Thursday, April 30, 2026 01:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ନୋକା ସାଆଁନ୍ତ

by Jyoti prakash Mohapatra
18 Jul, 2020- 12:01 PM
in Guest Column, Latest News, Story Of The Week
1 min read
0
ନୋକା ସାଆଁନ୍ତ
ଡ. ଜ୍ୟୋତି ପ୍ରକାଶ ମହାପାତ୍ର
ନୋକା ସାଆଁନ୍ତ ସଂପର୍କରେ ମୋ ବାପାଙ୍କର ସାଆଁନ୍ତ ହେବ । ଗାଁରେ ଏମିତି ଗୋଟେ ପରଂପରା ହୋଇ ଯାଇଛି ଯେ, ବାପା ଯାହାକୁ ଯୋଉ ନାଁରେ ବା ସଂପର୍କରେ ଡାକନ୍ତି, ମୁଁ ତାଙ୍କୁ ସେଇ ସଂପର୍କରେ ଡାକେ । ଯେମିତି- ଗାଁରେ ଫକୁନି ନା’ ବୋଉ ବାପାଙ୍କର ଦେଈ, ତ ମୋର ବି ଦେଈ । ନିତା ଦେଈ ବୋଉକୁ ବାପା ମାଉସୀ ଡାକନ୍ତି ତ ମୁଁ ବି ମାଉସୀ ଡାକେ । ସେଇ ଅନୁସାରେ, ନୋକା ସାଆଁନ୍ତ ବି ମୋର ସାଆଁନ୍ତ ।
ଆମ ଗାଁରେ ଯେତେ ଲୋକ ଆସିଛନ୍ତି, ସବୁଠାରୁ ଚାଲାଖ ଲୋକ ନୋକା ସାଆଁନ୍ତ ଥିଲେ ସେ କୁହାଯାଏ । କଥା କଥାକେ ଗଣ୍ଡଗୋଳ ଲଗେଇ ଦେବେ, କଥା କଥାକେ ନିଆଁ ଲଗେଇ ଦେବେ, କଥା କଥାକେ ପୁଣି ସବୁ ନିଭେଇ ଦେବେ ।
ଆମ ପାଖ ଗାଁ ମୋହନପୁର, ଗଣେଶ୍ୱରପୁର, ନୂଆସାହି ସହ ଆମ ଗାଁର ସଂପର୍କ ଆଗରୁ ଏତେଟା ଭଲ ନଥିଲା କି ଆଜିଯାକେ ବି ନାହିଁ । ଭାରି ପ୍ରତିଦ୍ୱନ୍ଦ୍ୱିତା ଚାଲେ ଗାଁ ଗାଁ ଭିତରେ । ନୂଆସାହି ଗାଁର ସୀମା ଆମ ଗାଁ ସୀମାକୁ ଲାଗିଛି । ଉଭୟ ଗାଁ କଡ଼ରେ ଗୋଟିଏ ନଈ । ସେଇ ନୂଆସାହି ଗାଁର ସାମଲ ସାଆଁନ୍ତ (ଯାହାଙ୍କର ଆଗରୁ ଦୋକାନଟେ ଥିଲା), ଗୋଟେ ନୂଆ କୋଠାଘର କଲେ । ସେବେ ଗାଁରେ କୋଠାଘର ସାତ ସପନ । ତେଣୁ ଚାରିଆଡ଼େ ତାଙ୍କ କଥା ଉଠିଲା ।
କିନ୍ତୁ ଦିନେ ନୋକା ସାଆଁନ୍ତ ଆସି ଆମ ଗାଁରେ କହିଦେଲେ- ସେ ଅମୁକ ସାମଲ ଯୋଉ ଘର କରିଛି, ତା’ କାନ୍ଥ ଆମ ଗାଁ ସୀମାକୁ ମାଡ଼ି ଆସିଛି ।
ଗାଁ ଯାକ ହୁରି ପଡ଼ିଗଲା ।
– ଆଁ, ଏଡ଼େ ସାହାସ! ଶତ୍ରୁ ଗାଁ ଲୋକ ଆସି ଆମ ସୀମା ମାଡ଼ିଯିବ!
– ଚାଲ, ତାକୁ ପାନେ ଦେବା । ଏକାଥରେ ଇମିତି ଓଷଦ ଦେବା ଯେ, ବୋପା ନାଁ ଭୁଲିଯିବ!
ଏଇମିତି କଥା ବଢିଲା ଗାଁରେ । ଉତ୍ତେଜନା ବି ବଢିଲା । କାରଣ- ଗାଁର ଇଜ୍ଜତ ଓ ସ୍ୱାଭିମାନର ପ୍ରଶ୍ନ । ସେଇଠୁ ଗାଁ ଲୋକେ ଏକାଠି ହେଲେ । କିଏ ଶାବଳ, କିଏ କତା, କିଏ ଠେଙ୍ଗା ଧରି ଚାଲିଲେ ସେ ନୂଆ କରି ତିଆରି ହୋଇଥିବା ଘର ଆଡ଼େ । ନୋକା ସାଆଁନ୍ତ ଏ ଦଳର ନେତୃତ୍ୱ ନେଉଥାଏ । ମଝିରେ ମଝିରେ ଚିଲୋଉ ଥାଏ- ଚାଲ, ମାଡ଼ି ଚାଲ ।
ଆମ ଗାଁ ଲୋକେ ଯାଇ ସେ ନୂଆ ତିଆରି ଘରକୁ ଭାଙ୍ଗି ଫୋପାଡ଼ି ଦେଲେ । ଆମ ଗାଁ ସୀମାରୁ ଶତ୍ରୁ ଗାଁ କବଜା କରିଥିବା ଇଲାକାକୁ ଗର୍ବର ସହ ମୁକ୍ତ କରିଦଲେ । କିନ୍ତୁ ଠିକ ଭଙ୍ଗାଭଙ୍ଗି ଓ ଲଢେଇ ସମୟରେ ଦେଖିଲା ବେଳକୁ ନୋକା ସାଆଁନ୍ତ ନଈ କୂଳେ ଗୋଟେ ବରଗଛ ମୂଳେ ବସି ବିଡ଼ି ପିଉଛି ।
ତାକୁ କିଏ ପଚାରିଲା- କିହୋ! ତମେ ଏତେ ନାଟ ଲଗେଇଲ, ତମେ କଣ ନୁଚି (ଲୁଚି) ଆସି ଏଠି ବଇଚ (ବସିଛ)?
ଧୂଆଁ ଛାଡ଼ି ଆକାଶକୁ ନୋକା ସାଆଁନ୍ତ କହିଲା- ସେନାପତି କଣ ଯୁଦ୍ଧ କରେ କେବେ? ସୈନ୍ୟ ସାମନ୍ତ କାମରେ ଲାଗିଛନ୍ତି, ବିଜୟ ଆମର ହେବ ।
ଏଇମିତି ଚାଲାଖ ମଣିଷ ସେ ଥିଲେ ।
ଆଗରୁ କଲେଜ ପରୀକ୍ଷା ଖାତା ଆମ ଘରକୁ ଆସୁଥିଲା । ବାପା ଦିନେ ଦାଣ୍ଡପିଣ୍ଡାରେ ବସି ଖାତା ଦେଖୁଛନ୍ତି, ନୋକା ସାଆଁନ୍ତ କୁଆଡ଼ୁ ବୁଲି ଆସିଲା ।
ପଚାରିଲା- ହଇହୋ, ମହାପାତ୍ରେ! ମୁଁ ଶୁଣିଲି ବହିରେ କୁଆଡ଼େ ଲେଖା ହୋଇଛି ପୃଥିବୀଟା ବୁଲୁଛି?
ବାପା ଉତ୍ତର ଦେଲେ- ହଁ ତ । ସୂର୍ଯ୍ୟ ଚାରିପାଖେ ପୃଥିବୀ ସବୁବେଳେ ବୁଲେ ।
– ଛେନାଗୁଡ଼ ପାଠଟା ତମେ ପଢିଛ! କିହୋ, ଯଦି ପୃଥିବୀ ବୁଲୁ ଥାଆନ୍ତା ଖାନା ବାଡ଼ି ବୁଲି ଆସି ଇସ୍କୁଲ ପଛ ଆଡ଼ ବଗିଚା ପାଖରେ ଥାଆନ୍ତା! ନଅମାଣିଆ ଦଣ୍ଡା ଯାଇ ଛଅମାଣିଆ ବିଲ ପାଖରେ ଥାଆନ୍ତା! ମୁଁ ତ ଯୁଗ ଯୁଗ ଧରି ଦେଖୁଚି, ଯିଏ ଯୋଉଠି, ସିଏ ସେଇଠି ।
କି ପାଠ ପଢିଛ ତମେ? ମିଛ, ତୁଚ୍ଛା ମିଛ ଗୁଡ଼ାକ ପଢିଛ ଆଉ କଲେଜରେ ଏଇଆ ପଢୋଉଛ ପିଲାଙ୍କୁ ତମେ ହୋ ମହାପାତ୍ରେ?
ନୋକା ସାଆଁନ୍ତ ତାସ ଖେଳରେ ଥିଲେ ମାଷ୍ଟ୍ର । ଓସ୍ତାଦ । ଗାଁରେ ତ ସେତେବେଳେ ବୟସ୍କମାନେ ପଢି ଜାଣି ନଥିଲେ, ତେଣୁ ହଜାରି ଖେଳନ୍ତି ନାହିଁ । ସେଥିରେ ହିସାବ କରିବାକୁ ପଡ଼ିବ । ତେଣୁ ରଙ୍ଗ ବା ଟୋଣ୍ଟିନାଇନ୍‌ ଚାଲେ ଜୋରଦାର ବାଗରେ ।
ନୋକା ସାଆଁନ୍ତ ଗାଧୁଆ ବେଳେ (ଦିଏ ଗୋଟାଏ ପରେ, ଯେବେ ଚଷା ହଳ ସାରି କି ଚାଷ କାମ ସାରି ଗାଧୋଇବାକୁ ଯାଏ) ଖାଇଦେଇ ଧୋତି ଖଣ୍ଡେ ପିନ୍ଧି, କାନ୍ଧରେ ଗାମୁଛା ପକେଇ, ପାନ ଖାଇ ଯାଇ ମହାଦେବ ମୁଣ୍ଡରେ ହାଜର ହୋଇଯିବ । ସେଇଠି ସଂଜବୁଡ଼ ପର୍ଯ୍ୟନ୍ତ ଚାଲିବ ଖେଳ । ପାଖ ଗାଁ ରାଉଳିଆଡିଆର ସିଦିଆ ସାଆଁନ୍ତ ନିଇତି ଆସେ ତାସ ଖେଳିବାକୁ । ରଙ୍ଗ ଖେଳରେ ସିଦିଆ ସାଆଁନ୍ତ ହେଉଛି ନୋକା ସାଆଁନ୍ତର ପ୍ରତିଦ୍ୱନ୍ଦ୍ୱୀ । ଉଭୟେ ଭରପୁର ଗାଳିମନ୍ଦ କରିବେ ପରସ୍ପରକୁ ଓ ଖେଳ ଚାଲୁଥିବ ।
ରଂଗ ଖେଳରେ ଉଭୟେ ଥିବେ ବିପରୀତ ଦଳରେ ।
ସିଦିଆ ସାଆଁନ୍ତ ଡାକ ଛାଡ଼ିବ- ଷୋଅଳ…
ନୋକା ସାଆଁନ୍ତ ଧଡ଼ାସ୍‌ କିନା କହିବ- ଅଠେଇଶ (ରଂଗ ଖେଳରେ ଅଠେଇଶ ପରେ ଆଉ ଡାକ ନାହିଁ)
ସିଦିଆ ସାଆଁନ୍ତ କହିବ- ଡବଲ ବେ, ଡବଲ ନେ । ମୋ ସାଙ୍ଗେ ଖେଳିବୁ ତୁ! ଦେଖିବା ବେ!
ନୋକା ସାଆଁନ୍ତ ଫଟାକ୍‌ କରି କହିବ- ରି, ରି ଡବଲ୍‌ ।
ତା’ପରେ ସାତ ପଟିଆ ଟାଣିବ (ମାନେ ରଂଗ ଖେଳରେ ରଂଗ କଣ କରିବ, ନ ଜାଣି ପାରି ଅନ୍ଧ ଭାବେ ଗୋଟେ ଯେ କୌଣସି ତାସ୍‌ ନେଇ ରଂଗ କରିଦେବ । ରଂଗ ଖେଳିଲେ ସେ କୌଶଳ ସବୁ ଆପଣ ଜାଣିବେ) । ଆଉ ଅଠେଇଶରେ ଖେଳ କରିଦେବ ନୋକା ସାଆଁନ୍ତ । ସିଦିଆ ସାଆନ୍ତ ଗୋଟେ ବି ପଏଣ୍ଟ ନେଇ ପାରିବନି କି ନୋକା ସାଆଁନ୍ତ ଖେଳ ମରିବନି ।
ସେଇଠୁ ନୋକା ସାଆଁନ୍ତ କମ୍ପେଇବ- ଦେଖ ଦେଖ, ହେଇ ହେଇ ହେଲା ଲୋ । ହେଲା ଲୋ । ଶଳା ତୁ ରାଉଳିଆରେ (ସିଦିଆ ସାଆଁନ୍ତ ଗାଁ ନାଁ) ସିନା ଷଣ୍ଢ । ପାଳିମୀରେ (ଆମ ଗାଁ) ତୁ ଗାଈ । ତୁ ଖେଳିବୁ ମୋ ସାଙ୍ଗରେ!
ସେଇଠୁ ପୁଣି ଚାଲିବ କଥା କଥା କଟାକଟି । ଝଗଡ଼ା ।
ଆମ ଘର ପାଖରେ ଜଣେ ବିପରା ସାଆଁନ୍ତ ଥିଲେ । ବାହା ହୋଇ ନଥିଲେ । ଦି’ ଭାଉଜ ତାଙ୍କର ବିଧବା । ବିପରା ବୁଢା କୁଷ୍ଠ ରୋଗୀ । ଦି’ ଭାଉଜଙ୍କୁ ସବୁଦିନେ ଧମକେଇବ – ଯାଉଚି ମୁଁ ରଶି ନଗେଇ (ଲଗେଇ) ମରିମି (ମରିବି) ।
ଏ ପାଲା ସାରା ଗାଁ ନିଇତି ଦେଖେ ।
ଦିନେ ନୋକା ସାଆଁନ୍ତ ଯାଇ ସେଠି ହାଜର । ସେ ବିପରା ସାଆଁନ୍ତକୁ କହିଲା- ତୁ ମରିବୁ ତ, ରଶି ନଗେଇବୁ ତ, ଆ’ ଏଇଠି କାମ ଫିନିଶ କରିଦେବା ।
ତାକୁ ତା’ ବାଡ଼ି ପାଖ ପିଜୁଳି ଗଛ ପାଖକୁ ନେଲା ।
କହିଲା- ଚଢ ଗଛକୁ ଚଢ । ପିଜୁଳି ଗଛ ଟାଣ ଜମା ଭାଙ୍ଗିବନି ତୋ ପରି ପୋଡ଼ାମୁହାଁ ଚଢିଲେ ।
ବିପରା ସାଆଁନ୍ତ ଚଢିଲା ।
ନୋକା ସାଆଁନ୍ତ କହିଲା- ରଶିରେ ଗଣ୍ଠି ପକା । ବିପରା ସାଆଁନ୍ତ ପକେଇଲା ।
ନୋକା ସାଆଁନ୍ତ କହିଲା- ଫାଶ କର, ବିପରା ସାଆଁନ୍ତ କଲା ।
-ଏବେ ଗଛ ଡାଳରେ ଗଣ୍ଠି ପକା । ବାନେ୍ଧ ଜୋରରେ । କହିଲା ନୋକା ସାଆଁନ୍ତ ।
ବିପରା ସାଆଁନ୍ତ ତାରି କଥା ଅନୁସାରେ ଚାଲିଥାଏ ।
-ଏଥର ଡେଇଁପଡ଼ ତଳକୁ । ଆଦେଶ ଦେଲା ନୋକା ସାଆଁନ୍ତ ।
ବିପରା ସାଆଁନ୍ତ କିନ୍ତୁ ଡେଇଁଲାନି । ନୋକା ସାଆଁନ୍ତ କହିଲା- ଡେଁ ଡେଁ, ମରିବୁ ପା ତୁ ।
ବିପରା ସାଆଁନ୍ତ କହିଲା- ନା, ଇଏ କଷ୍ଟ କାମ । ହବନି ମୋ ଦେଇ । ଭାରି କଷ୍ଟ ।
ନୋକା ସାଆଁନ୍ତ ପୁଣି ତାକୁ ବୁଦ୍ଧି ଦେଲା । ହଉ ଚାଲ ନଈକୂଳକୁ ଯିବା । ଉଭୟେ ସାଙ୍ଗ ହୋଇ ଗଲେ । ବାଟରୁ ଗୋଟେ ପଥର ମୁଣ୍ଡେଇ ଚାଲିବା ପାଇଁ ନୋକା ସାଆଁନ୍ତ ବିପରା ବୁଢାକୁ ନିଦେ୍ର୍ଦଶ ଦେଲା । ବିପରା ବୁଢା ପାଳନ କଲା ।
ନଈକୂଳେ ପହଞ୍ଚି ନୋକା ସାଆଁନ୍ତ କହିଲା- ଏ ପଥରକୁ ତୋ ଗାମୁଛାରେ ଭଲ କି ବାନ୍ଧ । ଆଉ ଗାମୁଛା ଆର ମୁଣ୍ଡ ତୋ ବେକରେ ବାନ୍ଧ ।
ଆଦେଶ ମାନିଲା ବିପରା ବୁଢା ।
– ଯାଆ, ନଈ ଭିତରକୁ ପଶ । ବେକେ ପାଣିକୁ ପଥର ମୁଣ୍ଡେଇ ଯାଆ । ଯୋଉଠି ଗଣ୍ଡ ଦେଖିବୁ, ତତେ ଆଉ ଥଳ ହବନି, ସେଇଠି ପଥର ଛାଡ଼ିଦେବୁ ।
ବେକେ ପାଣିରୁ ଯାଇ ବିପରା ବୁଢା ପଥର ମୁଣ୍ଡେଇ ପୁଣି ଫେରି ଆସିଲା ।
କହିଲା- ନା, ଏ ସୁବିଧା ନୁହଁ ।
ନୋକା ସାଆଁନ୍ତ ତାତ୍ସଲ୍ୟ କଲା- ଶଳା, ଭାଣ୍ଡ ତୁ କେବେ ମରିବୁନି । ଦି’ଟା ବୁଢୀକୁ ଯାହା ଦହଗଞ୍ଜ କରୁଛୁ । ଶଳା ତାମସା ଲଗେଇଛୁ । ପାଲା ନଗେଇଛୁ ।
ତା’ପରେ ଆଉ ବିପରା ବୁଢା ମରିବା କଥା ଉଠେଇନି ।
ନୋକା ସାଆଁନ୍ତଙ୍କୁ ନେଇ ଗପ ଲେଖି ବସିଲେ କାଗଜ ସରିଯିବ । କାହାଣୀ ସରିବନି ।
ଗାଁର ଚିତ୍ର ଓ ଚରିତ୍ରମାନେ ସେମିତି ଚମତ୍କାର, ସଦାକାଳ । ସେଇମାନଙ୍କୁ ନେଇ ଗାଁ ସୁନ୍ଦର । ସେଇମାନଙ୍କୁ ନେଇ ଗାଁ କାହାଣୀର ପେଡ଼ି । ସେଇମାନଙ୍କୁ ନେଇ ଗାଁ ଅବର୍ଣ୍ଣନୀୟ ସ୍ଥାନର ସଚିତ୍ର ସୃଷ୍ଟି ।
Previous Post

ଆଜି ୫୯୧ ପଜିଟିଭ୍, ୩ ମୃତ୍ୟୁ

Next Post

ହଟସ୍ପଟ୍ ଗଞ୍ଜାମ ପାଇଁ ନୂଆ ରଣକୌଶଳ

Next Post
ହଟସ୍ପଟ୍ ଗଞ୍ଜାମ ପାଇଁ ନୂଆ ରଣକୌଶଳ

ହଟସ୍ପଟ୍ ଗଞ୍ଜାମ ପାଇଁ ନୂଆ ରଣକୌଶଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA