ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୯୧ ଆକ୍ରାନ୍ତ । ୨୫ ଜିଲ୍ଲାରୁ ଚିହ୍ନଟ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । ପୂର୍ବପରି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୧୨୧ ଆକ୍ରାନ୍ତ ।
ଗଞ୍ଜାମରୁ ଆଉ ଦୁଇ ଜଣ ଏବଂ ଗଜପତିରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମର ମୃତକଦ୍ୱୟ ପୁରୁଷ ଏବଂ ସେମାନଙ୍କ ବୟସ ୬୩ ଓ ୬୦ ବର୍ଷ । ଗଜପତି ଜିଲ୍ଲାର ମୃତକ ଜଣେ ୪୮ ବର୍ଷୀୟା ମହିଳା । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬ କୁ ବୃଦ୍ଧି ପାଇଛି । ଯେଉଁଥିରେ କେବଳ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ୫୨ ।
ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୬,୭୦୧ । ୧୧,୩୩୦ ସୁସ୍ଥ ହୋଇସାରିଲେଣି । ଏବେ ୫,୨୫୯ ଜଣ ଚିକିତ୍ସାଧୀନ(ଆକ୍ଟିଭ୍ କେସ୍) ।
ସାରା ଦେଶରେ, ୨୪ ଘଣ୍ଟାରେ ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭୧ ଜଣଙ୍କର ମୃତୁ୍ୟ ହୋଇଛି । ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬କୁ ବୃଦ୍ଧି ପାଇଛି । ୨୬ ହଜାର ୨୭୩ ଜଣଙ୍କର ଜୀବନ ନେଲାଣି କରୋନା ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧, ବାଲେଶ୍ୱର-୧୩, ବରଗଡ଼-୩୫, ଭଦ୍ରକ-୩, ବଲାଙ୍ଗୀର-୯, ବୌଦ୍ଧ-୫, କଟକ-୩୮, ଦେବଗଡ଼-୩, ଢ଼େଙ୍କାନାଳ-୯, ଗଞ୍ଜାମ-୧୮୨, ଜଗତସିଂହପୁର-୨୨, ଯାଜପୁର-୧୯, ଝାରସୁଗୁଡ଼ା-୫, କେନ୍ଦ୍ରାପଡ଼ା-୮, କେନ୍ଦୁଝର-୬, ଖୋର୍ଦ୍ଧା-୧୨୧, କୋରାପୁଟ-୪, ମାଲକାନଗିରି-୮, ମୟୁରଭଞ୍ଜ-୨୨, ନବରଙ୍ଗପୁର-୨୨, ନୟାଗଡ଼-୧୧, ପୁରୀ-୬, ରାୟଗଡ଼ା-୧, ସମ୍ବଲପୁର-୨୦, ସୁନ୍ଦରଗଡ଼-୧୮ ।