Monday, May 25, 2026 09:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରସାଦଙ୍କୁ ପାଳକ ରାହୁଲଙ୍କ ‘ପଟ୍ଟନାୟକ’ ଫଣ୍ଡା !

by Our Correspondent
12 Mar, 2018- 01:59 PM
in Latest News, Politics
1 min read
0
ପ୍ରସାଦଙ୍କୁ ପାଳକ ରାହୁଲଙ୍କ ‘ପଟ୍ଟନାୟକ’ ଫଣ୍ଡା !
ଭୁବନେଶ୍ୱର: ଗାଁ ଗହଳିରେ ଆପଣ ଗଣ୍ଡଗୋଳ ଦୃଶ୍ୟ ଦେଖିଥିବେ । ଦୁଇଜଣ ଲୋକ ଦାଣ୍ଡରେ ବସି ଗପସପ ହଉଥିବେ । କୌଣସି କଥାରୁ ଯୁକ୍ତିତର୍କ ଲାଗିଯିବ । ସେଠୁଁ କଥା ଯିବ ହାତାହାତି ପର୍ଯ୍ୟନ୍ତ । ଦୁଇପଟୁ କିଛି ଲୋକ ଦୁହିଁଙ୍କୁ ଭିଡ଼ି ଧରିବେ । ଧରନ୍ତୁ ଦୁର୍ବଳିଆ ଲୋକଟି ମାଡ଼ ଖାଇଗଲେ । ସେ କିନ୍ତୁ ଚିଲାଉଥିବେ, ମତେ ଛାଡ଼ି ଦିଅ ମୁଁ ଦେଖିନେବି । ତାଙ୍କୁ ଭିଡ଼ି ଧରିଥିବା ଲୋକ ତାଙ୍କୁ ଛାଡ଼ିଦେଲେ ବି ସେ ନିଜକୁ କିନ୍ତୁ ଭିଡ଼ି ହେଲା ଭରି ରହିଥିବେ ଏବଂ ଖାଲିଟାରେ ଚିଲୋଉଥିବେ ନାଇଁ ମତେ ଛାଡ଼ିଦିଅ ମୁଁ ଦେଖିନେବି । ଅପରପଟୁ ବାରମ୍ବାର ମାଡ଼ ଖାଉଥିଲେ ବି ମିଛଟାରେ ଖାଲି ଚିଲୋଉଥିବେ ନାଇଁ ମତେ ଛାଡ଼ିଦିଅ । ମୁଁ ଦେଖିନେବି ।..
ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ପ୍ରସଙ୍ଗରେ ଏହି ଉଦାହରଣର ସାମଞ୍ଜସ୍ୟ ଦେଖିବାକୁ ମିଳୁଛି । ବାରମ୍ବାର ପରାଜିତ ଏବଂ ଅପମାନିତ ହେଉଥିବା ପ୍ରସାଦ ତାଙ୍କ ଟାଣପଣ ଛାଡୁନାହାନ୍ତି । ‘ନାଇଁ ମତେ ଛାଡ଼ିଦଅ ମୁଁ ଦେଖିନେବି’ ନ୍ୟାୟରେ କଂଗ୍ରେସ ଗାଦିକୁ ସେ ମାଡ଼ିବସିଛନ୍ତି । ବିଜେପୁର ପରାଜୟ ପରେ କୁଆଡ଼େ ସେ ପିସିସି ପଦରୁ ଇସ୍ତଫା ଦେଇଥିଲେ । ଏକଥା ସେ କହି ନ ଥିଲେ । ତାଙ୍କ ଶ୍ୱଶୁର ସୁର ରାଉତରାୟ ମିଡ଼ିଆକୁ ସୂଚନା ଦେଇଥିଲେ । ୧୦ ଦିନ ପରେ ତାଙ୍କ କୋଟରିର ସଂଧ୍ୟା ମହାପାତ୍ର କହିଲେଣି ଯେ ପ୍ରସାଦଙ୍କ ଇସ୍ତଫାକୁ ଏଆଇସିସି ଗ୍ରହଣ କଲାନି । ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ସେ ପିସିସି ସଭାପତି ପଦରେ ରହିବେ । ଏହି ସମୁଦାୟ ଏପିସୋଡ଼ରେ ନାଁ ପ୍ରସାଦ ମୁହଁ ଖୋଲିଛନ୍ତି ନା ଏଆଇସିସିର କୌଣସି ସୂଚନା ରହିଛି । ପ୍ରସାଦଙ୍କ ଦୁଇ ବାହାନ ଶ୍ୱଶୁର ଏବଂ ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷାଙ୍କ ବୟାନ ଭିତରେ ହିଁ ତଥାକଥିତ ଇସ୍ତଫା ଏବଂ ଇସ୍ତଫା ଅଗ୍ରାହ୍ୟ ପ୍ରସଙ୍ଗ ସୀମିତ ରହିଯାଇଛି ।
ଏଟା ପ୍ରଥମ ଥର ନୁହେଁ, ଗତବର୍ଷ ପଞ୍ଚାୟତ ନିର୍ବାଚନ ପରେ ମଧ୍ୟ ପ୍ରସାଦ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲା । ନିଜେ ପ୍ରସାଦ ଏ ସମ୍ପର୍କରେ ମୁହଁ ଖୋଲି ନ ଥିଲେ । ଏଆଇସିସି ପକ୍ଷରୁ ବି କେହି କିଛି କହି ନ ଥିଲେ । ତେବେ ସେହି ଚର୍ଚ୍ଚା ଆପେ ଆପେ ଥମିଗଲା । ସତରେ ପ୍ରସାଦ ଇସ୍ତଫା ଦେଇଥିଲେ ନା ସତରେ ରାହୁଲ ତାଙ୍କ ଇସ୍ତଫା ଫେରାଇଦେଲେ ତାହା ସ୍ପଷ୍ଟ ହେଲାନି । ଏଥର ବି ସମାନ ଅବସ୍ଥା ଦେଖାଦେଇଛି । ତେବେ ପ୍ରସାଦ ଇସ୍ତଫା ଦିଅନ୍ତୁ ନା ନ ଦିଅନ୍ତୁ ଏହା ସତ ଯେ ହାଇକମାଣ୍ଡ ତାଙ୍କୁ ହଟାଇବାକୁ ଚାହୁଁ ନାହାନ୍ତି । ଚାହୁଁଥିଲେ, ଦଳରେ ତାଙ୍କୁ ପ୍ରବଳ ବିରୋଧ ସତ୍ତ୍ୱେ ସେ ଗାଦିରେ ବସି ନ ଥାଆନ୍ତେ ।
ହାଇକମାଣ୍ଡଙ୍କ ମତିଗତି ପ୍ରସାଦଙ୍କୁ ବେଶ୍ ସୁହାଇଛି । ସତେ ଯେମିତି କ୍ଷମତା ଆଗରେ ନିଜର ବିବେକ, ସ୍ୱାଭିମାନ, ବୁଦ୍ଧି, ଜ୍ଞାନ ତାଙ୍କର ହଜିଯାଇଛି । ପ୍ରସାଦ ନିଜ ଆଡୁ ହଟିବାକୁ ଚାହୁଁଥିଲେ ତାଙ୍କୁ ହାଇକମାଣ୍ଡ ଜବରଦସ୍ତ ଚଉକିରେ ବସାଇଥାଆନ୍ତ ସେ ବିଶ୍ୱାସ ଅନେକଙ୍କର ନାହିଁ । ରାଜନୈତିକ ପଣ୍ଡିତମାନେ ପ୍ରସାଦଙ୍କ ନେତୃତ୍ୱରେ କଂଗ୍ରେସର ନିକମାପଣିଆକୁ କଟୁ ସମାଲୋଚନା କରିଛନ୍ତି । ନା ସେ ସମସ୍ତଙ୍କୁ ନେଇ ଚାଲିବାରେ ସକ୍ଷମ ହେଉଛନ୍ତି ନା ଦଳକୁ ସଂଗଠିତ କରି ଆଗକୁ ବଢ଼ାଇପାରୁଛନ୍ତି । ନିଜର ସ୍ୱାଭିମାନକୁ ଜଗି ସେ ନେତୃତ୍ୱରୁ ସନ୍ୟାସ ନେଇଯିବା ଭଲ ବୋଲି ସେମାନଙ୍କ ମତ ।
ସେପଟେ ଓଡ଼ିଶା କଂଗ୍ରେସର ଭବିଷ୍ୟତକୁ ନେଇ ରାହୁଲ ଗାନ୍ଧୀଙ୍କ ମନରେ କ’ଣ ଅଛି ତାହା କାହାରିକୁ ବୁଝାପଡ଼ୁନି । ଯଦି ପ୍ରସାଦଙ୍କୁ ନେଇ ଚାଲିବାର ଅଛି ତେବେ ସେ ଅନ୍ୟନେତାଙ୍କୁ ମନାଉନାହାନ୍ତି କାହିଁକି ? ଓଡ଼ିଶା ପାଇଁ କିଛି ସ୍ୱତନ୍ତ୍ର ପଦକ୍ଷେପ ନେଉନାହାନ୍ତି କାହିଁକି ? କୁହାଯାଉଛି, ଓଡ଼ିଶାରେ କଂଗ୍ରେସର ନେତୃତ୍ୱ ପାଇଁ ରାହୁଲ ବିକଳ୍ପ ଖୋଜି ପାଉନାହାନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଦଳର ଅଧିକାଂଶ ନେତା ଓ ବିଧାୟକଙ୍କ ଲବି ଥିଲେ ମଧ୍ୟ ରାହୁଲ କୁଆଡ଼େ ତାଙ୍କ ନାଁ ଶୁଣି ନାକ ଟେକୁଛନ୍ତି । ଯେଉଁ ‘ପଟ୍ଟନାୟକ ପରିବାର’ର ଦୁର୍ନାମ ପାଇଁ ଓଡ଼ିଶାରେ କଂଗ୍ରେସ ତଳିତଳାନ୍ତ ହୋଇଛି ସେହି ପରିବାରକୁ କ୍ଷମତା ଦେବାକୁ ସେ ଚାହୁଁନାହାନ୍ତି । କଂଗ୍ରେସ ଡୁବିଯାଉ ପଛେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବାକୁ ସେ କୁଆଡେ ଅମଙ୍ଗ ହେଉଛନ୍ତି । ରାହୁଲଙ୍କ କାର୍ଯ୍ୟକଳାପ ଦେଖିଲେ ଏହା ଯେ ଶତ ପ୍ରତିଶତ ସତ ତାହା ବିଶ୍ୱାସ ହେଉଛି । ଆଉ ରାହୁଲଙ୍କ ଫଣ୍ଡା ପ୍ରସାଦଙ୍କ ପାଇଁ ପାଳକ ହୋଇଯାଇଛି । ବିରୋଧ ବଢ଼ୁଛି, ଆଉ ପ୍ରସାଦ କହିଚାଲିଛନ୍ତି ନା ଆମେ ସଂଗଠିତ ଅଛୁ । ‘ମୁଁ ନୁହେଁ ଆମେ’ ବୋଲି ଗର୍ଜି ଚାଲିଛନ୍ତି ।
Previous Post

ଓଡ଼ିଶା ବିଜେପିକୁ ସାହା ହେବେ ସୁୁନୀଲ ଦେଓଧର !

Next Post

ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ହୋଇଗଲେ ସୌମ୍ୟ ?

Next Post
ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ହୋଇଗଲେ ସୌମ୍ୟ ?

ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ହୋଇଗଲେ ସୌମ୍ୟ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA