ଭୁବନେଶ୍ୱର: ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ସମୁଦାୟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଦୀପ ସିଂହ ଟପ୍ପର ହୋଇଛନ୍ତି । ତାଲିକାର ଦ୍ୱିତୀୟରେ ଯତୀନ କିଶୋର ଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ପ୍ରତିଭା ବର୍ମା । ହିମାଂଶୁ ଜୈନ, ଜୟଦେବ ସି ଏସ, ବିଶାଖା ଯାଦବ, ଗଣେଶ କୁମାର ବସକାର, ଅଭିଷେକ ସରାଫ, ରବି ଜୈନ ଏବଂ ସଞ୍ଜିତା ମହାପାତ୍ର ମେରିଟ୍ ଲିଷ୍ଟ୍ କ୍ରମାନ୍ୱୟରେ ଅଛନ୍ତି । ଅଷ୍ଟମ ସ୍ଥାନରେ ଥିବା ଅଭିଷେକ ସରାଫ ଏବଂ ଦଶମ ସ୍ଥାନରେ ଥିବା ସଞ୍ଜିତା ମହାପାତ୍ର ହେଉଛନ୍ତି ଓଡ଼ିଶାର ।
ଓଡ଼ିଶାରୁ କୃତକାର୍ଯ୍ୟ ଅନ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅଛନ୍ତି ଅଂଶୁମାନ ରାଜ(୧୦୭), ଅନୁପ ଦାସ(୧୨୦), ନବଲ କୁମାର ଜୈନ(୧୨୫), ଶୈଳଜା ଦାସ(୧୯୦), ରାହୁଲ ମିଶ୍ର(୨୦୨), ହେମା ନାୟକ(୨୨୫), ଆରୁଷି ମିଶ୍ର(୨୨୯), ଆଶିଷ ଦାସ(୨୯୧), ଅଙ୍କିତ ଶଙ୍କର ମିଶ୍ର(୨୯୪), ସୋନାଲି ମିଶ୍ର(୩୦୦), ଦିବ୍ୟା ମିଶ୍ର(୩୧୨), ଅର୍ଘ୍ୟ ପଟ୍ଟନାୟକ(୩୬୧), ଜୁବିନ ମହାପାତ୍ର(୩୭୯), ସମୀର କୁମାର ଜେନା(୪୪୧), ମାନସ ରଞ୍ଜନ ସାହୁ(୫୬୭), ଶିବମ୍ ମିଶ୍ର(୭୧୨), ଓମ୍ ପ୍ରକାଶ ମହାନ୍ତି(୭୧୫). ବିଭୂତି ଭୂଷଣ ନାୟକ(୮୧୯) ।
କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍, ୨୪ ଜଣ ଆଇଏଫଏସ୍, ୧୫୦ ଜଣ ଆଇପିଏସ୍ ପାଇଁ ମନୋନୀତ ହେବେ । ଗ୍ରୁପ୍ ଏ ରେ ୪୩୮ ଏବଂ ଗ୍ରୁପ୍ ବି ରେ ୧୩୬ ଜଣ ନିଯୁକ୍ତି ପାଇବେ ।
୨୦୧୯ ସେପ୍ଟେମ୍ବରରେ ଲିଖିତ ପରୀକ୍ଷା ହୋଇଥିଲା ବେଳେ ୨୦୨୦ ଫେବୃଆରୀରୁ ଅଗଷ୍ଟ ମଧ୍ୟରେ ପ୍ରାର୍ଥୀମାନଙ୍କର ମୌଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।