ଭୁବନେଶ୍ୱର: ଦେଶରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରେକର୍ଡ ୪୦, ୪୨୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୯,୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୫,୦୪୧, ତାମିଲନାଡୁରେ ୪,୯୭୯, କର୍ଣ୍ଣାଟକରେ ୪,୧୨୦ ଏବଂ ପଶ୍ଚିମବଙ୍ଗରେ ୨,୨୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖାଲି ସଂକ୍ରମଣ ନୁହେଁ, କରୋନା ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି । ଗତକାଲି ଦିନକରେ ୬୮୧ ଜଣଙ୍କର ଜୀବନ ନେଇଛି କରୋନା ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୦୪୩ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୨୭, ୪୯୭ କୁ ବୃଦ୍ଧି ପାଇଛି । ୭ ଲକ୍ଷ ୮୭ ଜଣ ସୁସ୍ଥ ହୋଇସାରିଲେଣି ଏବଂ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩ ଲକ୍ଷ ୯୦ ହଜାର ୪୫୯ ।
ଆମ ରାଜ୍ୟରେ ଅନୁରୂପ ସ୍ଥିତି । ଗତ ୨୪ ଘଣ୍ଟାରେ ୬୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୩ ଜିଲ୍ଲାରୁ ଏହି ନୂଆ ପଜିଟିଭ୍ ଙ୍କ ମଧ୍ୟରେ ଗଞ୍ଜାମରୁ ଅଛନ୍ତି ସର୍ବାଧିକ୨୩୯ ଆକ୍ରାନ୍ତ । ଉଭୟ ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରୁ ୫୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୭ ଜଣ ସ୍ଥାନୀୟ ସଂକ୍ରମଣ(ଲୋକାଲ୍ କଣ୍ଟାକ୍ଟ) ର ଶିକାର ହୋଇଛନ୍ତି ।
ଏଥିସହ ରାଜ୍ୟରେ ଆଉ ୬ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ୫ ଜଣ ଏବଂ ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ କରୋନା ମୃତ୍ୟୁସଂଖ୍ୟା ୯୭ କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୫୯ ଜଣଙ୍କର ଜୀବନ ନେଲାଣି କରୋନା ।
ମୋଟାମୋଟି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ କୁ ବୃଦ୍ଧି ପାଇଥିଲା ବେଳେ ୧୨,୪୫୩ ଜଣ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୩୨ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୪, ବାଲେଶ୍ୱର-୧୩, ବରଗଡ଼-୨୨, ଭଦ୍ରକ-୫୮, କଟକ-୩୨, ଢ଼େଙ୍କାନାଳ-୧୦, ଗଜପତି-୧୫, ଗଞ୍ଜାମ-୨୩୯, ଜଗତସିଂହପୁର-୩୬, ଯାଜପୁର-୨୮, ଝାରସୁଗୁଡ଼ା-୧୪, କନ୍ଧମାଳ-୪୪, କେନ୍ଦ୍ରାପଡ଼ା-୪, ଖୋର୍ଦ୍ଧା-୫୮, କେନ୍ଦୁଝର-୨୪, କୋରାପୁଟ-୪୧, ମାଲକାନଗିରି-୪, ମୟୁରଭଞ୍ଜ-୧, ନୟାଗଡ଼-୪, ପୁରୀ-୪, ସମ୍ବଲପୁର-୩, ସୋନପୁର-୪, ସୁନ୍ଦରଗଡ଼-୧୧ ।