶା ସରକାରଙ୍କୁ କିଛି ପ୍ରସଙ୍ଗରେ ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନବୀନ ସରକାର ୧୯ ବର୍ଷରେ ୧୭ ଲକ୍ଷ ଘର ତିଆରି କରିଥିଲା ବେଳେ ୟୁପିରେ ତାଙ୍କ ସରକାର ମାତ୍ର ଦୁଇବର୍ଷରେ ୨୦ ଲକ୍ଷ ଘର ତିଆରି କଲେଣି । ଓଡ଼ିଶା ସରକାରଙ୍କ କାଳିଆ ଯୋଜନା ଆରମ୍ଭରୁ ଦୁର୍ନୀତି ଗନ୍ଧ ଆସିଥିଲା ବେଳେ ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭରୁ ସଫଳତା ପାଇଲାଣି । ଏହି ଯୋଜନା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଚାଷୀମାନଙ୍କୁ ଉପକୃତ କରିଛି ବୋଲି ଯୋଗୀ କହିଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଥିବା ସଫଳତା ସାଧାରଣ ନିର୍ବାଚନରେ ଅତୁଟ ରଖିବା ସହ ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପାଇଁ କର୍ମୀମାନଙ୍କୁ ସଂକଳ୍ପ ଦେଇଥିଲେ ।
ନାଚୁଣୀ ସଭାରେ ଯୋଗୀ ସାମାନ୍ୟ ଗରମ ହୋଇଥିଲେ । କହିଥିଲେ, ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଓଡ଼ିଶା ସରକାର ଜମି ଦେଉନାହାନ୍ତି । ବରପୁତ୍ରମାନଙ୍କ ପାଇଁ ଏହା ବଡ଼ ଅପମାନ । ନବୀନ ପଟ୍ଟନାୟକଙ୍କର ବିକାଶ ପ୍ରତି ଧ୍ୟାନ ନାହିଁ । ଗରିବଙ୍କୁ ଧୋକ୍କା ଦେଉଛନ୍ତି । ରାଜ୍ୟର ବିକାଶ ପରିବର୍ତ୍ତେ ବ୍ୟକ୍ତିଗତ ଏଜେଣ୍ଡାରେ ନବୀନ ସରକାର କାମ କରୁଛନ୍ତି ବୋଲି ଯୋଗୀ ଆକ୍ଷେପ କରିଥିଲେ ।ଓଡ଼ିଶାରେ ନବୀନ ସରକାର ହଟିବେ ଏବଂ ବିଜେପିର ମିଶନ ୧୨୦ ପୂରଣ ହେବ ଏହି ଦମ୍ଭ ଦେଖାଇଥିଲେ ଯୋଗୀ ।
ଯୋଗୀଙ୍କ ଭାଷଣ ଦଳୀୟ କର୍ମୀଙ୍କୁ ସେତେଟା ଧରି ନ ଥିବା ବେଳେ ସାଙ୍ଗରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଥିରେ ତାଳି ପକାଇଥିଲେ । ତାଙ୍କର ଚିରାଚରିତ ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ନିର୍ଧୂମ ବର୍ଷିଥିଲେ ଧର୍ମେନ୍ଦ୍ର ।
ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯୋଗୀଙ୍କୁ ସାଥୀରେ ଧରି ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବାକୁ ଜାତୀୟ ମୁଖପାତ୍ର ଡ. ସମ୍ବିତ୍ ପାତ୍ର ଯୋଜନା କରିଥିଲେ ଏବଂ ସେହି ଅନୁଯାୟୀ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାଚୁଣୀ ସଭାର ଆୟୋଜନ ହୋଇଥିଲା । ମାତ୍ର ଶେଷ ମୁହୁର୍ତ୍ତରେ ଡ. ପାତ୍ର ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଥିଲେ । କାଲି ରାତିରେ ବାଥରୁମ୍ ରେ ପଡ଼ି ସାମାନ୍ୟ ଆହତ ହୋଇଥିବାରୁ ସେ ଓଡ଼ିଶା ଆସି ପାରି ନ ଥିବା ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
Previous Post

ନିର୍ବାଚନ ପୂର୍ବରୁ ୬ଟି ଆର.ଡି.ସି. ତଦନ୍ତ ରିପୋର୍ଟକୁ ସରକାର ସାର୍ବଜନୀନ କରନ୍ତୁ – କଂଗ୍ରେସ

Next Post

ଆଲୁଅରେ ଆସିଥିଲେ, ଅନ୍ଧାରରେ ଯିବେ

Next Post
ଆଲୁଅରେ ଆସିଥିଲେ, ଅନ୍ଧାରରେ ଯିବେ

ଆଲୁଅରେ ଆସିଥିଲେ, ଅନ୍ଧାରରେ ଯିବେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA