Monday, May 25, 2026 11:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧିକ୍ ଆମ ଜୀବନକୁ

by Our Correspondent
27 Aug, 2016- 04:29 AM
in News
1 min read
0
ଧିକ୍ ଆମ ଜୀବନକୁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଅଧାରାତିରେ ସ୍ତ୍ରୀର ଶବକୁ କାନ୍ଧରେ ପକାଇ ଲୋକଟି ଡାକ୍ତରଖାନାରୁ ବାହାରିଲା। ଲୁଗାପଟା ସାମନ୍ ବ୍ୟାଗ ଖଣ୍ଡେ ଝୁଲାଇ ୧୨ ବର୍ଷର ଝିଅ କାନ୍ଦି କାନ୍ଦି ଚାଲିଲା ବାପା ସାଙ୍ଗରେ। କେହି ଜାଣିପାରିଲେନି??? ଡ୍ୟୁଟିରେ ଥିବା ଡାକ୍ତର, ନର୍ସ କରୁଥିଲେ କ’ଣ ? ଆଖିରେ କ’ଣ ବୁଜୁଳା ବାନ୍ଧିଥିଲେ ନା ଆରାମରେ ଘୁଘୁଂଡି ମାରୁଥିଲେ ? ପାଖରେ ଥିବା ଅନ୍ୟ ରୋଗୀର ସମ୍ପର୍କୀୟଙ୍କ ମନ ବି କ’ଣ ଏତେ ନିର୍ଦ୍ଦୟ ହୋଇଗଲା ? ଗାଡ଼ି ଖଣ୍ଡେ ଯୋଗାଡ଼ କରି ଶବ ପଠାଇବାକୁ କାହାରି କ’ଣ ମନ ଡାକିଲାନି ? ଶବ କାନ୍ଧେଇ ଚାଲୁଥିବା ସ୍ୱାମୀ ଓ ନିଷ୍ଫାପ ଝିଅର ହୃଦୟ କ’ଣ କାହାରି ମନକୁ ତରଳାଇ ପାରିଲାନି ? ଏସବୁ ପ୍ରଶ୍ନ ଆମେ ପରଷ୍ପରକୁ ପଚାରୁଛେ । ଧିକ୍ ଆମ ଜୀବନକୁ। ଧିକ୍ ଆମ ମାନବିକତା ଆଉ ସରକାରୀ ବ୍ୟବସ୍ଥାକୁ । ବିକାଶର ନାରା ଦେଇ ଆମେ କେତେଦିନ ଏମିତିକା ଦୃଶ୍ୟକୁ ନିଷ୍ଠୁର ହେଉଥିବା। ଭାବିଲେ ମୁଣ୍ଡ ନଇଁଯାଉଛି । ଛି..ଛି..।

ଆଜି ଓଡ଼ିଶା କାହିଁକି, ସମଗ୍ର ଦେଶ ଓ ବିଦେଶରେ ଛାଇଯାଇଛି ସ୍ତ୍ରୀ ଶବକୁ କାନ୍ଧରେ ବୋହି ବାଟ ଚାଲୁଥିବା ଧାନ ମାଝୀ ଖବର। ମଣିଷମଣିଆ ଥିବା ମଣିଷଟି ସେହି ଭିଜୁଆଲ୍ ଦେଖି ଆଖିରୁ ଲୁହ ଗଡ଼ାଉଛି। ବାସ୍ତବତାଟି କେତେ ମର୍ମସ୍ପର୍ଶୀ ଓ ହୃଦୟବିତାରକ ତାହାର କଳ୍ପନା କରୁଛି। ନିପଟ ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ୍ ନାକରୁଣ୍ଡି ପଂଚାୟତ ମେଲଘରା ଗାଁର ଧାନ ମାଝୀ। ସ୍ତ୍ରୀ ଅମ୍ବାଙ୍ଗ ଦେଇ ମାଝୀ ଯକ୍ଷ୍ମା ରୋଗରେ ପଡ଼ିଥିଲେ। ଭୀଷଣ ଜ୍ୱର ହୋଇ ଅବସ୍ଥା ଗୁରୁତର ହେବାରୁ ନିରୀହ ପରିବାର କାଙ୍ଗାଳ ଧାନ ମାଝୀର ହୃଦୟ ଥରିଥିଲା। କାଳ ବିଳମ୍ବ ନ କରି ସ୍ତ୍ରୀକୁ ବଂଚାଇବା ପାଇଁ ୫୦ କିଲୋମିଟର ଦୂର ଭବାନୀପାଟଣା ଡାକ୍ତରଖାନାକୁ ନେଇ ଆସିଲେ। ପାଖରେ କଉଡେ ନାହିଁ। ସ୍ୱାଭିମାନୀ ମଣିଷ ଧାନ ମାଝି ଧାର ଉଧାରରେ ୩୦୦ ଟଙ୍କା ଯୋଗାଡ଼ କର ସ୍ତ୍ରୀକୁ ନେଇ ଆସିଥିଲେ ଡାକ୍ତରଖାନା।

ଦଇବ ସେହିଲାନି। ଅଧା ରାତିରେ ସ୍ତ୍ରୀକୁ ଛଡ଼ାଇ ନେଲା । ଆଖି ଆଗରେ ସଂସାର ଉଜୁଡ଼ିଗଲା ଧାନର। ସ୍ତ୍ରୀ ଶବ ଉପରେ ଛୋଟ ଝିଅର ଆକୁଳ କାନ୍ଦ ଓ ମନର କୋହକୁ ଛାତିରେ ଧରି ଦୌଡ଼ିଲା ଡାକ୍ତରଖାନାର ମାଗଣା ଆମ୍ବୁଲାନସ୍ ଖଣ୍ଡେ ପାଇଁ। ପାଖରେ ପଇସା ନ ଥିବାରୁ ବାହାରୁ ଗାଡ଼ି ଯୋଗାଡ଼ କରିବାର ସାମର୍ଥ ନ ଥିବା ଧାନ ମାଝୀ ଡାକ୍ତର, ନର୍ସଙ୍କୁ କାକୁତୀମିନତୀ ହେଲା। ପାଖରେ ଥିବା ଅନ୍ୟ ଲୋକଙ୍କୁ ବି ନେହୁରା ହେଲା ଖଣ୍ଡେ ଗାଡ଼ି ଯୋଗାଡ଼ କରିଦେବାକୁ। ସମସ୍ତେ ଶୁଣିଲେ, ମାତ୍ର କେହି ବୁଝିଲେନି। ଶେଷରେ ସମନ୍ ବ୍ୟାଗକୁ ଝିଅ ହାତରେ ଧରାଇ ସ୍ତ୍ରୀର ଶବକୁ କାନ୍ଧରେ ଲଟିଲା ଧାନ। ରାତି ୩ଟାରେ ଡାକ୍ତରଖାନାରୁ ବାହାରି ଚାଲିଲା ଗାଁ ଅଭିମୁଖେ। ସାଙ୍ଗରେ ଚାଲିଲା ୧୨ ବର୍ଷର ମାଆ ଛେଉଣ୍ଡ ଝିଅ ।

ସ୍ତ୍ରୀର ଶବକୁ ସ୍ୱାମୀ କାନ୍ଧରେ ବୋହିବା ଭଳି ଏହି ଭୟାନକ ନିର୍ଦ୍ଦୟ କାହାଣୀ ଆଜି ସମଗ୍ର ମାନବ ସମାଜକୁ ସ୍ତବ୍ଧ କରିଦେଇଛି। ମାନବିକତା ଓ ମଣିଷପଣିଆ ଉପରେ ଉଠାଇଛି କୋଟିଏ ପ୍ରଶ୍ନ। ଖାଲି ଓଡ଼ିଶା ନୁହେଁ, ଦେଶ ବିଦେଶରେ ଖବର ପହଂଚି ମୁଷ୍ଟିମେୟ ଓଡ଼ିଆ ଜାତିର ମଣିଷପଣିଆକୁ ଛି ଛାକରରେ ପକାଇଛି। ଆହୁରି ସାଂଘାତିକ କଥା ହେଉଛି, ନିଜ ଦୋଷ ଲୁଚାଇବା ପାଇଁ ସିଡିଏମଓ ଲଜ୍ଜା ମହତ୍ ଛାଡ଼ି ଧାନ ମାଝୀ ଉପରେ ଦୋଷ ଲଦିଛନ୍ତି। କାହାକୁ ନ ଜଣାଇ ଓ ଡାକ୍ତରଙ୍କଠାରୁ ମୃତ୍ୟୁ ଘୋଷଣା ନ ପାଇ ସେ କୁଆଡେ ସ୍ତ୍ରୀକୁ ଡାକ୍ତରଖାନାରୁ ବୋହି ଆଣିଛି । ସିଡିଏମ୍ଓଙ୍କର ଏଭଳି ତଦନ୍ତ ରିପୋର୍ଟ ଯେ କେତେ ମାରାତ୍ମକ ତାହା ମଣିଷପଣିଆ ଥିବା ଯେ କୌଣସି ଲୋକ ସହଜରେ ବୁଝିପାରୁୁଥିବେ। ମଣିଷପଣିଆକୁ ବଳି ପକାଇଥିବା ଏଭଳି ପ୍ରଶାସକଙ୍କୁ ଆମେ ବରଦାସ୍ତ କରୁଛି ତାହା ବି ଆହୁରି ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ । 

ସେପଟେ ଏଭଳି ଛାତିଥରା ଘଟଣା ଉପରେ ଦୁଇ ଦିନ ଧରି ଚୁପ୍ ବସିଥିବା ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁରେ ଗଣମାଧ୍ୟମ ସାମନାରୁ ଖସିପାରିନାହାନ୍ତି। ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିରାଚରିତ ପ୍ରତିକ୍ରିୟା ଦେଇଛନ୍ତି । ତଦନ୍ତ ହୋଇ ଦୋଷୀଙ୍କୁ ଦଣ୍ଡ ଯିବା ବୋଲି କହିବା ସହ ଏଭଳି ଘଟଣାର ପୁନରାବୃତି ନ ହେବା ପାଇଁ ହାଲକା ଦମ୍ଭ ଦେଖାଇଛନ୍ତି । ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱ ଅନୁଭବ କରି ରାଜ୍ୟ ମାନବାଧିକାର କମିସନ ଜିଲ୍ଲାପାଳ ଓ ସିଡିଏମଓଙ୍କଠାରୁ ଜବାବ ତଲବ କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଦୁହେଁ ଜବାବ ରଖିବାକୁ କମିସନ ନିର୍ଦେଶ ଦେଇଛନ୍ତି।

Previous Post

ଆଗୁଆ ଜାମିନ ଆବେଦନ କଲେ କମଳ

Next Post

ମୁଖ୍ୟମନ୍ତ୍ରୀଙ୍କୁ ଚିତା କାଟିଲେ ମେୟର

Next Post
ମୁଖ୍ୟମନ୍ତ୍ରୀଙ୍କୁ ଚିତା କାଟିଲେ ମେୟର

ମୁଖ୍ୟମନ୍ତ୍ରୀଙ୍କୁ ଚିତା କାଟିଲେ ମେୟର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA