Tuesday, June 30, 2026 06:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ନୂଆ ଟି-ଟାଇମ୍; ପ୍ରତିଶ୍ରୁତି ପାଳନ ପାଇଁ ମନ୍ତ୍ରୀମାନଙ୍କୁ ଲଗାଇଲେ କାମରେ

by Our Correspondent
29 May, 2019- 07:54 PM
in Latest News, News
1 min read
0
ନବୀନଙ୍କ ନୂଆ ଟି-ଟାଇମ୍; ପ୍ରତିଶ୍ରୁତି ପାଳନ ପାଇଁ ମନ୍ତ୍ରୀମାନଙ୍କୁ ଲଗାଇଲେ କାମରେ
ଭୁୁବନେଶ୍ୱର: ଆମେ ଗଠନ କରିବା ଏକ ସଶକ୍ତ ଓଡ଼ିଶା ଯେଉଁଠାରେ ଦାରିଦ୍ର୍ୟ ଅତୀତର ପୃଷ୍ଠାରେ ଲୀନ ହୋଇଯିବ । ଏକ ସଶକ୍ତ ଓଡ଼ିଶା ଯେଉଁଠାରେ ମହିଳାମାନେ ବିକାଶ ଓ ଅଭିବୃଦ୍ଧିରେ ସମାନ ଭାବେ ଭାଗିଦାର ହେବେ । ଏକ ସଶକ୍ତ ଓଡ଼ିଶା ଯେଉଁଠାରେ ସମସ୍ତ ଦୁର୍ବଳ ବର୍ଗର ଲୋକମାନେ ବିକାଶର ଦୃଶ୍ୟପଟରେ ସାମିଲ ହେବେ । ଏକ ସଶକ୍ତ ଓଡ଼ିଶା ଯେଉଁଠାରେ ଯୁବକମାନଙ୍କର ସ୍ୱପ୍ନର ସଫଳ ରୂପାୟନ ହୋଇପାରିବ ।
ରାଜ୍ୟରେ ପଞ୍ଚମ ପାଳି ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଭାବପୂର୍ଣ୍ଣ ଭାଷାରେ ବିକାଶର ପ୍ରତିବଦ୍ଧତାକୁ ଦୋହରାଇ ନିଜ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହଯୋଗ ଲୋଡିଛନ୍ତି । ପଞ୍ଚମ ପାଳିର ପ୍ରଥମ ଦିନରେ ସହଯୋଗୀମାନଙ୍କୁ ଜଣାଇ ଦେଇଛନ୍ତି କି ସାରା ବିଶ୍ୱ ଜାଣିବା ଦରକାର ଯେ ବିକାଶର ପରିଭାଷାରେ ଓଡ଼ିଶାର ସମୟ ଆସିଯାଇଛି ।
ପଞ୍ଚମ ଥର ପାଇଁ ରାଜ୍ୟର ଦାୟିତ୍ୱ ନେବାର କେଇ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ନୂଆ ମନ୍ତ୍ରୀ ପରିଷଦର ବୈଠକ କରିଥିଲେ । ନୂଆ ସହଯୋଗୀମାନଙ୍କୁ ସେ ଶାସନର ଟି ମନ୍ତ୍ର ପଢ଼ାଇଥିଲେ । ପୂର୍ବରୁ ତାଙ୍କ ସରକାର ଥ୍ରୀ-ଟି ମନ୍ତ୍ର ( ଟିମ୍ ୱାର୍କ, ଟ୍ରାନସପେରନ୍ସି, ଟେକ୍ନୋଲୋଜି) ଉପରେ ଗୁରୁତ୍ୱ ଦେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ସେଥିରେ ଆଉ ଗୋଟିଏ ଟି(ଟାଇମ୍) ଯୋଡ଼ିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ‘ସମୟ’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଆମର ଯୁବକମାନେ ଆଜି ସବୁକିଛି ତୁରନ୍ତ କରିବାକୁ ଚାହୁଁଥିବାରୁ ‘ସମୟ’ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କର ନୂଆ ସହଯୋଗୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ନିର୍ବାଚନ ବେଳେ ବିଜେଡ଼ି ଦେଇଥିବା ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଦଳର ଇସ୍ତାହାରକୁ ନୀତିଗତ ଭାବେ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଭାବେ ଅନୁମୋଦନ କରାଯାଇଥିଲା । ଖାଲି ସେତିକି ନୁହେଁ, ଏହାକୁ ପୂରଣ କରିବା ପାଇଁ ମନ୍ତ୍ରୀମାନଙ୍କ ପାଇଁ ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରାଯାଇଛି । ଆଜିଠାରୁ ଠିକ୍ ୩୬୫ ଦିନ ପରେ ୨୦୨୦ ମଇ ୨୯ ତାରିଖ ଦିନ ବିଜେଡ଼ିର ପ୍ରତିଶ୍ରୁତି ଓ ଏହାର ରୂପାୟନ ସମ୍ପର୍କରେ ଲୋକଙ୍କ ପାଖରେ ଉପସ୍ଥାପିତ କରାଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେ, ‘ମୁଁ ଜାଣେ ଯେ କେତେକ ପ୍ରତିଶ୍ରୁତି ପାଳନ କରିବା ପାଇଁ ସମୟ ଲାଗେ । ମୁଁ ଚାହେଁ, ଆମର ମନ୍ତ୍ରୀ ପରିଷଦ ସଦସ୍ୟମାନେ ଏହି ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ ।
ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ପୁଣିଥରେ କୃତଜ୍ଞତା ଜଣାଇଥିଲେ । ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣ ଆମକୁ ପୁଣି ଥରେ ଆର୍ଶିବାଦ କରି ସେବା କରିବା ପାଇଁ ଆଉ ଥରେ ସୁଯୋଗ ଦେଇଛନ୍ତି । ଲୋକଙ୍କ ଏହି ବିଶ୍ୱାସ ଓ ଭରସା ପାଇଁ ମୁଁ ସେମାନଙ୍କ ନିକଟରେ ଚିର ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Previous Post

ମନ୍ତ୍ରୀମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ

Next Post

ପ୍ରଥମ କ୍ୟାବିନେଟ୍ ବୈଠକ: ଚାଷୀ ଓ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳିଲେ ନବୀନ

Next Post
ପ୍ରଥମ କ୍ୟାବିନେଟ୍ ବୈଠକ: ଚାଷୀ ଓ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳିଲେ ନବୀନ

ପ୍ରଥମ କ୍ୟାବିନେଟ୍ ବୈଠକ: ଚାଷୀ ଓ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA