Tuesday, May 26, 2026 03:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କର ଅଜ୍ଞତା ନୁହେଁ ତ ?

by Our Correspondent
18 Jun, 2018- 06:08 PM
in Latest News, News
1 min read
0
ଧର୍ମେନ୍ଦ୍ରଙ୍କର ଅଜ୍ଞତା ନୁହେଁ ତ ?
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଏକ ଟ୍ୱିଟ୍ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବାର ବିଫଳତାକୁ ସେ ଟାର୍ଗେଟ୍ କରିଛନ୍ତି । ଲେଖିଛନ୍ତି “ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଟେକ୍ନିକାଲ ଆଣ୍ଡ ମ୍ୟାନେଜମେଣ୍ଟ ସପୋର୍ଟ ଟିମ୍(ଟିଏମଏସଟି ଓଡ଼ିଶା) ଦ୍ୱାରା ପ୍ରଦତ୍ତ ରିପୋର୍ଟରେ ରୋଗୀମାନଙ୍କୁ ସେମାନଙ୍କ ଔଷଧ ଖର୍ଚ୍ଚର ୮୦ ଭାଗ ନିଜ ପକେଟରୁ ବହନ କରିବାକୁ ପଡୁଛି ବୋଲି କୁହାଯାଇଛି । ରାଜ୍ୟରେ ନିରାମୟ ଯୋଜନାରେ ମାଗଣା ଔଷଧର ସଫଳତାର ଏହା ନମୁନା” ।
କେନ୍ଦ୍ରମନ୍ତ୍ରୀ ନିଜେ ଏହି ତଥ୍ୟ ବାହାର କରିଛନ୍ତି କି ତାଙ୍କ ବିଜ୍ଞ ପରାମର୍ଶମଣ୍ଡଳୀଠାରୁ ଏହି ତଥ୍ୟ ପାଇଛନ୍ତି ତାହା ଆମକୁ ଜଣାନାହିଁ । କିନ୍ତୁ ଏହି ତଥ୍ୟଟି ସମ୍ପୂର୍ଣ୍ଣ ଭୁଲ୍ ବୋଲି ଜଣାପଡ଼ିଛି । ବାସ୍ତବ କଥା ହେଉଛି, ଟେକ୍ନିକାଲ୍ ଆଣ୍ଡ ମ୍ୟାନେଜମେଣ୍ଟ ସପୋର୍ଟ ଟିମ୍(ଟିଏମଏସଟି) ରାଜ୍ୟ ସରକାରଙ୍କୁ ୨୦୧୧ ସେପ୍ଟମ୍ବର ମାସରେ ଏକ ରିପୋର୍ଟ ଦେଇଥିଲେ । ରୋଗୀମାନଙ୍କୁ ସେମାନଙ୍କ ଔଷଧ ଖର୍ଚ୍ଚର ୮୦ ଭାଗ ନିଜ ପକେଟରୁ ବହନ କରିବାକୁ ପଡୁଛି ବୋଲି ସେଥିରେ ଉଲ୍ଲେଖ କରାଯାଇଥିଲା । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ସେହି ରିପୋର୍ଟ ଆଧାରରେ ରାଜ୍ୟ ସରକାର ୨୦୧୫ ମେ ପହିଲାରୁ ଆରମ୍ଭ କରିଥିଲେ ‘ନିରାମୟ ଯୋଜନା’ । ଏହି ଯୋଜନାରେ ରୋଗୀମାନଙ୍କୁ ମାଗଣାରେ ଔଷଧ ଦେବାର ବ୍ୟବସ୍ଥା ରହିଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟିଏମଏସଟିର ୨୦୧୧ ସେପ୍ଟେମ୍ବର ରିପୋର୍ଟକୁ ଉଦ୍ଧାର କରି ଏବେ ଟ୍ୱିଟ୍ କରିଛନ୍ତି । ଆଉ ତାକୁ ନିରାମୟ ଯୋଜନାର ସଫଳତାର ନମୁନା ବୋଲି ଦର୍ଶାଇବାକୁ ଚାହିଁଛନ୍ତି । ସତେ ଯେମିତି ଆଗ ନିରାମୟ ଯୋଜନା ହୋଇଛି ଏବଂ ସେହି ଯୋଜନାର ନିଷ୍କର୍ସ ଏବେ ବାହାର କରିଛନ୍ତି ଟିଏମଏସଟି । କେନ୍ଦ୍ରମନ୍ତ୍ରୀ ନିଜ ବୁଦ୍ଧିରେ ଟ୍ୱିଟ୍ କରନ୍ତୁ କି ତାଙ୍କ ବିଜ୍ଞ ପରାମର୍ଶମଣ୍ଡଳୀଙ୍କ ବୁଦ୍ଧିରେ ଟ୍ୱିଟ୍ କରନ୍ତୁ ସେଥିରେ କାହାର ଆପତ୍ତି ନାହିଁ । ମାତ୍ର ସତ୍ୟକୁ ଅପଭ୍ରଂଶ କରି ଲୋକଙ୍କୁ ବିଭ୍ରାନ୍ତ କରାଇବାକୁ ଏଥିରେ ଚେଷ୍ଟା କରାଯାଇଥିବା ସ୍ପଷ୍ଟ ହେଉଛି ।
ଆଶ୍ଚର୍ଯ୍ୟର କଥା, କେନ୍ଦ୍ରମନ୍ତ୍ରୀଙ୍କ ଏହି ଟ୍ୱିଟ୍ କୁ ସ୍ୱାସ୍ଥ୍ୟ ବିଭାଗର ବିଜ୍ଞ ବାବୁମାନେ ବି କାଉଣ୍ଟର କରିବାକୁ ସାହାସ କରିନାହାନ୍ତି । ରାଜ୍ୟ ସରକାରଙ୍କ ପାଖରେ ସବୁ ତଥ୍ୟ ଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ମିଛକୁ ଧରାପକାଇବାର ସାହାସ ଜୁଟାଇ ନ ପାରିବାର କାରଣ ବୁଝାପଡୁନି । ସରକାରୀ ଦଳ ବିଜେଡ଼ି ବି କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ଦେବାକୁ ଚାହିଁନି । ହୁଏତ ବିଜେଡ଼ି ପାଖରେ ସେ ଜ୍ଞାନ ନ ଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ ମିଛକୁ ସାମନା କରିବାକୁ ଡରିଛି ।
Previous Post

ଚାଇନା ଯୋଗାଣ କମ୍ପାନୀକୁ ପଟି; ଲ’ ଟ୍ରିବ୍ୟୁନାଲ୍ ରେ ଓରଟେଲ୍ ଭାଗ୍ୟ

Next Post

୧ରେ ଆସିବେ ଅମିତ୍ ଶାହା; ଏଥର ଟିକେଟ୍ ମନ୍ଥନ !

Next Post
୧ରେ ଆସିବେ ଅମିତ୍ ଶାହା; ଏଥର ଟିକେଟ୍ ମନ୍ଥନ !

୧ରେ ଆସିବେ ଅମିତ୍ ଶାହା; ଏଥର ଟିକେଟ୍ ମନ୍ଥନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA