Saturday, May 9, 2026 03:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ର ବାଉଳା: ପଣ୍ଡା ଔଷଧ ପାଣ୍ଡିଆନ୍ ଙ୍କୁ

by Our Correspondent
22 Feb, 2018- 01:14 PM
in Latest News, Politics
1 min read
1
ଧର୍ମେନ୍ଦ୍ର ବାଉଳା: ପଣ୍ଡା ଔଷଧ ପାଣ୍ଡିଆନ୍ ଙ୍କୁ
ବରଗଡ଼: ବିଜେପୁର ନିର୍ବାଚନର ଦେଢ଼ ଦିନ ପୂର୍ବରୁ ପଦ୍ମପୁର ଏସଡ଼ିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ବଦଳି ହୋଇଛନ୍ତି । ଶାସକ ଦଳର ଏଜେଣ୍ଟ ଭାବେ ସେ କାର୍ଯ୍ୟ କରୁଥିବା ନେଇ ବିଜେପି ପୂର୍ବରୁ ଅଭିଯୋଗ କରିଆସୁଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା କାର୍ତ୍ତିକ ମେହେର ଶେଷରେ ତାଙ୍କ ଚାକିରିକୁ ଖାଇଦେଲା । ବିଜେପି ପ୍ରରୋଚନାରେ କାର୍ତ୍ତିକ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଶ୍ରୀ ପଣ୍ଡା କହିଥିଲେ । ଏଥିରେ ବିଜେପି ଉତକ୍ଷିପ୍ତ ହୋଇ ନିର୍ବାଚନ କମିଶନଙ୍କ ପାଖରେ ପଣ୍ଡା ହଟାଓ ଦାବି ଜୋରଦାର କରିଥିଲା । ଗତକାଲି ରାତିରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଦାବିକୁ ଗ୍ରହଣ କରି ପଣ୍ଡାଙ୍କ ବଦଳି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ସରକାର ତାଙ୍କୁ ପଦ୍ମପୁରରୁ ହଟାଇ ଦକ୍ଷିଣାଞ୍ଚଳ ରେଂଜ ଆଇଜି ଅଫିସଙ୍କୁ ପଠାଇ ଦେଇଛନ୍ତି । ତାଙ୍କ ଜାଗାରେ ଝାରସଗୁଡ଼ା ରେଲୱେ ଅଫିସ୍ ର କ୍ଷମାସାଗର ନାୟକଙ୍କୁ ଅବସ୍ଥାପିତ କରାଯାଇଛି ।
ସେପଟେ ଆଜି ବିଜେପୁର ପ୍ରଚାର ଅଭିଯାନର ଶେଷ ଦିନ ହୋଇଥିଲେ ମଧ୍ୟ ବିଜେପି ବଡ଼ନେତାମାନେ ପ୍ରଚାର ଛାଡ଼ି ପ୍ରଶାସନ ହଟାଓ ଅଭିଯାନରେ ଲାଗିଯାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ପ୍ରଶାସନ ବିରୋଧରେ ଫେରାଦ ହୋଇଛନ୍ତି । ବିଜେପୁରରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ନେଇ ସେମାନେ କୁଆଡ଼େ ଆଶଙ୍କିତ ହୋଇପଡ଼ିଛନ୍ତି । ଜିଲ୍ଲାପାଳଙ୍କୁ ଭେଟିଲା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରେସମିଟ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ର ଅନ୍ୟ ୪ ଜଣ ଅଫିସରଙ୍କ ନାଁ ନେଇ ସେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । ୧୦୦ ସରକାରୀ କର୍ମଚାରୀଙ୍କୁ ପାଣ୍ଡିଆନ୍ କୁଆଡ଼େ ସ୍ୱତନ୍ତ୍ର ଛୁଟି ଦେଇ ବିଜେପୁର ପଠାଉଛନ୍ତି । ଧର୍ମେନ୍ଦ୍ର ଏହା କେଉଁଠୁ ଜାଣିଲେ ତାହା ଜଣାଇନାହାନ୍ତି କି ତଥ୍ୟ ପ୍ରମାଣ ଦେଇନାହାନ୍ତି । ଲକ୍ଷ୍ମୀନାରାୟଣ ପଣ୍ଡାଙ୍କୁ ଯେଉଁ ଔଷଧ ପାନେ ଦେଲେ ସମାନ ପାନେ ପାଣ୍ଡିଆନ୍ ଙ୍କୁ ଦେବାକୁ ଉଦ୍ୟମ କରିଛନ୍ତି । ତାଙ୍କ ଅଭିଯୋଗକୁ ସେ ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବିଜେପୁରରୁ ତଡ଼ିପାର କରିବାକୁ ବି ଧର୍ମେନ୍ଦ୍ର ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ସରକାର ଓ ଶାସକ ଦଳ ବିରୋଧରେ ବିଜେପି ଆଜିକୁ ମିଶାଇ ୨୦ ଦିନ ଭିତରେ ୨୦ ଥର ଫେରାଦ ହେଲାଣି । ଏହି ଫେରାଦର ସଫଳତା ବି ବିଜେପିକୁ ମିଳିଛି । ବରଗଡ଼ ଜିଲ୍ଲାପାଳ, ଏସପିଙ୍କଠାରୁ ଆରମ୍ଭ କରି ପଦ୍ମପୁର ଏସଡ଼ିପିଓଙ୍କୁ ବଳି ପକାଇବାରେ ବିଜେପି ସମର୍ଥ ହୋଇଛି । ନିର୍ବାଚନ କମିଶନଙ୍କୁ ହାତରେ ରଖି ବିଜେପି ନିଜ ଦାବିକୁ ଅନାୟାସରେ ହାସଲ କରୁଥିବା ବିଜେଡ଼ି ସମାଲୋଚନା କରିଛି । ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡ଼ି କାଉଣ୍ଟର ଫେରାଦ ହେଉଥିଲେ ମଧ୍ୟ ଫଳ ଶୂନ ବୋଲି ନେତାମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ଶାସନକଳକୁ ହାତରେ ରଖି ବିଜେଡ଼ି ବିଜେପୁର ଉପନିର୍ବାଚନ ଲଢ଼ୁଛି ବୋଲି ବିଜେପି ଗଣମାଧ୍ୟମ ଜରିଆରେ ଧାରଣା ସୃଷ୍ଟି କରିବାରେ ସକ୍ଷମ ହୋଇଥିବାରୁ ବିଜେଡ଼ି ବିବ୍ରତ ହୋଇଛି । ବିଜେପୁର ପ୍ରଚାର ଦାୟିତ୍ୱରେ ଥିବା ବିଜେଡ଼ିର ପ୍ରଭାବୀ ନେତାମାନେ ଏ ନେଇ ନିଜର ଅସହାୟତା ଦେଖାଇଛନ୍ତି । ପୁଲିସଠାରୁ ପ୍ରଶାସନ ରାଜ୍ୟ ସରକାର ହାତରେ ନାହିଁ ଓଲଟି ବିଜେପି ଚାପରେ କାର୍ଯ୍ୟ କରୁଛି ବୋଲି ସେମାନେ କହିଛନ୍ତି । ନିର୍ବାଚନରେ ନିଶ୍ଚିତ ପରାଜୟ ଜାଣି ବିଜେପି ଏଭଳି ଗୋଟି ଚଳାଇଛି ବୋଲି ସେମାନଙ୍କ ଅଭିଯୋଗ । ବିଶେଷକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଚରଣକୁ ଘୃଣ୍ୟ ଓ ନିର୍ଲ୍ଲଜ ଆଖ୍ୟା ଦେଇଛନ୍ତି । ସେମାନଙ୍କ କହିବା କଥା, ଫଳାଫଳ ଘୋଷଣା ପରେ ବିଜେପି ଏହାକୁ ପୁଂଜି କରିବ ଏବଂ ଶାସକ ଦଳ ଦ୍ୱାରା ସରକାରୀ କଳର ଅପବ୍ୟବହାର କହି ଜନମାନସକୁ ବିଭ୍ରାନ୍ତ କରିବ ।
ତେବେ ବିଜେଡ଼ି ଓ ବିଜେପି ମଧ୍ୟରେ ଫେରାଦ ଯୁଦ୍ଧ ହେଉ କି ଗଣମାଧ୍ୟରେ ପ୍ରଚାର ଯୁଦ୍ଧ, ବିଜେପୁର ଭୋଟରଙ୍କ ଉପରେ କିଛି ପ୍ରଭାବ ରଖୁନାହିଁ ବୋଲି ଗ୍ରାଉଣ୍ଡ ସ୍ଥିତି କହୁଛି । ଏପରିକି ଭୋଟ କିଣିବାକୁ କୌଣସି ଦଳର ଟଙ୍କା ବି କାମରେ ଲାଗିବନି ବୋଲି ଭୋଟରଙ୍କ ମତିଗତି କହୁଛି । ଲୋକ ସ୍ଥିର କରିସାରିଛନ୍ତି ଭୋଟ କାହାକୁ ଦେବେ ।
Previous Post

କାହା ଚାପରେ କିଏ ଚେପା ?

Next Post

ବିଜେପି ରକ୍ତମୁଖା!! ସୁଶାନ୍ତ ସିଂଙ୍କ ଭାଇଙ୍କୁ ଫାୟାରିଂ

Next Post
ବିଜେପି ରକ୍ତମୁଖା!! ସୁଶାନ୍ତ ସିଂଙ୍କ ଭାଇଙ୍କୁ ଫାୟାରିଂ

ବିଜେପି ରକ୍ତମୁଖା!! ସୁଶାନ୍ତ ସିଂଙ୍କ ଭାଇଙ୍କୁ ଫାୟାରିଂ

Comments 1

  1. Debendra Das says:
    8 years ago

    Bjp bala nka kichhi kama nahin .. hariba katha jani dina ku dina role karuchanti tanka dharmendra pradhan
    darkar padile puni nirbachan comission pakhaku jai kahibe ame prepare heinu au kichhi din election ghunchei dia….
    jumla party bjp

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA