Monday, May 25, 2026 10:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରାଣକୃଷ୍ଣ ଉଦ୍ଧାର: ଓଡ୍ରାଫ୍, ଫାୟାର ବ୍ରିଗେଡ୍ କୁ ସାବାସି

by Our Correspondent
17 May, 2018- 07:11 PM
in Latest News, News
1 min read
0
ପ୍ରାଣକୃଷ୍ଣ ଉଦ୍ଧାର: ଓଡ୍ରାଫ୍, ଫାୟାର ବ୍ରିଗେଡ୍ କୁ ସାବାସି
କଟକ: ଦୀର୍ଘ ୭ ଘଣ୍ଟାର କଠିନ ଅପରେସନ୍ ପରେ ଉଦ୍ଧାର ପାଇଲେ ପ୍ରାଣକୃଷ୍ଣ ମୁଦୁଲି । କଟକର ଲୋୟର ପୁଲିସ କଲୋନୀସ୍ଥିତ ପମ୍ପିଂ ଷ୍ଟେସନ୍ ପାଇପରେ ଫସିଯାଇଥିବା ୫୦ ବର୍ଷର କର୍ମଚାରୀ ପ୍ରାଣକୃଷ୍ଣ ଉଦ୍ଧାର ହେଲା ପରେ ଉଦ୍ଧାରକାରୀ ଓଡ୍ରାଫ୍, ଫାୟାର ବି୍ରଗେଡ଼ ଦଳକୁ ସବୁଆଡୁ ସାବାସି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ୍ରାଫ୍ ଓ ଫାୟାର ବ୍ରିଗେଡ଼ ଦଳର ଧୈର୍ଯ୍ୟ ଓ ସାହାସିକ କାର୍ଯ୍ୟର ପ୍ରଶଂସା କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଆଜି ସକାଳ ୮ଟା ବେଳେ ଏହି ଅଘଟଣ ଘଟିଥିଲା । ପମ୍ପିଂ ଷ୍ଟେସନ୍ କର୍ମଚାରୀ ପ୍ରାଣକୃଷ୍ଣ ଟ୍ୟାଙ୍କ ଭିତରେ ଏକ ବ୍ଲକେଜ୍ ସଫା କରିବାକୁ ପଶିଥିଲେ । ମାତ୍ର ଏକଥା ଜାଣି ନଥିବା ଅନ୍ୟ ଜଣେ କର୍ମଚାରୀ ସେତେବେଳେ ମୋଟର ସୁଇଚ୍ ମାରିଦେଇଥିଲେ । ପାଣିର ପ୍ରଖର ସ୍ରୋତରେ ପ୍ରାଣକୃଷ୍ଣ ସେହି ପାଇପ୍ ର ୨୫ରୁ ୩୦ ଫୁଟ ଭିତରକୁ ଭାସିଯାଇଥିଲେ । ଅଢ଼େଇ ଫୁଟ ଓସାରର ପାଇପ ଭିତରୁ ସେ ବାହାରିବା ସମ୍ଭବ ନ ଥିଲା ।
ଖବର ପାଇ ତୁରନ୍ତ ସେଠାରେ ଜିଲ୍ଲାପାଳ, ପୁଲିସ, ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପହଞ୍ଚଥିଲେ । ମୁଖ୍ୟ ଫାୟାର ସୁରକ୍ଷା ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ୧୦୦ ଜଣିଆ ଉଦ୍ଧାରକାରୀ ଦଳ ଲାଗିପଡ଼ିଲେ । ପ୍ରବଳ ଖରା ସାଙ୍ଗକୁ ଅଣଓସାରିଆ ପାଇପ୍ ଭିତରେ ଜୀବନ ସହ ସଂଗ୍ରାମ କରୁଥିଲେ ପ୍ରାଣକୃଷ୍ଣ । ତାଙ୍କୁ ବଞ୍ଚାଇବା ପାଇଁ ପାଇପ ଯୋଗେ ପାଣି ଓ ଅକ୍ସିଜେନ୍ ଦିଆଯାଉଥିଲା । ଦୀର୍ଘ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ପାଇପ୍ କାଟି ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ ।
ଉଦ୍ଧାର ପରେ ପ୍ରାଣକୃଷ୍ଣଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଫାୟାର ବ୍ରିଗେଡ଼ ଓ ଓଡ୍ରାଫ୍ ଟିମ୍ ଭିତରେ ସମନ୍ୱୟ ରହିଥିଲେ ପ୍ରାଣକୃଷ୍ଣଙ୍କୁ ଆହୁରି ଜଲଦି ଉଦ୍ଧାର କରାଯାଇ ପାରିଥାଆନ୍ତା ବୋଲି ଜଣେ ଓଡ୍ରାଫ୍ କର୍ମଚାରୀ କହିଛନ୍ତି । ତେବେ ସେ ଯାହା ହେଉ, ଉଭୟଙ୍କ ପ୍ରଚେଷ୍ଟାରେ ପ୍ରାଣକୃଷ୍ଣଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରାଯାଇଥିବାରୁ ସବୁଆଡୁ ସାବାସି ମିଳିଛି ।
Previous Post

କର୍ଣ୍ଣାଟକ ପ୍ରତିବାଦ; ଆସନ୍ତାକାଲି କଂଗ୍ରେସର ଦେଶବ୍ୟାପୀ ଧାରଣା

Next Post

ବିଜେପିର ଗେମପ୍ଲାନ୍; ବିଜେଡ଼ିର ୪୦ ମୁଣ୍ଡ ଉପରେ ନଜର !

Next Post
ବିଜେପିର ଗେମପ୍ଲାନ୍; ବିଜେଡ଼ିର ୪୦ ମୁଣ୍ଡ ଉପରେ ନଜର !

ବିଜେପିର ଗେମପ୍ଲାନ୍; ବିଜେଡ଼ିର ୪୦ ମୁଣ୍ଡ ଉପରେ ନଜର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA