Monday, May 25, 2026 10:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି ଚର୍ଚ୍ଚାରେ ଗୋଲଡେନ୍ ବାବା

by Our Correspondent
20 Feb, 2020- 11:35 PM
in Latest News, News
1 min read
0
ପୁଣି ଚର୍ଚ୍ଚାରେ ଗୋଲଡେନ୍ ବାବା
ଭୁବନେଶ୍ୱର: ବର୍ଷେ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗୋଲଡେନ୍ ବାବା ଓରଫ୍ ଜ୍ୟୋତି ରଞ୍ଜନ ବେଉରା । ଏହି ହାଇ ପ୍ରୋଫାଇଲ୍ ନକଲି ବାବାର ଅର୍ଥନୈତିକ କାରବାର ଓ ଅପରାଧ ଲିଙ୍କ୍ ର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ(ଇଡ଼ି) । ଗୋଲଡେନ୍ ବାବା ର ଯାବତୀୟ କାରବାର ସଂକ୍ରାନ୍ତରେ ଓଡ଼ିଶା ପୁଲିସ ଓ କ୍ରାଇମବ୍ରାଞ୍ଚ ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)କୁ ଇତିମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିସାରିଛି । ହେଲେ ଇଡି ସ୍କାନର୍ କୁ ଆସିବା ପଛର ରହସ୍ୟକୁ ନେଇ ଏବେ ଜୋର୍ ଚର୍ଚ୍ଚା ।
ଗୋଲଡେନ୍ ବାବା କିଏ, କ’ଣ କରୁଥିଲା, କାହିଁକି ଗିରଫ ହେଲା ତାହାକୁ ନେଇ ମିଡ଼ିଆରେ ଅନେକ ଚର୍ଚ୍ଚା ହୋଇସାରିଛି । ବଡ଼ବିଲ୍ ର ଏକ ଖଣି କମ୍ପାନୀ ଏମଏସ୍ ନ୍ୟାସନାଲ୍ ଏଣ୍ଟରପ୍ରାଇଜେସ୍ ପାଇଁ ୧୧୦ କୋଟି ଟଙ୍କାର ଋଣ କରାଇଦେବାର ଲୋଭ ଦେଇ ୧୨ କୋଟି ଟଙ୍କା ଠକିନେଇଥିଲା । ତାହାପୁଣି ଚେକ୍ ଜାଲିଆତି ଜରିଆରେ । ଠକେଇର ଶିକାର ସଂପୃକ୍ତ ସଂସ୍ଥାର ମାଲିକ ଚରଣଜିତ୍ ସିଂ ଗ୍ରେବାଲ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେବା ପରେ ୨୦୧୮ ଡିସେମ୍ବର ୩୧ ତାରିଖରେ ପୁଲିସ ଏହି ବିଖ୍ୟାତ ଠକ ଗୋଲଡ଼େନ ବାବାକୁ ଗିରଫ କରିଥିଲା ।
ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଖୋଳତାଡ଼ ବେଳେ ବାବା ଏଭଳି ଅନେକ ସଂସ୍ଥାକୁ ଚୂନ ମାରିଥିବା ଜଣାପଡ଼ିଥିଲା । ଏମଏସ୍ ନ୍ୟାସନାଲ୍ ଏଣ୍ଟରପ୍ରାଇଜେସ୍ ଭଳି ଅନ୍ୟ ୫ଟି କମ୍ପାନୀଠାରୁ ପୋଷ୍ଟ ଡେଟେଡ଼୍ ଚେକ୍ କରିଆରେ ୧୦୦ କୋଟି ଆଦାୟ କରିଥିଲା । ମୁମ୍ବାଇ ଥାନେର ଏକ ଘରୋଇ ହସ୍ପିଟାଲ୍ କୁ ୨୦୦ କୋଟି, ହାଇଦ୍ରାବାଦର ଏକ ଇଂଜିନିୟରିଂ କନଷ୍ଟ୍ରକସନ୍ କମ୍ପାନୀକୁ ୩୦୦ କୋଟି ଏବଂ ଭୁବନେଶ୍ୱରର ଜେକେ ମେଡ଼ିକାଲ୍ ସିଷ୍ଟମ୍ ନାମକ ଏକ ସଂସ୍ଥାକୁ ୫୦ କୋଟି ଟଙ୍କାର ଋଣ କରାଇଦେବାକୁ କହି ଜାଲ୍ କାଗଜପତ୍ରର ଆଶ୍ରୟ ନେଇଥିଲା ଏବଂ କୋଟି କୋଟି ଟଙ୍କା ଠକି ନେଇଥିଲା ।
ଖାଲି ଟଙ୍କା ଠକୁ ନ ଥିଲା ଗୋଲଡ଼େନ୍ ବାବା । ଗୋରୁ ଚାଲାଣ, ଦାଦାବଟିରୁ ମଧ୍ୟ ଆଦାୟ କରୁଥିଲା କୋଟି କୋଟି ଟଙ୍କା । ଏହିଭଳି ୧୯ଟି ସଙ୍ଗୀନ ମାମଲା ଆସିଛି କ୍ରାଇମବାଞ୍ଚ ନଜରକୁ ।

ସବୁଠାରୁ ବଡ଼କଥା, ଯେଉଁ ସମୟରେ ସେ ଓଡ଼ିଶା ଓ ବାହାର ରାଜ୍ୟରେ ଅପରାଧିକ ଚେର୍ ଲମ୍ବେଇ ଡନ୍ ସାଜିଥିଲା ସେ ସମୟରେ ଭୁବନେଶ୍ୱରର ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାର ପରିଚୟ କରିଥିଲା ପ୍ରଖ୍ୟାତ ଯୁବ ସମାଜସେବୀ ନାଁରେ । ବିଜେଡ଼ିରେ ମିଶି ନ ଥିଲେ ମଧ୍ୟ ତତ୍କାଳୀନ ମେୟର ତଥା ଏବେକାର ବିଧାୟକ ଅନନ୍ତ ନାରାୟଣ(ବୁନୁ) ଜେନାଙ୍କର ଖାସ୍ ଟୋକା ଥିଲା । ମନ୍ତ୍ରୀ ଅଶୋକ ପଣ୍ଡା ବି କୁଆଡ଼େ ତା ପାଇଁ ବ୍ୟାକୁଳ ହେଉଥିଲେ । ଉତ୍ତର ନିର୍ବାଚନମଣ୍ଡଳୀରେ ବିଜେଡ଼ିର ରାଲି, ସଭାସମିତିର ଆଗରେ ରହୁଥିଲା ଏହି ଅଳଙ୍କାରବୃତ୍ତ ଛଦ୍ମବେଶୀ ସମାଜସେବୀ । ନିର୍ବାଚନମଣ୍ଡଳୀର ରାସ୍ତାଘାଟ, କାନ୍ଥବାଡ଼ ତାର ପୋଷ୍ଟର ଓ ବ୍ୟାନରରେ ଛାଇ ରହୁଥିଲା । ସେଥିରେ ତା’ ଫଟୋ ଦୁଇପାଖରେ ଅଶୋକ ପଣ୍ଡା ଓ ଅନନ୍ତ ଜେନାଙ୍କ ଫଟୋ ଶୋଭା ପାଉଥିଲା । ଦୁଇ କ୍ଷମତାଶାଳୀଙ୍କ ଛତ୍ରଛାୟାରେ ଗୋଲଡ଼େନ ବାବା ସାମାଜିକ କାର୍ଯ୍ୟକ୍ରମ ଚଳାଇ ପ୍ରତିପତ୍ତି ବିସ୍ତାର କରିଥିଲା । ଉତ୍ତର ନିର୍ବାଚନମଣ୍ଡଳୀରୁ ବିଜେଡ଼ି ଟିକେଟ ପାଇବ ବୋଲି ମଧ୍ୟ ପ୍ରତିଶ୍ରୁତି ପାଇଥିଲା ।
ଅଶୋକ ପଣ୍ଡା, ବୁନୁ ଜେନାଙ୍କ ନାଁରେ ସେ ନିଜକୁ ମାର୍କେଟିଂ କରି ବିଧାୟକ ହେବାକୁ କିଭଳି ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିଲା ତାହା ସମସ୍ତେ ଜାଣିଛନ୍ତି । ସେତେବେଳେ ଇଷ୍ଟକୋଷ୍ଟ୍ ସାମନାରେ ବିଜେଡ଼ିର ଏକ ବିକ୍ଷୋଭ ସଭାରେ ବୁନୁ ବାବୁ ଏହି ଗୋଲଡ଼େନ୍ ବାବାକୁ ବିଶିଷ୍ଟ ଯୁବନେତା, ଯୁବ ସଂଗଠକ, ଯୁବ ସମାଜସେବୀ ଉପାଧିରେ ସମ୍ବୋଧନ କରି ଆଗାମୀ ପୀଢ଼ିର ଭବିଷ୍ୟତ ବୋଲି ପରିଚିତ କରାଇଥିଲେ । ଏସବୁ ଅନ୍ତରଙ୍ଗ ସମ୍ପର୍କର ପ୍ରମାଣ ଗୋଲଡେନ୍ ବାବା ତା ଫେସବୁକ୍ ପେଜ୍ ରେ ଛାଡ଼ି ଯାଇଥିଲା ।
ଏତେସବୁ ପରେ ବି ପୁଲିସର ତଦନ୍ତରେ ଶାସକଦଳର ଦୁଇ କ୍ଷମତାଶାଳୀଙ୍କ କିଛି ବଙ୍କା ହେଲାନି । ଗୋଲଡେନ୍ ବାବାର ଅପରାଧ ସାମ୍ରାଜ୍ୟକୁ ଅଧିକ ରୁଦ୍ଧିମନ୍ତ କରିବାରେ ସେମାନଙ୍କ ପରୋକ୍ଷ ଭୂମିକା ସାଧାରଣରେ ସନ୍ଦେହ ଘେରକୁ ଆସିଥିଲେ ମଧ୍ୟ ପୁଲିସ ଆଖିରେ ସତୀ ହୋଇଗଲେ । ଗୋଲଡେନ୍ ବାବା ମାମଲାରେ ସେମାନଙ୍କ ଦେହରେ ଧୂଳି ତ ପଡ଼ିଲାନି । ଓଲଟି ପୁରସ୍କୃତ ହେଲେ ।
ଏବେ ଗୋଲଡେନ୍ ବାବା ମାମଲାର ଇଡି ତଦନ୍ତ ଘୋଷଣା ପରେ ପୁରୁଣା ପାଠର ଅଲୋଚନା ଆରମ୍ଭ ହୋଇଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ ବୋଲି ଅନେକଙ୍କର ବିଶ୍ୱାସ ହେଉଛି ।
Previous Post

ଆସିଲା ପେପରଲେସ୍ ବଜେଟ୍, ବିଧାୟକଙ୍କୁ ମିଳିଲା ଆଇ-ପ୍ୟାଡ୍

Next Post

ଚାକିରି ନେଲା ଗୋଟିଏ ଫୋନ୍

Next Post
ଚାକିରି ନେଲା ଗୋଟିଏ ଫୋନ୍

ଚାକିରି ନେଲା ଗୋଟିଏ ଫୋନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA