Friday, May 8, 2026 06:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କ ଗଜା ନିଶକୁ ନେଇ ଚର୍ଚ୍ଚା

by Our Correspondent
06 Mar, 2018- 04:57 PM
in Gossips, Latest News
1 min read
0
ଧର୍ମେନ୍ଦ୍ରଙ୍କ ଗଜା ନିଶକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାଣିରେ କିଛି କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆଗରୁ ବହଳା, ତାଗଡ଼ା ନିଶ ରଖୁଥିବା ଧର୍ମେନ୍ଦ୍ର ଏବେ ତାକୁ ପତଳା କରିଦେଇଛନ୍ତି । କିଶୋର ମୁହଁରେ କଅଁଳୁଥିବା ନିଶ ଭଳିଆ ହୋଇଯାଇଛି ଧର୍ମେନ୍ଦ୍ରଙ୍କର ନିଶ । ଧର୍ମେନ୍ଦ୍ରଙ୍କ ନିଶ ଷ୍ଟାଇଲ୍ ରେ ହଠାତ୍ ଏଭଳି ପରିବର୍ତ୍ତନକୁ ନେଇ ରାଜନୈତିକ ମହଲରେ ମଜାଦାର ଚର୍ଚ୍ଚା ହେଉଛି । ସୋସିଆଲ୍ ମିଡ଼ିଆରେ ଧର୍ମେନ୍ଦ୍ରଙ୍କୁ କାର୍ଟୁନ୍ କରାଯାଇଥିବା ତାଙ୍କର ଲଣ୍ଡା ମୁଣ୍ଡର ଚେହେରା ଭାଇରାଲ୍ ହୋଇଥିବା ବେଳେ ସତ ସତିକା ତାଙ୍କର ପତଳା ନିଶ କୌତୁହଳ ସୃଷ୍ଟି କରିଛି । ବିଜେପୁର ଦୁର୍ଗତିକୁ ନେଇ ଭାଙ୍ଗିପଡ଼ିଥିବା ଧର୍ମେନ୍ଦ୍ର ମାନସିକ କରି ନିଶ ପତଳା କରିଛନ୍ତି ବୋଲି କେହି କେହି ଥଟ୍ଟା କରୁଛନ୍ତି । ସେମିତି ଧର୍ମେନ୍ଦ୍ରଙ୍କର ସ୍ୱଭାବରେ ମଧ୍ୟ ପରିବର୍ତ୍ତନ(ସାମୟିକ ହୋଇପାରେ) ଲକ୍ଷ୍ୟ କରାଯାଉଛି । ନବୀନ ପଟ୍ଟନାୟକଙ୍କ ସରକାରକୁ ନେଇ ତାଙ୍କର ଆଗ୍ରେସିଭନେସ୍ ଫିକା ଲାଗୁଛି । ଦିଲ୍ଲୀରୁ ଯେଉଁ ଢ଼ଙ୍ଗରେ ଡାଇଲଗ୍ ମାରୁଥିଲେ ଏବେ ତାହା ନାହିଁ । ମନଟି ଶୁଖିଗଲା ଭଳିଆ ହୋଇଛି ।
ବିଜେପୁର ପରାଜୟ ପରେ ଧର୍ମେନ୍ଦ୍ର ଓଡ଼ିଶା ଆସିନାହାନ୍ତି । ଭୁବନେଶ୍ୱର ପାର୍ଟି ଅଫିସ୍ ପ୍ରେସ୍ ମିଟ୍ ରେ ତାଙ୍କ ସ୍ଥାନ ନେଇଛନ୍ତି ଜୁଏଲ୍ ଓରାମ୍ । ଧର୍ମେନ୍ଦ୍ର ଦିଲ୍ଲୀରେ ଦି ଥର ବିବୃତି ଦେଇଥିଲେ ମଧ୍ୟ ପୂର୍ବର ସରସତା ନାହିଁ । ଏଠି ତାଙ୍କ ନେତାମାନଙ୍କର ବି ସମାନ ଅବସ୍ଥା । ହାତଗଣତି ଯେଉଁ ୫/୬ ଜଣ ନେତାଙ୍କୁ ପାଖେ ପାଖେ ରଖୁଛନ୍ତି ସେମାନଙ୍କଠାରୁ ବିଜେପୁର ସକ୍ ଛାଡୁନି । ମୁଖ୍ୟମନ୍ତ୍ରୀ ଏବଂ ତୃତୀୟ ମହଲା ଅଫିସରଙ୍କୁ ପୂର୍ବଭଳି କଥା କଥାକେ ଗାଳି ହେଉନି । ରାଜନୈତିକ ସମୀକ୍ଷକଙ୍କ ମତରେ ଧର୍ମେନ୍ଦ୍ର ଓ ତାଙ୍କ ନେତାମାନେ ପ୍ରଥମରୁ ଏହା ଶିଖିବାର ଥିଲା । ଆଚରଣ ଓ ଉଚ୍ଚାରଣରେ ନିଜକୁ ସଂଜମ କରିବାର ଥିଲା । ନିଜକୁ ନ ସଜାଡ଼ିଲେ ଆଗକୁ ବିଜେପୁର ଦଶା ଭୋଗିବାକୁ ପଡ଼ିବ ବୋଲି ସେମାନେ ଆଶଙ୍କା କରିଛନ୍ତି ।
ରାଜନୈତିକ ମହଲର ଆଲୋଚନା ଅନୁଯାୟୀ, ବିଜେପୁର ଉପନିର୍ବାଚନରେ ବିଜେଡ଼ିଠାରୁ ବିଜେପି ୪୧ ହଜାର ଭୋଟ ବ୍ୟବଧାନରେ ହାରିବା ଧର୍ମେନ୍ଦ୍ରଙ୍କ କ୍ୟାରିଅର୍ ହଲାଇଦେଇଛି । ନବୀନଙ୍କର ବିକଳ୍ପ ବୋଲି ଲୋକଙ୍କ ମନରେ ଧାରଣା ସୃଷ୍ଟି କରିବାରେ ସେ ଫେଲ୍ ମାରିଛନ୍ତି । ନିଜକୁ ବିକଳ୍ପ ପ୍ରତିପାଦିତ କରିବାରେ ତାଙ୍କ ପାଇଁ ଯଥେଷ୍ଟ ସୁଯୋଗ ଥିଲେ ବି ହାତଛଡ଼ା କରିଛନ୍ତି । ନିଜର ଆଚରଣ ଓ ଲୋକଙ୍କ ଧାରଣାରୁ ସେ ଯେ ମୁକୁଳିପାରିବେ ସେହି ବିଶ୍ୱାସ ନାହିଁ । ତେବେ ବିଜେପୁର ପରାଜୟର ଆତ୍ମସମୀକ୍ଷା ହେବ ବୋଲି ଧର୍ମେନ୍ଦ୍ର ମନ୍ତବ୍ୟ ଦେଇ ନେତାଙ୍କ ଆସ୍ଥାଭାଜନ ରହିବାକୁ ଉଦ୍ୟମ କରିବା ଅନ୍ଧକୁ ଆଶାବାଡ଼ି ଭଳି ହୋଇଛି ।
ସେପଟେ ତାଙ୍କ ଦଳର ଅସନ୍ତୁଷ୍ଟ ନେତାମାନେ ଧର୍ମେନ୍ଦ୍ରଙ୍କୁ ମନଇଚ୍ଛା ଗାଳି କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଆଗ ନିଜର ଆତ୍ମସମୀକ୍ଷା କରନ୍ତୁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି । ଦିଗହୀନ, ଅପରିପକ୍ୱ ଓ ଭୁଲ୍ ରଣନୀତି ଯୋଗୁଁ ଦଳ ବିଜେପୁରର ଶିକାର ହେଲା । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କ ଘର ଉପରେ ଆକ୍ରମଣ, ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ଫିଙ୍ଗିଥିବା ତଥାକଥିତ ନିର୍ଦ୍ଦଳୀୟ ମହିଳା ରାଜଶ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ସାଙ୍ଗରେ ଧରି ନିର୍ବାଚନ ପ୍ରଚାର କରିବା, ବରପାଲୀରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିବା ଏବଂ ସୋଏଲାରେ ମନ୍ତ୍ରୀ ସୁଶାନ୍ତଙ୍କ ସିଂହଙ୍କ ଭାଇ ସୁବ୍ରତଙ୍କ ଡ୍ରାଇଭରଙ୍କୁ ହତ୍ୟା ଆଦି ଘଟଣା ବିଜେପୁରରେ ବିଜେପି ପରାଜୟର ପ୍ରମୁଖ କାରଣ । ହିଂସା ଓ ଅହଂକାରର ଜବାବ ଦେଲେ ବିଜେପୁରବାସୀ । ସମସ୍ତଙ୍କୁ ସାଙ୍ଗରେ ନେଇ ସାଂଗଠନିକ ଢ଼ାଂଚା ଓ ରଣନୀତିରେ ଆମୂଳଚୁଳ ପରିବର୍ତ୍ତନ ନକଲେ ଓଡ଼ିଶାରେ ଦଳ ଉଧେଇବ ନାହିଁ ବୋଲି ସେମାନେ ସ୍ୱୀକାର କରିଛନ୍ତି ।
Previous Post

ବିଜେଡ଼ି ମିଶ୍ରଣ ପର୍ବ ସସପେନସ୍

Next Post

ବିଜେଡ଼ିରେ ବିଲୀନ ସୌମ୍ୟ; ନବୀନ କୋଳେଇଲେ ‘ପଟ୍ଟନାୟକ ପରିବାର’କୁ

Next Post
ବିଜେଡ଼ିରେ ବିଲୀନ ସୌମ୍ୟ; ନବୀନ କୋଳେଇଲେ ‘ପଟ୍ଟନାୟକ ପରିବାର’କୁ

ବିଜେଡ଼ିରେ ବିଲୀନ ସୌମ୍ୟ; ନବୀନ କୋଳେଇଲେ ‘ପଟ୍ଟନାୟକ ପରିବାର’କୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA