Tuesday, May 26, 2026 02:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରକୋପ ଦେଖାଇଲାଣି, କାଲି ୬ ଘଣ୍ଟାର ତାଣ୍ଡବ

by Our Correspondent
19 May, 2020- 09:28 PM
in Latest News, News
1 min read
0
ପ୍ରକୋପ ଦେଖାଇଲାଣି, କାଲି ୬ ଘଣ୍ଟାର ତାଣ୍ଡବ
ଭୁୁବନେଶ୍ୱର: ସଂଧ୍ୟାରେ ପାରାଦ୍ୱୀପଠାରୁ ୩୫୦ କିମି ଦୂରରେ ଥିବା ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଘଣ୍ଟାକୁ ୧୮ ଘଣ୍ଟା ବେଗରେ ମାଡ଼ି ଆସୁଛି । ସମୁଦ୍ର ଉପରେ ଏହା ସାମାନ୍ୟ ଦୁର୍ବଳ ହୋଇ ମହାବାତ୍ୟାରୁ ଭୀଷଣ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହୋଇଥିଲେ ମଧ୍ୟ ପ୍ରକୋପ କମିନାହିଁ । ସମୁଦ୍ର ମଝିରେ ଉଗ୍ର ରୂପରେ ତାଣ୍ଡବ କରୁଛି । ଆସନ୍ତାକାଲି ଦିନ ୧୨ଟାରୁ ୨ଟା ଭିତରେ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏହା ପୂର୍ବରୁ ଓ ପରେ ଉତ୍ତର ଉପକୂଳ ଓଡ଼ିଶାରେ ୬ ଘଣ୍ଟା ଧରି ତାଣ୍ଡବ ଦେଖାଇବ ଅମ୍ପନ । ୧୦୦ରୁ ୧୨୫ କିମି ବେଗରେ ଝଡ଼ ସାଙ୍ଗକୁ ପ୍ରବଳ ବର୍ଷିବ ।
ବଙ୍ଗୋପସାଗର ମଝିରେ ଥାଇ ବି ଅମ୍ପନ ର ପ୍ରଭାବ ଉପକୂଳ ଓଡ଼ିଶାରେ ସଂଧ୍ୟାରୁ ଅନୁଭୂତ ହେଲାଣି । ଦକ୍ଷିଣ ଉପକୂଳ ଓଡ଼ିଶାରେ ଏବେ ୫୫ରୁ ୭୫ କିମି ବେଗରେ ଝଡ଼ବର୍ଷା ଆରମ୍ଭ ହୋଇଛି । ରାତି ଯେତିକି ବଢ଼ୁଛି ପ୍ରକୋପ ଅଧିକ ହେଉଛି । ଆଜି ରାତି ୨ଟାରୁ ଏହା ଉତ୍ତର ଓଡ଼ିଶା ଉପକୂଳକୁ ଦୋହଲାଇବ । ପବନର ବେଗ ୧୦୦ କିମି ବି ଛୁଇଁପାରେ ।
ଗତବର୍ଷ ନଭେମ୍ବରରେ ବାତ୍ୟା ‘ବୁଲବୁଲ୍’ ଯେଉଁ ଅଞ୍ଚଳକୁ କ୍ଷତି କରିଥିଲା ଅମ୍ପନ ସେହି ଅଞ୍ଚଳକୁ କ୍ଷତି କରିବ । ବୁଲବୁଲଠାରୁ ଅମ୍ପନର ପ୍ରଭାବ ଓ ପବନର ତୀବ୍ରତା ବେଶୀ ରହିବ ଏବଂ ବେଶୀ କ୍ଷତି ଘଟାଇବ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏଥିନେଇ ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି । ଆଜି ବିଳମ୍ବିତ ରାତିରେ ହଠାତ୍ ପବନ ବଢ଼ିବାର ସମ୍ଭାବନା ଅଛି । ତେଣୁ ଲୋକମାନେ ଆଜି ରାତିରୁ କାଲି ସଂଧ୍ୟା ପର୍ଯ୍ୟନ୍ତ ନିହାତି ସତର୍କ ରହନ୍ତୁ । ଆଜି ଦିନ ୩ଟା ସୁଦ୍ଧା ୩୫ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି । କାଲି ୧୦ଟା ସୁଦ୍ଧା ଏହି ପ୍ରକ୍ରିୟା ସରିଯିବ । ସ୍ଥାନାନ୍ତର ପ୍ରକ୍ରିୟାରେ ଲୋକମାନେ ପ୍ରଶାସନକୁ ସହଯୋଗ କରିବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି ।
ସମଗ୍ର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ସମେତ ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାର କିଛି ଭାଗକୁ ବେଶୀ ବିପଦ ରହିଛି । ସମୁଦାୟ ୧୨ଟି ଜିଲ୍ଲା ଉପରେ ଅମ୍ପନ ର ପ୍ରଭାବ ପଡ଼ିବାକୁ ଥିବାରୁ ପ୍ରଶାସନ ସଜାଗ ରହିଛନ୍ତି । ୩୧ଟି ଏନଡିଆରଏଫ ଓ ଓଡ୍ରାଫ୍ ଟିମ୍ ବିଭିନ୍ନ ଅଞ୍ଚଳରେ ପହଞ୍ଚି ସାରିଛନ୍ତି । ଲୋକମାନଙ୍କ ଧନଜୀବନ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ଯାହା ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ତେଣିକି ପ୍ରକୃତିର ଦୟା ଉପରେ ସବୁ ନିର୍ଭର କରୁଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି ।
ଆଜି ସଂଧ୍ୟାରେ ପାରାଦ୍ୱୀପଠାରୁ ୩୫୦ କିମି ଏବଂ ଦୀଘାରୁ ୫୧୦ କିମି ଦୂରରେ ଥିବା ବାତ୍ୟା କାଲି ଅପରାହ୍ନରୁ ସଂଧ୍ୟା ଭିତରେ ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ । ଏହି ସମୟରେ ପବନର ବେଗ ୧୬୫ରୁ ୧୮୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
ଉତ୍ତର ଉପକୂଳ ଓଡ଼ିଶାରେ ଏହାର ଯଥେଷ୍ଟ ପ୍ରଭାବ ରହୁଥିଲେ ମଧ୍ୟ ପଶ୍ଚିମବଙ୍ଗ ଓ ବାଲାଂଦେଶକୁ ଏହା ଅଧିକ କ୍ଷତି ପହଞ୍ଚାଇବ । ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା, ମେଦିନପୁର ଜିଲ୍ଲା, ହାୱାଡା ଜିଲ୍ଲା, କୋଲକତା ଓ ହୁଗୁଳିରେ ଏହା ବ୍ୟାପକ କ୍ଷତି ଘଟାଇବ ବୋଲି କୁହାଯାଇଛି ।
Previous Post

୧୦୨ ନୂଆ ପଜିଟିଭ୍, ଭୁବନେଶ୍ୱରରୁ ୨

Next Post

ଲୋକେ ଶୁଣୁନାହାନ୍ତି, ହାତଯୋଡିଲେ ଡିଆଇଜି

Next Post
ଲୋକେ ଶୁଣୁନାହାନ୍ତି, ହାତଯୋଡିଲେ ଡିଆଇଜି

ଲୋକେ ଶୁଣୁନାହାନ୍ତି, ହାତଯୋଡିଲେ ଡିଆଇଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA