Thursday, June 25, 2026 06:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତାରା ଦତ୍ତଙ୍କୁ ମହିଳାଙ୍କ ଗାଳି, ପଛପଟେ ବାହାରିଲେ ରାଜ୍ୟପାଳ

by Our Correspondent
18 Dec, 2019- 11:46 PM
in Latest News, News
1 min read
0
ତାରା ଦତ୍ତଙ୍କୁ ମହିଳାଙ୍କ ଗାଳି, ପଛପଟେ ବାହାରିଲେ ରାଜ୍ୟପାଳ
ଭୁବନେଶ୍ୱର: ପୂର୍ବତନ ପ୍ରଶାସକ ତାରା ଦତ୍ତଙ୍କ ପାଇଁ ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଙ୍କର ବହୁଚର୍ଚ୍ଚିତ ଆତ୍ମଜୀବନୀ “ହାଇଲ୍ୟାଣ୍ଡର୍ସ ପ୍ଲେନ୍ ସ୍ପିକ୍” ପୁସ୍ତକର ଉନ୍ମୋଚନ ବେଳେ ଶତାଧିକ ମହିଳା ସ୍ୱେଚ୍ଛାସେବୀ ତାଙ୍କର ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରିସ୍ଥିତି ଏଭଳି ହେଲା ଯେ ଉତ୍ସବ ଜାଗାରୁ ରାଜ୍ୟପାଳଙ୍କୁ ପଛପଟ ଗେଟ୍ ଦେଇ ବାହାରିବାକୁ ପଡ଼ିଲା । ଘଟଣାଟି ଆଜି ଚର୍ଚ୍ଚାର ବିଷୟ ହୋଇଛି ।
ମାଷ୍ଟରକ୍ୟାଣ୍ଟିନ୍ ଛକ ସ୍ଥିତ ପ୍ରେସ୍ କ୍ଲବ୍ ଅଫ ଓଡ଼ିଶା ଠାରେ ଆନୁଷ୍ଠାନିକ ଭାବେ ପୁସ୍ତକର ଉନ୍ମୋଚନ ଉତ୍ସବ ଆୟୋଜନ ହୋଇଥିଲା । ରିବନ୍ ଖୋଲିବା ପୂର୍ବରୁ ଆତ୍ମଜୀବନୀ ପୁସ୍ତକଟି ମିଡ଼ିଆକୁ ଚାଲିଯାଇଥିଲେ ବି ଉନ୍ମୋଚନ ଉତ୍ସବକୁ ଆକର୍ଷଣୀୟ କରିବାକୁ ଆୟୋଜକ ବନେ୍ଦାବସ୍ତ କରିଥିଲେ । ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ସେଠାକୁ ନିମନ୍ତ୍ରଣ କରାଯାଇଥିଲା ।
ତେବେ ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେଠାରେ ପହଞ୍ଚିଲା ବେଳକୁ ବାହାରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଲା । କଂଗ୍ରେସ ଭବନ ରାସ୍ତା ଆଡୁ ପାଖାପାଖି ୧୫୦ ମହିଳା ବିଭିନ୍ନ ପ୍ଲାକାର୍ଡ ଧରି ମାଡ଼ି ଆସିଥିଲେ ସେଠାକୁ । ତାରା ଦତ୍ତ ଙ୍କୁ ବିରୋଧ କରି ପ୍ରବଳ ନାରାବାଜି କରିଥିଲେ । ତାରା ଦତ୍ତଙ୍କୁ ଗିରଫ ଆମର ଦାବି । ତାରା ଦତ୍ତ ପତ୍ନୀଙ୍କୁ ନ୍ୟାୟ ଆମର ଦାବି । ଅଲାଜକୁ ଲାଜ ନାହିଁ, ଆସିଛି ଏଠି ଦର୍ପଣ ଦେଖେଇ । ତାରା ଦତ୍ତ ହାଏ ହାଏ । ଏମିତି ଅନେକ ସ୍ଲୋଗାନ୍ ଦେଇଥିଲେ ।
ଗଣମାଧ୍ୟମ କ୍ୟାମେରା ଆଗରେ ବିକ୍ଷୋଭକାରୀମାନେ ତାରା ଦତ୍ତଙ୍କ ବିରୋଧରେ ପ୍ରବଳ ବିଷୋଦଗାର କରିଥିଲେ । ବିକ୍ଷୋଭର ନେତୃତ୍ୱ ନେଉଥିବା ମହିଳା ସ୍ୱେଚ୍ଛାସେବୀ ମୀନା ଖୁଣ୍ଟିଆ, ସଂଯୁକ୍ତା ପ୍ରଧାନ, ନଳିନୀ ସାହୁ, ତପସ୍ୱିନୀ ଦେଓ କହିଥିଲେ ତାରା ଦତ୍ତ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଇ ଅନ୍ୟ ମହିଳାଙ୍କ ସହ ସମ୍ପର୍କରେ ଥିବା ଖୋଦ୍ ପତ୍ନୀ ବହୁ ପୂର୍ବରୁ ଥାନାରେ ଏତଲା ଦେଇଛନ୍ତି । ନିଜ ପତ୍ନୀଙ୍କୁ ମର୍ଯ୍ୟାଦା ଦେଇପାରୁ ନ ଥିବା ଏହି ବ୍ୟକ୍ତିଙ୍କ ମୁହଁରେ ଆଦର୍ଶ ଓ ନୀତିବାଣୀ ସୈତାନର ବେଦପାଠ ଭଳି ଶୁଭୁଛି । ପତ୍ନୀ ନିର୍ଯାତନାକାରୀ ଏହି ବ୍ୟକ୍ତିଙ୍କୁ ପୁଲିସ କାହିଁକି ଗିରଫ କରିନି ବୋଲି ସେମାନେ ପ୍ରଶ୍ନ କରିବା ସହ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଥିଲେ ।
ତାରା ଦତ୍ତଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନର ଅନ୍ୟତମ ଅତିଥି ବିଜେଡ଼ି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମଧ୍ୟ ଗାଳି କରିଥିଲେ ବିକ୍ଷୋଭକାରୀ । ମହିଳାଙ୍କ ଇଜ୍ଜତ ଏବଂ ସ୍ୱାଧୀନତାର ଭାଷା କହୁଥିବା ସୌମ୍ୟଙ୍କ ଅସଲ ଚେହେରା ଲୋକେ ଦେଖିସାରିଲେଣି ବୋଲି ସେମାନେ କଟାକ୍ଷ କରିଥିଲେ । ଏପରିକି ରାଜ୍ୟପାଳଙ୍କୁ ସେଠାରେ ମୁଖ୍ୟ ଅତିଥି ଭାବେ ବସାଇଥିବା ସଂପୃକ୍ତ ଅଧିକାରୀମାନଙ୍କୁ ଭର୍ସନା କରିଥିଲେ ।
ଭିତରେ ଉତ୍ସବ ଚାଲିଥିବା ବେଳେ ପ୍ରେସ୍ କ୍ଲବ୍ ଗେଟ୍ ପାଖରେ ଏହି ମହିଳା ସ୍ୱେଚ୍ଛାସେବୀମାନେ ପୁଲିସକୁ ଠେଲି ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପୁଲିସ ବହୁ କଷ୍ଟରେ ସେମାନଙ୍କୁ ରୋକିଥିଲେ ମଧ୍ୟ ବିକ୍ଷୋଭକାରୀମାନେ ସେ ଜାଗାରୁ ହଟି ନ ଥିଲେ । ଉତ୍ସବ ସରିଲା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରଖିଥିଲେ । ବାହାରେ ଏଭଳି ପରିସ୍ଥିତି ଦେଖି ସୁରକ୍ଷାକର୍ମୀମାନେ ରାଜ୍ୟପାଳଙ୍କୁ ମୁଖ୍ୟ ଗେଟ୍ ବାଟେ ବାହାର ନ କରି ପଛଗେଟ୍ ରେ ନେଇ ଆସିଥିଲେ ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ ସଂଜୀବ ହୋତା, ଯୁଗଳ କିଶୋର ମହାପାତ୍ର, ବିବେକ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
Previous Post

ଏନଆରସିକୁ ବିଜେଡ଼ି ସମର୍ଥନ କରୁନି: ମୁଖ୍ୟମନ୍ତ୍ରୀ

Next Post

ଡିସେମ୍ବର ୨୭ରୁ ଫେବୃଆରୀ ୨୬ ବିଜେଡ଼ିର ସାଂଗଠନିକ ନିର୍ବାଚନ

Next Post
ଡିସେମ୍ବର ୨୭ରୁ ଫେବୃଆରୀ ୨୬ ବିଜେଡ଼ିର ସାଂଗଠନିକ ନିର୍ବାଚନ

ଡିସେମ୍ବର ୨୭ରୁ ଫେବୃଆରୀ ୨୬ ବିଜେଡ଼ିର ସାଂଗଠନିକ ନିର୍ବାଚନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA