Tuesday, May 26, 2026 04:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଧାନଙ୍କ ଅଭିମାନ ଭାଙ୍ଗିଲେ ପ୍ରଧାନ

by Our Correspondent
03 Jun, 2020- 01:28 PM
in Latest News, News, Politics
1 min read
0
ପ୍ରଧାନଙ୍କ ଅଭିମାନ ଭାଙ୍ଗିଲେ ପ୍ରଧାନ
ଭୁବନେଶ୍ୱର: ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବନି । ଏମିତି ମନ୍ତବ୍ୟ ଦେଇ ଗତକାଲି ସଂଧ୍ୟାରେ ଦଳରୁ ଇସ୍ତଫା ଦେଇଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ୨୪ ଘଣ୍ଟା ପୂରିନି, ନିଷ୍ପତ୍ତି ବଦଳାଇଛନ୍ତି । ଆଜି ତାଙ୍କର ଇସ୍ତଫାପତ୍ରକୁ ପ୍ରତ୍ୟାହାର କରି ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି ।
ଦଳରେ କିଛି ମାତ୍ରାରେ ବିଚ୍ୟୁତି ଥିବାରୁ ଅସନ୍ତୋଷ ଥିଲା, ଅଭିମାନ ଥିଲା । ତାହା ଦୂର ହୋଇଛି । ଏକାଠି ହୋଇ କାମ କରିବୁ ଏବଂ ଆଗକୁ ବଢ଼ିବୁ ବୋଲି ଜଗନ୍ନାଥ କହିଛନ୍ତି ।
ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଜଗନ୍ନାଥଙ୍କର ଯତି ପଡୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱର ସଂଗଠନରେ ଜଗନ୍ନାଥଙ୍କର କାଟତି ସତ୍ତ୍ୱେ ଜିଲ୍ଲା ସଭାପତି ଚୟନରେ ତାଙ୍କୁ କୁଆଡ଼େ ଅଣଦେଖା କରାଯାଇଥିଲା । ଗତ ସୋମବାର ସଂଧ୍ୟାରେ ସଭାପତିଙ୍କ ସହ ତାଙ୍କର ଏକ ବୈଠକ ହୋଇଥିଲା । ସର୍ବସମ୍ମତି ଭାବେ ଜିଲ୍ଲା ସଭାପତି ଚୟନ କରିବାକୁ ଜଗନ୍ନାଥ ପ୍ରସ୍ତାବ ଦେଇଥିଲେ । ମାତ୍ର ତାଙ୍କର ମତାମତ ନ ନେଇ ବାବୁ ସିଂଙ୍କୁ ଜିଲ୍ଲା ସଭାପତି ଚୟନ କରାଯିବା କଥାଟାକୁ ଜଗନ୍ନାଥ ସହଜରେ ଗ୍ରହଣ କରିପାରି ନ ଥିବା ତାଙ୍କ ସମର୍ଥକ ମହଲରୁ ଜଣାପଡ଼ିଛି ।
ସଭାପତିଙ୍କ ତଥାକଥିତ ମନମାନିରେ କ୍ଷୁବ୍ଧ ହୋଇପଡ଼ିଥିବା ଜଗନ୍ନାଥ ପ୍ରଥମେ ନିଜ ଫେସବୁକ୍ ରେ ଦଳରୁ ଇସ୍ତଫା ଦେବାକୁ ମନସ୍ଥ କରିଥିବା ପୋଷ୍ଟ୍ କରିଥିଲେ । ମାତ୍ର କିଛି ସମୟରେ ଏହାକୁ ଡିଲିଟ୍ କରିଦେଇଥିଲେ । ସଂଧ୍ୟାରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ବେଳକୁ ସଭାପତିଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ସାରିଥିଲେ ଜଗନ୍ନାଥ । ଇସ୍ତଫାପତ୍ରରେ କୌଣସି କାରଣ ଦର୍ଶାଇ ନ ଥିଲେ ମଧ୍ୟ ଗଣମାଧ୍ୟମରେ ନିଜର ଅସନ୍ତୋଷ ଝାଡ଼ିଥିଲେ ।
ତେବେ ରାତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଅସନ୍ତୋଷ ଦୂର କରିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇ ଇସ୍ତଫାପତ୍ର ଫେରାଇ ନେବାକୁ ବୁଝାଇ ଅଭିମାନ ଭାଙ୍ଗିଥିଲେ । ସମୀର ମହାନ୍ତି ମଧ୍ୟ ତାଙ୍କ ସହ କଥା ହୋଇ ରାଗ ଭାଙ୍ଗିଥିଲେ ।
Previous Post

ସତ: ବିଜେପି ଛାଡ଼ିଲେ ଜଗନ୍ନାଥ

Next Post

ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

Next Post
ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA