Monday, May 25, 2026 08:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜିତୁଙ୍କ ଡି ବ୍ରଦର୍ସ ଲିଙ୍କ୍ ଚର୍ଚ୍ଚା; ବିଜେଡ଼ିକୁ ପୁଣି ଅଡୁଆ

by Our Correspondent
04 May, 2018- 08:21 PM
in Latest News, Politics
1 min read
0
ଜିତୁଙ୍କ ଡି ବ୍ରଦର୍ସ ଲିଙ୍କ୍ ଚର୍ଚ୍ଚା; ବିଜେଡ଼ିକୁ ପୁଣି ଅଡୁଆ
ଭୁବନେଶ୍ୱର: ପୁଣି ବିବାଦରେ ଧର୍ମଶାଳାର ଯୁବ ବିଜେଡ଼ି ବିଧାୟକ ପ୍ରଣବ ଓରଫ୍ ଜିତୁ ବଳବନ୍ତରାୟ । ଏଥର ତାଙ୍କଠାରେ ଲାଗିଛି କଟକର କୁଖ୍ୟାତ ଧଳ(ଡ଼ି)ବ୍ରଦର୍ସ ଲିଙ୍କ୍ ଛାପ । ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍(ଇଡି) ତଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ହାଜିରା ନୋଟିସ୍ ଦେଲା ପରେ ଏକଥା ପଦାକୁ ଆସିଛି । ଡି ବ୍ରଦର୍ସଙ୍କ ସହ ପୁରୁଣା ବ୍ୟବସାୟି ସମ୍ପର୍କ ନେଇ ଆସନ୍ତା ୭ ତାରିଖରେ ଇଡି ତାଙ୍କୁ ପଚରାଉଚୁରା କରିବ । ଜିତୁଙ୍କ ବଳବନ୍ତରାୟ ଟ୍ରାନସପୋର୍ଟ ଆଣ୍ଡ ମିନେରାଲ୍ ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥା ସହ କୁଆଡ଼େ ଡି ବ୍ରଦର୍ସଙ୍କର ବ୍ୟବସାୟିକ ସମ୍ପର୍କ ଥିଲା । ୨୦୦୫-୦୬ରୁ ୨୦୧୦-୧୧ ମସିହା ପର୍ଯ୍ୟନ୍ତ ଜିତୁଙ୍କ ସଂସ୍ଥାର ଅଡ଼ିଟ୍ ରିପୋର୍ଟ ମାଗିଛି ଇଡି । ସୋମବାର ଅପରାହ୍ନ ୩ଟାରେ ଏସବୁ କାଗଜପତ୍ର ଧରି ଇଡିରେ ହାଜିରା ହେବାକୁ ଜିତୁଙ୍କୁ ସମନ ହୋଇଛି ।
ଜେଲ୍ ରେ ବନ୍ଦୀ ଜୀବନ କାଟୁଥିବା ଡି ବ୍ରଦର୍ସ ଙ୍କ ସହ ସ୍ୱର୍ଗତ କଳ୍ପତରୁ ଦାସଙ୍କ ଏହି ବିଧାୟକ ପୁଅଙ୍କ ପୁରୁଣା ବ୍ୟବସାୟିକ ସମ୍ପର୍କ ଚର୍ଚ୍ଚାକୁ ଆସିଲା ପରେ ସେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି । ୨୦୧୪ ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିବା ଜିତୁଙ୍କ ବିରୋଧରେ ଆସିଥିଲା ଇଚ୍ଛାଧୀନ କୋଟାରେ ବିଡ଼ିଏ ଓ ହାଉସିଂ ବୋର୍ଡଠାରୁ ପ୍ଲଟ୍ ହାତେଇବା ବିବାଦ । ପରେ ପରେ ଚନ୍ଦକା ଜଙ୍ଗଲ ଇଲାକାରୁ ୨୦୦୯ରେ ୫ ଏକର ବିବାଦୀୟ ଜମି କିଣିଥିବା ଅଭିଯୋଗ ଆସିଥିଲା । ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ଗୋକର୍ଣ୍ଣେଶ୍ୱର ଚାରିଟେବୁଲ୍ ଟ୍ରଷ୍ଟ ନାଁରେ ସେ ଏହି ଜାଗା କିଣିଥିବା ଏବଂ ପରେ(୨୦୧୨)ରେ ଏହି ଜାଗାକୁ ବିକ୍ରି କରିଦେଇଥିବା ସେ ସଫେଇ ଦେଇଥିଲେ ମଧ୍ୟ ବିବାଦ ତାଙ୍କ ପିଛା ଛାଡ଼ି ନ ଥିଲା । ପରେ ପରେ ତାଙ୍କ ବିରୋଧରେ ଆସିଥିଲା ଚିଟଫଣ୍ଡ ଲିଙ୍କ୍ ଅଭିଯୋଗ । ଏଟି ଗ୍ରୁପ୍ ଏବଂ ତାହାର ମାଲିକ ପ୍ରଦୀପ ସେଠୀଙ୍କ ସହ ତାଙ୍କର ଜମି କାରବାର ସମ୍ପର୍କ ନେଇ ୨୦୧୪ ସେପ୍ଟେମ୍ବରରେ ସିବିଆଇ ତାଙ୍କୁ ପଚରାଉଚୁରା କରିଥିଲା । ଅବଶ୍ୟ ଏଟି ସହ କୌଣସି ସମ୍ପର୍କକୁ ଜିତୁ ଅସ୍ୱୀକାର କରିଥିଲେ । ଏହାପରେ ବହୁ ଚର୍ଚ୍ଚିତ ଡାକ୍ତର ମୋତିଲାଲ ଗୌଡ଼ଙ୍କ ସହ ସମ୍ପର୍କ ତାଙ୍କୁ ବିବାଦ ଘେରକୁ ନେଇଥିଲା । ଏବେ ଡି ବ୍ରଦର୍ସ ଲିଙ୍କ୍ ନେଇ ନୂଆ ବିବାଦ ।
ଡି ବ୍ରଦର୍ସ ସହ ତାଙ୍କର ପୁରୁଣା ବ୍ୟବସାୟିକ ସମ୍ପର୍କ ଥିଲା ନା ନାହିଁ ସେ ସମ୍ପର୍କରେ ଜିତୁ ପାଟି ଖୋଲିନାହାନ୍ତି । ଯାହା କହିବାର କଥା ସେ ଇଡିରେ କହିବେ ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ତେବେ ଡି ବ୍ରଦର୍ସ ସହ ରାଜନେତାଙ୍କ ସମ୍ପର୍କ ଅଭିଯୋଗ ନୂଆ ଅଧ୍ୟାୟ ନୁହଁ । ତାହାର ଏକ ଲମ୍ବା ତାଲିକା ଗଡୁଛି । ପୂର୍ବରୁ ସେହି ତାଲିକାରେ ଯୋଡି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେ, କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, କଟକର ଡେପୁଟି ମେୟର ଅଜୟ ବାରିକ, ପୂର୍ବତନ ଯୁବ ବିଜେଡ଼ି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ(ବାପି) ରାୟ । ଜେଲ୍ ରେ ଥିବା ଧଳସାମନ୍ତ ଭାଇଙ୍କ ପାଇଁ ମାଫିଆଗିରି କରୁଥିବା କଟକର ବିଜେଡ଼ି କର୍ପୋରେଟର ରଞ୍ଜିତା ବିଶ୍ୱାଳ ନିକଟରେ ପୁଲିସ ଦ୍ୱାରା ଗିରଫ ବି ହୋଇଛନ୍ତି ।
ତେବେ ଏକଥା ସତ ଯେ ଧର୍ମଶାଳା ବିଧାୟକ ଜିତୁ ଙ୍କ ଡି ବ୍ରଦର୍ସ ଲିଙ୍କ୍ ନଗଦ ଚର୍ଚ୍ଚାକୁ ଆସିବା ପରେ ବିଜେଡ଼ି ମହଲରେ ପୁଣି ଏକ କମ୍ପନ ସୃଷ୍ଟି କରିଛି । ସତରେ ଡି ବ୍ରଦର୍ସଙ୍କ ସହ ତାଙ୍କର ପୁରୁଣା ବ୍ୟବସାୟିକ ସମ୍ପର୍କ ଥିଲା ନା ନାହିଁ ତାହା ତ ଇଡି ଜେରା ପରେ ଜଣାପଡ଼ିବ । କିନ୍ତୁ ଇଡିର ନୋଟିସ୍ ଏବଂ ଗଣମାଧ୍ୟମରେ ତାହାକୁ ନେଇ ଚର୍ଚ୍ଚା ବିଜେଡ଼ିକୁ ବଦନାମ କରୁଛି ବୋଲି ଦଳର ଜଣେ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ଫାଇଦା ଉଠାଇବାକୁ ଉଦ୍ୟମ କରିଛନ୍ତି । ଲୋକଙ୍କ ସ୍ମରଣଶକ୍ତି କମ୍ ଭାବିଦେଇଥିବା ନେତାମାନେ ନିଜର ଗୋହି ଭୁଲି ରାଜନୈତିକ ବୟାବାଜି ଆରମ୍ଭ କରିଛନ୍ତି ।
Previous Post

ପଣ୍ଡା ଇନଫ୍ରା ମାଲିକ ଗିରଫ,ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

Next Post

ବୈଜୟନ୍ତ ଫ୍ୟୁଜ୍, ପତିଆରା ବରବାଦ୍

Next Post
ବୈଜୟନ୍ତ ଫ୍ୟୁଜ୍, ପତିଆରା ବରବାଦ୍

ବୈଜୟନ୍ତ ଫ୍ୟୁଜ୍, ପତିଆରା ବରବାଦ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA