Tuesday, May 26, 2026 12:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ଚିନ୍ତା ବଢ଼ାଇଲେ ବିଜେଡ଼ି ଗୋତ୍ରମାରୁ

by Our Correspondent
15 Feb, 2019- 12:33 AM
in Latest News, News, Politics
1 min read
0
ନବୀନଙ୍କ ଚିନ୍ତା ବଢ଼ାଇଲେ ବିଜେଡ଼ି ଗୋତ୍ରମାରୁ
ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିରୋଧୀ ଦଳ ଆଡୁ ଯେତିକି ବିପଦ ଅଛି ତା’ଠାରୁ ଅଧିକ ବିପଦ ତାଙ୍କ ନିଜ ଦଳରୁ ସୃଷ୍ଟି ହେଲାଣି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରୁ ତାଙ୍କ ପାଇଁ ମାଡ଼ି ଆସୁଛି ବିପଦ । ଟିକେଟ କାହାକୁ ଦେବେ ନ ଦେବେ ତାହା ଏ ପର୍ଯ୍ୟନ୍ତ ମୁଖିଆ ସ୍ଥିର କରି ନ ଥିବା ବେଳେ ଟିକେଟକୁ ନେଇ ଅପପ୍ରଚାର ଓ ଆଶାୟୀଙ୍କ ଭିତରେ ଛକାପଂଝା ଦଳକୁ କ୍ଷତବିକ୍ଷତ କଲାଣି । ନିର୍ବାଚନ ପୂର୍ବରୁ କିଛି ସ୍ୱାର୍ଥନ୍ୱେଷୀ ନେତା ନବୀନଙ୍କୁ ବ୍ଲାକମେଲିଂ କରି ଦଳରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନିଜେ ଏହାର ସୁରାକ୍ ପାଇଛନ୍ତି ଏବଂ ସଂପୃକ୍ତ ନେତାଙ୍କ ଉପରେ କଡ଼ା ନଜର ରଖିଥିବା କୁହାଯାଉଛି ।
ଟିକେଟକୁ ନେଇ ସବୁ ଦଳରେ ଏବେ ଆଶାୟୀଙ୍କ ଭିଡ଼ । ମାତ୍ର ବିଜେଡ଼ିରେ ଏହି ଭିଡ଼ ଅଧିକ । କାହା ଟିକେଟ ବଞ୍ଚିବ କାହାର କଟିବ ତାହାକୁ ନେଇ ଗାଁ ଗହଳିରୁ ଭୁବନେଶ୍ୱର ଯାଏଁ ସବୁଆଡ଼େ ଚର୍ଚ୍ଚା । ତେବେ ମୁଖିଆଙ୍କ ନିଷ୍ପତ୍ତି କ’ଣ ଅବିକା ଦିନରେ ତାହାର ଟେର୍ ପାଇବା ମୁସ୍କିଲ୍ । ହିଂଜିଳିକାଟୁକୁ ଛାଡ଼ିଦେଲେ ବାକି ୧୪୬ ଟି ଆସନରେ ବିଜେଡ଼ିର ପ୍ରାର୍ଥୀ କିଏ ହେବ ତାହା ନବୀନଙ୍କ ପାଖେ ପାଖେ ଥିବା କ୍ଷମତାଶାଳୀ ନେତା ବି ଜାଣିବା ସମ୍ଭବ ନୁହେଁ । ମାତ୍ର ଗୋତ୍ରମାରୁ କୁହାଯାଉଥିବା ବିଜେଡ଼ି ନେତାଏ ଟିକେଟ ତାଲିକା ଧରି ବୁଲିଲେଣି । ଉଦ୍ଦେଶ୍ୟ, ଦଳର ଅଧିକାଂଶ ନେତାଙ୍କ ମନରେ ଦ୍ୱନ୍ଦ ଓ ଛାନିଆଁ ସୃଷ୍ଟି କରିବେ ଏବଂ ନବୀନଙ୍କୁ ଚାପରେ ପକାଇ ସ୍ୱାର୍ଥ ହାସଲ କରିବେ ।
ସୂଚନାଯୋଗ୍ୟ, ୨୦୦୪ ଓ ୨୦୦୯ ନିର୍ବାଚନରେ ପ୍ୟାରୀମୋହନ ମହାପାତ୍ରଙ୍କ ହାତରେ ନବୀନ ଟିକେଟ ଦାୟିତ୍ୱ ଛାଡ଼ିଥିବା ବେଳେ ୨୦୧୪ରେ କଳ୍ପତରୁ ଦାସ ଉଣା ଅଧିକ ଏହି ଦାୟିତ୍ୱ ସମ୍ଭାଳିଥିଲେ । ମାତ୍ର ଏଥର ସ୍ଥିତି ଭିନ୍ନ । ପ୍ରାର୍ଥୀ ଚୟନ ନିଷ୍ପତ୍ତି ନବୀନ ସମ୍ପୂର୍ଣ୍ଣ ଭାବେ ନିଜ ହାତକୁ ନେଇଛନ୍ତି । ବିଜେଡ଼ି ଉପର ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ପ୍ରତି ନିର୍ବାଚନମଣ୍ଡଳୀରେ ଭିନ୍ନ ଭିନ୍ନ ସଂସ୍ଥା ଦ୍ୱାରା ଆଠ ଆଠ ଥର ସର୍ଭେ କରି ସାରିଲେଣି । ଦଳର ଏବେକାର ବିଧାୟକମାନଙ୍କ ଲୋକପ୍ରିୟତା ବଢ଼ିଛି ନା କମିଛି? ସେଠାରେ ଆଉ କେଉଁମାନେ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି? ବିଧାୟକଙ୍କ ଟିକେଟ କାଟିଲେ ଅସନ୍ତୋଷକୁ ସମ୍ଭାଳି ହବ ନା ନାହିଁ? ଅସନ୍ତୁଷ୍ଟଙ୍କୁ କେମିତି ମନାଯାଇପାରିବ..ଏଇମିତି ଅନେକ ଦିଗକୁ ସର୍ଭେରେ ବିଚାର କରାଯାଇଛି । ତେବେ ଖାଲି ସର୍ଭେ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ବିଚାର ସୀମିତ ନାହିଁ । ବିଭିନ୍ନ ଏଜେନ୍ସୀ ଜରିଆରେ ସବୁ ନିର୍ବାଚନମଣ୍ଡଳୀର ସ୍ଥିତି ପରଖୁଛନ୍ତି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବାନୁଯାୟୀ, ବିଗତ ୪ଟି ନିର୍ବାଚନଠାରୁ ଏଥର ନିର୍ବାଚନ ନବୀନଙ୍କ ପାଇଁ ଅତ୍ୟଧିକ ଚାଲେଂଜ ଆଣିଛି । ସରକାରଙ୍କ ବିରୋଧରେ ପ୍ରସଙ୍ଗ ବଢ଼ିବା ସହ ବିଜେପି ଓ କଂଗ୍ରେସ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇଛନ୍ତି । ତେବେ ଦଳ ଭିତରୁ ଅଡୁଆ ବଢ଼ିବାରେ ଲାଗିଛି । ବିଜୟର ଅଧିକ ସମ୍ଭାବନା ଆଶାରେ ସବୁ ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ପ୍ରାର୍ଥୀ ଉଭା ହୋଇଛନ୍ତି । ସ୍ୱାଭାବିକ ଭାବେ ନବୀନଙ୍କ ପାଇଁ ଏହା ଅଧିକ ମୁଣ୍ଡବ୍ୟଥା ହୋଇଛି । ପ୍ରାର୍ଥୀ ଚୟନରେ ଭୁଲଭାଲ୍ ହେଲେ ଦଳ ହାତରୁ ଶାସନ ଖସିଯିବା ଅସମ୍ଭବ ନୁହେଁ ବୋଲି ନବୀନ ବୁଝିସାରିଛନ୍ତି । ତେଣୁ ଏଥର ନିର୍ବାଚନକୁ ସେ କର ବ। ମର ହିସାବରେ ଗ୍ରହଣ କରିଛନ୍ତି । ଦଳୀୟ ପ୍ରାର୍ଥୀ ଚୟନରେ ଉଇନେବିଲିଟି ବା ଜିତିବାକୁ ପ୍ରମୁଖ ମାପକାଠି ଭାବେ ବିଚାର କରିବାକୁ ନବୀନ ବାଧ୍ୟ ହୋଇପାରନ୍ତି ।
ତେବେ ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା, ସିବିଆଇ ନୋଟିସ୍ ପାଇଥିବା କିମ୍ବା ପାଇବାକୁ ଥିବା ନେତାଙ୍କୁ ଟିକେଟ ମିଳିବନି ବୋଲି ହେଉଥିବା ପ୍ରଚାର ବିଜେଡ଼ି ରାଜନୀତିକୁ ଅଧିକ ଗୋଳିଆ କରିଛି । ଉପକୂଳ ଅଞ୍ଚଳର ଜଣେ ବରିଷ୍ଠ ବିଧାୟକଙ୍କ କହିବାନୁଯାୟୀ, ଏଭଳି ପ୍ରଚାର ଜରିଆରେ ନବୀନଙ୍କ ଉପରେ ଚାପସୃଷ୍ଟି କରିବାକୁ ଖୋଦ୍ ବିଜେଡ଼ି ଭିତରୁ ଷଡ଼ଯନ୍ତ୍ର ହୋଇଛି । ଖାସ୍ କରି ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ(ବବି) ଦାସଙ୍କୁ ଟାର୍ଗେଟ୍ କରାଯାଇଛି । ନବୀନଙ୍କ ରାସ୍ତାରୁ ଏମାନଙ୍କୁ ସଫା କଲେ ଯାଇ ଜାଗା ମିଳିବ ଏବଂ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ବି ହୋଇଯିବେ ବୋଲି କିଛି ନେତା ସ୍ୱପ୍ନ ଦେଖିଛନ୍ତି । ଦଳରେ ଅସ୍ଥିରତା ସୃଷ୍ଟି କରି ନିଜ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିବା ନେତାଙ୍କ ପ୍ରତି ସାବଧାନ ନହେଲେ ଦଳକୁ ବିପଦ ଆସିବ ହିଁ ଆସିବ ବୋଲି ସଂପୃକ୍ତ ବରିଷ୍ଠ ବିଧାୟକ ସତର୍କ କରାଇଛନ୍ତି ।
Previous Post

ଖେଳ ଓ ରାଜନୀତିକୁ ସମାନ ଦେଖିଲେ ମୁଖ୍ୟମନ୍ତ୍ରୀ

Next Post

ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି; ସାରା ଦେଶ କାନ୍ଦିଲା,ଏକଜୁଟ ହେଲା

Next Post
ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି; ସାରା ଦେଶ କାନ୍ଦିଲା,ଏକଜୁଟ ହେଲା

ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି; ସାରା ଦେଶ କାନ୍ଦିଲା,ଏକଜୁଟ ହେଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA