Tuesday, August 4, 2026 02:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ମେ ୩ ଯାଏଁ ବଢ଼ିଲା ଲକ୍ ଡାଉନ୍

by Our Correspondent
14 Apr, 2020- 10:58 AM
in Latest News, News
1 min read
0
ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ମେ ୩ ଯାଏଁ ବଢ଼ିଲା ଲକ୍ ଡାଉନ୍

ନୂଆଦିଲ୍ଲୀ: ଦେଶରେ ଲକ୍ ଡାଉନ୍ ଅବଧିକୁ ମେ ୩ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି । ଜାତି ଉଦେ୍ଦଶ୍ୟରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଆଜି(ଏପ୍ରିଲ୍ ୧୪) ରେ ଶେଷ ହେଉଥିଲା । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶେଷଜ୍ଞଙ୍କ ପରାମର୍ଶ ଏବଂ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଲକ୍ ଡାଉନ୍ ଅବଧିକୁ ଆଉ ୧୯ ଦିନ ପାଇଁ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ କିଛି ଜରୁରୀ ଗତିବିଧି, ଚାଷୀମାନଙ୍କର ଜୀବନ ଜୀବିକା, ରବି ଫସଲ ଅମଳ ଆଦି କୁ ଧ୍ୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କରୋନା ସ୍ଥିତିର ଜିଲ୍ଲା ଓ ଥାନାୱାରୀ ସମୀକ୍ଷା କରାଯିବ । ସ୍ଥିତିକୁ ଦେଖି ଏପ୍ରିଲ୍ ୨୦ ପରେ କିଛି କିଛି ଜାଗାରେ ଲକ ଡାଉନ୍ କଟକଣାକୁ ସର୍ତ୍ତମୂଳକ ଭାବେ ସାମାନ୍ୟ କୋହଳ କରାଯିବ । ଯଦି ସ୍ଥିତି ଠିକ୍ ନ ଥାଏ ତେବେ ଲକ୍ ଡାଉନ୍ କୁ ଆହୁରି କଡ଼ାକଡ଼ି କରାଯିବ । କରୋନା ସଂକ୍ରମଣକୁ ବଢ଼ିବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି । ଆସନ୍ତାକାଲି ଏହାର ବିସ୍ତୃତ ଗାଇଡଲାଇନ୍ ଜାରି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
କରୋନା ସ୍ଥିତିର ମୁକାବିଲାରେ ଭାରତ ସରକାର ଯଥେଷ୍ଟ ଆଗୁଆ ପଦକ୍ଷେପ ନେଇଥିବାରୁ ଆଜି ସ୍ଥିତି ନିୟନ୍ତ୍ରଣରେ ଅଛି । ଭାରତ ତୁଳନାରେ ବଡ଼ ବଡ଼ ଦେଶଗୁଡ଼ିକରେ କରୋନା ସଂକ୍ରମଣ ୨୫/୩୦ ଗୁଣ ବଢ଼ିଛି । ଯଥେଷ୍ଟ ପୂର୍ବରୁ ଆମର ଆଗୁଆ ପଦକ୍ଷେପ ଏବଂ ଦେଶବାସୀଙ୍କ ତ୍ୟାଗ, ଅପୂର୍ବ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ‘ସାମାଜିକ ଦୂରତ୍ୱ’ ର ବହୁତ ଲାଭ ଆମକୁ ମିଳିଛି । ଆର୍ଥିକ ଦୃଷ୍ଟିରୁ ଆମକୁ ବହୁତ ମୂଲ୍ୟ ଦେବାକୁ ପଡ଼ିଥିଲେ ମଧ୍ୟ ଜୀବନ ଆଗରେ ଏହାକୁ ତୁଳନା କରାଯାଇପାରିବ ନାହିଁ । ଯଦି ଆମେ ଯଥେଷ୍ଟ ପୂର୍ବରୁ ପଦକ୍ଷେପ ନେଇ ନ ଥାନ୍ତେ ତେବେ ଭାରତର ଅବସ୍ଥା କ’ଣ ହୋଇଥାଆନ୍ତା ତାହା ଭାବିଲେ ରୁମ ଟାଙ୍କୁରି ହୋଇଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ରାଜ୍ୟ ସରକାରମାନଙ୍କ ପଦକ୍ଷେପକୁ ମଧ୍ୟ ତାରିଫ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଚିତ ସମୟରେ ଉଚିତ ପଦକ୍ଷେପ ନେଇ ରାଜ୍ୟମାନେ କରୋନା ପରିସ୍ଥିତିକୁ ଭଲ ଭାବେ ସମ୍ଭାଳିଛନ୍ତି । ତେବେ ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶେଷରେ ପ୍ରଧାନମନ୍ତ୍ରୀ ଭାରତର ବୈଜ୍ଞାନିକମାନଙ୍କୁ କରୋନା ଭୂତାଣୁ ପ୍ରତିଷେଧକ ଟୀକା ବାହାର କରିବା ଉଦ୍ୟମରେ ଗବେଷଣା ଜାରି ରଖି ସଫଳତା ପାଇବାକୁ ଆହ୍ୱାନ ଦେଇଥିଲେ । ଲୋକମାନେ ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ ଏବଂ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲକ୍ ଡାଉନ୍ ଅବଧିକୁ ଏପ୍ରିଲ୍ ୩୦ ତାରିଖ ଯାଏଁ ପୂର୍ବରୁ ବଢ଼ାଇ ସାରିଛି । ଓଡ଼ିଶା ପରେ ଆହୁରି ୧୦ଟି ରାଜ୍ୟ ମଧ୍ୟ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ।
Previous Post

ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

Next Post

ଆରପାରିରେ ସନାତନ ବିଶି

Next Post
ଆରପାରିରେ ସନାତନ ବିଶି

ଆରପାରିରେ ସନାତନ ବିଶି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA