Monday, July 27, 2026 10:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିର୍ବାଚନମଣ୍ଡଳୀ ସହ ଅନଲାଇନ୍ ସମ୍ପର୍କ ଯୋଡିଲେ ଅରୁଣ

by Our Correspondent
05 Jul, 2020- 10:18 PM
in Latest News, News, Politics
1 min read
0
ନିର୍ବାଚନମଣ୍ଡଳୀ ସହ ଅନଲାଇନ୍ ସମ୍ପର୍କ ଯୋଡିଲେ ଅରୁଣ
ଭୁୁବନେଶ୍ୱର: ଇନଫରମେସନ୍ ଟେକନୋଲୋଜି ବ୍ୟବହାରରେ ସବୁବେଳେ ଆଗରେ ରହୁଥିବା ଶିକ୍ଷା ଓ କୃଷିମନ୍ତ୍ରୀ ଡ. ଅରୁଣ ସାହୁ ଏବେ ନିଜ ନିର୍ବାଚନମଣ୍ଡଳୀ ସହ ଅନଲାଇନ୍ ସମ୍ପର୍କ ଯୋଡିଛନ୍ତି । କୋଭିଡ୍ ନିୟମ ପାଳନ ସହ ଲୋକଙ୍କ ସମସ୍ୟା ସହିତ ନିଜକୁ ସଂଶ୍ଲିଷ୍ଟ ରଖିବା ଏବଂ ସଂଗଠନକୁ କ୍ରିୟାଶୀଳ ରଖିବା ପାଇଁ ଅରୁଣ ଆପଣେଇଛନ୍ତି ଏହି ପନ୍ଥା । ଗତ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକମାନଙ୍କୁ ଏହି ମନ୍ତ୍ର ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକଙ୍କ ସହ ଯୋଡି ହେବା ପାଇଁ ଟେକନୋଲୋଜିର ବ୍ୟବହାର କର ।
ଭୁବନେଶ୍ୱର ନିଜ ବାସଭବନରୁ ଆଜି ଭିଡ଼ିଓ କନଫରେନ୍ସିଂରେ ନୟାଗଡ଼ ଲୋକଙ୍କ ସହ ଯୋଡି ହୋଇଥିଲେ ଅରୁଣ । ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ବିଭିନ୍ନ ସମସ୍ୟା ଉପରେ ବହୁ ସମୟ ଧରି କଥା ହୋଇଥିଲେ । କରୋନା ସଙ୍କଟ ସମୟରେ ଜୀବନ ଓ ଜୀବିକା ସହିତ ଲଢ଼ିବାର ସାହାସ ଦେଇଥିଲେ ମନ୍ତ୍ରୀ । କରୋନା ସମୟରେ ରାଜ୍ୟ ସରକାର କୃଷିକ୍ଷେତ୍ରକୁ ପ୍ରାଥମିକତା ଦେଇଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ଏହାକୁ କଟକଣାମୁକ୍ତ ରଖି ଜୀବିକାର ବାଟ ଖୋଲି ଦେଇଛନ୍ତି । ଏହାର ସଦୁପଯୋଗ କରିବା ପାଇଁ ଅରୁଣ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ସେହିଭଳି ଦଳୀୟ କର୍ମୀ, ଛାମୁଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ରାଜନୈତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ରାଜନୈତିକ ସଭା, ସମିତି ଭଳି କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଥିବାରୁ ବିନା ସଭା ସମିତିରେ ସଂଗଠନକୁ ଅଧିକରୁ ଅଧିକ ମଜବୁତ କରିବା ଦିଗରେ କାର୍ଯ୍ୟ କରାଯିବ । ଅନଲାଇନ୍ ଜରିଆରେ ସବୁ କାର୍ଯ୍ୟ ହେଉଥିବାରୁ ସଂଗଠନ ମଜବୁତ କାର୍ଯ୍ୟ ଅଟକିବ ନାହିଁ । ଲୋକଙ୍କ ସମସ୍ୟା ବୁଝିବା ଏବଂ ସଂଗଠନକୁ ସଶକ୍ତ ରଖିବାରେ ନିଜକୁ ନିୟୋଜିତ ରଖିବାକୁ କର୍ମକର୍ତ୍ତାମାନଙ୍କୁ ଅରୁଣ ସଜାଗ କରିଥିଲେ ।
ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା । ନିଜେ ଏହାକୁ ପାଳନ କରି ଅନ୍ୟମାନଙ୍କୁ ପାଳନ କରିବାକୁ ପ୍ରବର୍ତ୍ତାଇବା ଏବେ ସମସ୍ତଙ୍କର ମୁଖ୍ୟ ଦାୟିତ୍ୱ । ଏଥିପ୍ରତି ସମସ୍ତେ ଯଥେଷ୍ଟ ଧ୍ୟାନ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ମନ୍ତ୍ରୀ ଅରୁଣ ସାହୁ ।

Previous Post

ଶୃଙ୍ଖଳିତ ରଥଯାତ୍ରାର ଶ୍ରେୟ ମିଳିଲା

Next Post

ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ଵର

Next Post
ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ଵର

ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ଵର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA