Friday, April 17, 2026 03:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ନିବାସ ଭେଟଘାଟ: ରଘୁଙ୍କୁ ଡାକରା, ସୁଲୋଚନା ଆସିବେ

by Our Correspondent
19 Jun, 2017- 06:40 PM
in Latest News, Politics
1 min read
1
ନବୀନ ନିବାସ ଭେଟଘାଟ: ରଘୁଙ୍କୁ ଡାକରା, ସୁଲୋଚନା ଆସିବେ

ଭୁବନେଶ୍ୱର: ବିଜେଡ଼ିରୁ ହଜିଯାଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କର ପୁର୍ନଜନ୍ମ ହୋଇଛି । ବୋହୁ ନିର୍ଯାତନା ମାମଲାରେ ପଡ଼ି ମାଟି ହୋଇଯାଇଥିବା ରଘୁନାଥଙ୍କୁ ବିଜେଡ଼ି ମନେ ପକାଇଛି । ସୁପ୍ରିମୋଙ୍କ ଡାକରା ପାଇଁ ରଘୁନାଥ ଆଜି ନବୀନ ନିବାସ ଆସିଥିଲେ । ସୁପ୍ରିମୋଙ୍କ ସହ ଭେଟଘାଟକୁ ସେ ସୌଜନ୍ୟମୂଳକ କହିଥିଲା ବେଳେ ଯାହା ନିର୍ଦ୍ଦେଶ ମିଳିବ କରିବେ ବୋଲି କହିଛନ୍ତି । ନବୀନ ତାଙ୍କୁ ସାଂଗଠନିକ ଦାୟିତ୍ୱ ଅର୍ପଣ କରିବେ ବୋଲି ଜଣାପଡ଼ିଛି ।

ଏକଦା ନବୀନଙ୍କ ଖାସ୍ ନିକଟତର ଥିଲେ ରଘୁନାଥ । ମନ୍ତ୍ରୀମଣ୍ଡଳରେ ତାଙ୍କର ବେଶ୍ ଆଧିପତ୍ୟ ଥିଲା । ମାତ୍ର ୨୦୧୩ ଅଗଷ୍ଟ ମାସରେ ହଠାତ୍ ତାଙ୍କ ଜୀବନରେ ଘୋଟି ଆସିଲା କଳାବାଦଲ । ବୋହୁ ବର୍ଷାସୋନି ଚୌଧୁରୀ ତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ମାର୍ଚ୍ଚ ୧୪ ତାରିଖରେ ବାଲେଶ୍ୱର ଟାଉନ୍ ଥାନାରେ ଏତଲା ଦେଲେ । ପରଦିନ ରଘୁନାଥଙ୍କର ମନ୍ତ୍ରୀପଦ ଚାଲିଗଲା । ଗିରଫ ଭୟରେ ସେ କୋଲକୋତା ଯାଇ ଲୁଚିଲେ । ମାର୍ଚ୍ଚ ୩୦ ତାରିଖରେ ପୁଲିସ ତାଙ୍କୁ ସେଠାରୁ ଗିରଫ କଲା । ପରେ ଜାମିନରେ ମୁକୁଳି ଥିଲେ ମଧ୍ୟ ବିଜେଡ଼ି ତାଙ୍କୁ ପୂରା ପର କରିଦେଲା । ୨୦୧୪ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଲାନି । ସେବେଠାରୁ ଏକପ୍ରକାର ସନ୍ୟାସ ଜୀବନଯାପନ କରୁଥିଲେ ରଘୁନାଥ । ଇତିମଧ୍ୟରେ ବୋହୁ ନିର୍ଯାତନା ମାମଲାର ସମାଧାନ ହୋଇଯାଇଥିଲେ ମଧ୍ୟ ବିଜେଡ଼ି ପାଇଁ ସେ ଅଲୋଡ଼ା ହୋଇ ରହିଥିଲେ । ରଘୁନାଥ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଆଜି ନବୀନ ନିବାସ ଆସିବା ତାହାକୁ ଭୁଲ୍ ପ୍ରମାଣିତ କରିଛି ।

ସେପଟେ କଂଗ୍ରେସ ମୁଖପାତ୍ର ତଥା ପିସିସି ସାଧାରଣ ସମ୍ପାଦିକା ସୁଲୋଚନା ଦାସ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସାକ୍ଷାତ ବେଶ୍ ଗୋପନୀୟ ଥିଲା । ନବୀନ ନିବାସରୁ ଫେରିଲା ପରେ ସେ ସୋସିଆଲ୍ ମିଡ଼ିଆ ଜରିଆରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଜଣାଇଥିଲେ । ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ଇସ୍ତଫା ସଂକ୍ରାନ୍ତରେ ଖୁଲାସା କରିଥିଲେ । କଂଗ୍ରେସର ଶୃଙ୍ଖଳା ଓ ସମନ୍ୱୟ ନାହିଁ ଏବଂ ଏଥିରେ ଅତିଷ୍ଠ ହୋଇ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ବିଜେଡ଼ିରେ ଯୋଗଦେବା ସମ୍ପର୍କରେ ନିଜର ନିଷ୍ପତ୍ତି ଜଣାଇ ନ ଥିଲେ ମଧ୍ୟ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିବା ତାଙ୍କର ବିଜେଡ଼ି ଯୋଗଦାନକୁ ସ୍ପଷ୍ଟ କରିଛି । ଖୁବ୍ ଶୀଘ୍ର ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ଜଣାପଡ଼ିବ ବୋଲି ବିଜେଡ଼ି ମହଲରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ନିକଟରେ ବିଜେଡ଼ିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ସହ ସୁଲୋଚନାଙ୍କର ସାଂଘାତିକ କଥା କଟାକଟି ହୋଇଥିଲା । ଦାମବାବୁ ଓ ବିଜେଡ଼ିକୁ ସୁଲୋଚନା ଯାଛାତା ଗାଳି କରିଥିଲେ । ନାରୀ ପ୍ରତି ବିଜେଡ଼ିର ସମ୍ମାନ ନାହିଁ ବୋଲି ରାଜରାସ୍ତାରେ ଚିଲାଇଥିଲେ । ଖାଲି ସେତିକି ନୁହେଁ ବିଜେଡ଼ିର ସବୁ କାର୍ଯ୍ୟକ୍ରମକୁ ବର୍ଷ ବର୍ଷ ଧରି ପ୍ରତିଦିନ ଟିଭିରେ ଭୀଷଣ ସମାଲୋଚନା ଓ ଗାଳି କରୁଥିଲେ ସୁଲୋଚନା । ଏବେ ସେହି ସୁଲୋଚନା ବିଜେଡ଼ି ଆସି ନବୀନଙ୍କୁ ପ୍ରଂଶସା କରିବେ ।

Previous Post

ଦଳିତ କାର୍ଡ ଖେଳିଲା ଏନଡିଏ

Next Post

ବିଜେଡ଼ିରେ ସୁଲୋଚନା, ଆସେଟ୍ ନା ଲାଇବେଲିଟି ?

Next Post
ବିଜେଡ଼ିରେ ସୁଲୋଚନା, ଆସେଟ୍ ନା ଲାଇବେଲିଟି ?

ବିଜେଡ଼ିରେ ସୁଲୋଚନା, ଆସେଟ୍ ନା ଲାଇବେଲିଟି ?

Comments 1

  1. PURNACHANDRA RATH says:
    9 years ago

    ବିଜେଡିରେ ନିକଟ ଭବିଷ୍ୟତରେ ସମସ୍ତ ପୁରୁଣା ସଭ୍ୟଙ୍କୁ ମିଶାଯିବା ଶୁଣାଯାଉଛି. ସେ ଭିତରେ ଅଛନ୍ତି : ୧)ପ୍ରଫୁଲ୍ଲ ଘଡେଇ ୨) ବିଜୟ ମହାପାତ୍ର ୩) ଦିଲ୍ଲୀପ ରାୟ ୪) ପଞ୍ଚାନନ କାନୁନଗୋ ୫) ସୁଲୋଚନା ଦାସ. ଏଣେ ଅନ୍ୟ ଏକ ରଣନୀତିରେ ବିଜେଡି ଏନ୍ ଡି ଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିବ ବୋଲି କହି ବିଜେପି ସହ କଳିରୁ କିଛି ବର୍ତ୍ତିବ.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA