Monday, May 25, 2026 09:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବବିଙ୍କୁ ବକ୍‌ରା ବନାଇବା କୌଶଳରେ ଜୟ

by Our Correspondent
23 May, 2016- 10:45 AM
in Politics
1 min read
0
ବବିଙ୍କୁ ବକ୍‌ରା ବନାଇବା କୌଶଳରେ ଜୟ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମୁଖ୍ୟମନ୍ତ୍ରୀଙ୍କ ଖାସ୍‌ ନିକଟତର ପ୍ରଭାବଶାଳୀ ବବି ଓରଫ୍‌ ପ୍ରଣବ ପ୍ରକାଶ ଦାସ ରାଜ୍ୟର ଟପ୍‌ ମନ୍ତ୍ରୀ । ସାଧାରଣ ଜନତାଙ୍କ ଏସଏମଏସ୍‌ ମତାମତର ଦ୍ୱାହି ଦେଇ ଜୟ ପଣ୍ଡାଙ୍କ ସଂସ୍ଥା ଏହି ସାର୍ଟିଫିକେଟ୍‌ ଦେଇଛି । ଆଉ ଏତେବଡ଼ ସଂସ୍ଥାର ସାର୍ଟିଫିକେଟ୍‌ ବିଜେଡ଼ି ତେଲମରା ଗୋଷ୍ଠୀଙ୍କ ମନ କୁରୁଳେଇ ପକେଇଛି । ଛାତି ଚଉଡ଼ା ବିଜୁ ଯୁବ ଜନତା ଦଳ ସୋସିଆଲ୍‌ ମିଡ଼ିଆରେ ଏହାର ବେଶ୍‌ ପ୍ରଚାର ଚଳେଇଛି । ତେବେ ପାଣିକୁ ଓଟର ଡର ଭଳି ଜୟ ପଣ୍ଡାଙ୍କ ସଂସ୍ଥାର ଏଭଳି ଅଚାନକ ସାର୍ଟିଫିକେଟ୍‌ ଖୋଦ୍‌ ବବିଙ୍କୁ ଆତଙ୍କିତ କରିଛି । ଜୟଙ୍କ ଫାଶରୁ ନିଜକୁ ଦୂରେଇ ରହିବାକୁ ତୃତୀୟ ମହଲାରୁ ତାଙ୍କୁ ଇଙ୍ଗିତ ମିଳିଯାଇଛି । ଏହାକୁ ନେଇ ବିଜେଡ଼ି ହାଇ ଏଣ୍ଡ ପଲିଟିକ୍ସ ପୁଣି ସରଗରମ ହୋଇଛି ।

ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପୂର୍ତ୍ତି ଅବସରକୁ ନିଜର ରାଜନୈତିକ ଗୋଟିଚାଳନା ପାଇଁ ଭରପୂର ଉପଯୋଗ କରିଛନ୍ତି ବାବୁ ଜୟ ଓରଫ୍‌ ବୈଜୟନ୍ତ ପଣ୍ଡା । ଏହା ସତ ଯେ ମୁଖ୍ୟମନ୍ତ୍ରୀଙ୍କ ମନରୁ ଦୂର ହୋଇଯାଇଥିବା ବୈଜୟନ୍ତ ବିଜେଡ଼ି ରାଜନୀତିରେ ନିଜର କାଟ୍‌ତି ଓ ପ୍ରତିପତ୍ତି ହରାଇଛନ୍ତି । ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳର ଆର୍ଶିବାଦ ତାଙ୍କୁ ଖାଲି ରାଜନୀତିରେ ପ୍ରତିଷ୍ଠିତ କରାଇନି ବରଂ ତାଙ୍କ ବେପାର ସାମ୍ରାଜ୍ୟକୁ ଅଧିକ ରୁଦ୍ଧିମନ୍ତ କରିଛି । ବୈଜୟନ୍ତଙ୍କ ସଂସ୍ଥାକୁ ୨୩୦୦ କୋଟି ଋଣଛାଡ଼ର ଅପବାଦ ଏବେ ବି ବିଜେଡ଼ି ମୁଣ୍ଡାଇଛି । ଖାଲି ସେତିକି ନୁହେଁ ଏବେ ବି ଜୟଙ୍କ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କ ୯୦୦ କୋଟିର ବିଜୁଳି ଦେୟ ବାକିପଡ଼ିଛି । ୬୦ କୋଟିର ଜଳକର ବାକିଆ ପଡ଼ିଛି । ଚୌଦ୍ୱାର ମ୍ୟୁନିସିପାଲିଟି ତାଙ୍କ ସଂସ୍ଥାକୁ ୫୦ ଲକ୍ଷ ୟୁଜର୍ସ ଫି କୋହଳ କରିଛି । ଭୁବନେଶ୍ୱର ସହରରେ କେବୁଲ୍‌ ବିଛାଇବା ବାବଦକୁ ବିଏମ୍‌ସି ମାସକୁ ମାତ୍ର ୧୦ ହଜାର ଟଙ୍କା ଅନୁକମ୍ପା ପ୍ୟାକେଜ୍‌ ଦେଇଛି । ଏତେସବୁ ସତ୍ତ୍ୱେ ବୈଜୟନ୍ତଙ୍କ ମନକୁ ସନ୍ତୁଷ୍ଟ କରିପାରିନାହାନ୍ତି ନବୀନ ସରକାର । ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନକୁ ନବୀନ ଚୁରମାର୍‌ କରିଦେଇଥିବାରୁ ବିଚଳିତ ହୋଇଯାଇଛନ୍ତି ସେ ।

ମନି ଓ ମିଡ଼ିଆ ପାୱାର୍‌ରେ ନବୀନଙ୍କୁ ଆକଟ କରିପାରି ନ ଥିବା ବୈଜୟନ୍ତ ବିଜେପି ଆଡକୁ ଢ଼ଳିଛନ୍ତି । ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ଟାଣୁଆ ସମର୍ଥକର ମୋହର ବାଜିସାରିଛି ତାଙ୍କଠାରେ । ମୋଦି ପ୍ରଂଶସକର ମୁଦୁକ ଧରି ଦଳୀୟ ନେତୃତ୍ୱ ସହ ତାଙ୍କର ମଧୁଚନ୍ଦ୍ରିକା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ନିଜକୁ ନବୀନ ପଟ୍ଟନାୟକଙ୍କ ପ୍ରତିଦ୍ୱନ୍ଦୀ ପ୍ରୋଜେକ୍ଟ କରି ବିଜେପି ପ୍ଲାଟଫର୍ମ ଆଡକୁ ଟେରେଇଥିଲେ ବି ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ଆଗରେ ତାଙ୍କର ସ୍ୱପ୍ନ ଫିକା ପଡ଼ିଯାଉଛି । ଆଜିକା ଦିନରେ ଏହା ହିଁ ଜୟଙ୍କୁ ଅସହାୟ ଓ ବିବ୍ରତ କରିଛି । ସାଙ୍ଗକୁ ବିଜେଡ଼ି ଟିକେଟରେ କେନ୍ଦ୍ରାପଡ଼ା ଆସନଟି ହାତରୁ ଖସିଯାଉଥିବା ଅନୁଭବ ତାଙ୍କୁ ଆହୁରି ହତାଶ କରିଛି । ଏହି ହତାଶାଭାବ ତାଙ୍କୁ ନୂଆ ଗୋଟିଚାଳନା ପାଇଁ ବାଧ୍ୟ କରିଛି ।

ଏହି ଗୋଟିଚାଳନାର ପ୍ରଥମ କିସ୍ତି ଆରମ୍ଭ ହୋଇଛି ବବିଙ୍କଠାରୁ । ଶକ୍ତିମନ୍ତ୍ରୀ ଭାବେ ତାଙ୍କର ଦକ୍ଷତା ଯାହା ହେଉ ନା କାହିଁକି, ମାତ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ଲୁ ଆଇଡ଼ ବୟ ଭାବେ ସେ ବେଶ୍‌ ଚର୍ଚ୍ଚିତ । ନବୀନ ନିବାସ ଓ ମୁଖ୍ୟମନ୍ତ୍ରୀଙ୍କ ଦରବାରରେ ବବିଙ୍କର ବେଶ୍‌ କାଟ୍‌ତି । ଯାହା ଏବେ ଆୟୁଧ କରିବାକୁ ଚାହିଁଛନ୍ତି ଜୟ । ନିଜର ପ୍ରତିପତ୍ତି ଫେରାଇ ଆଣିବାରେ ଏକମାତ୍ର ବବି ସହାୟ ହୋଇପାରିବେ ବୋଲି ତାଙ୍କର ଆକଳନ । ଏହି ଆକଳନରୁ ହିଁ ନିଜ ସଂସ୍ଥା ପ୍ରାୟୋଜନରେ ଶ୍ରେଷ୍ଠ ମନ୍ତ୍ରୀ ଚୟନର ପରକଳ୍ପନା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।

ରାଜନୈତିକ ପଣ୍ଡିତମାନଙ୍କ ମତରେ ଏସ୍‌ଏମଏସ୍‌ ଭୋଟ ବାହାନାରେ ବବିଙ୍କୁ ଏକ ନମ୍ବର ମନ୍ତ୍ରୀର ମାନ୍ୟତା ଦେଇ ଗୋଟିଏ ଗୁଳିରେ ଦୁଇଟି ଶିକାର ଯୋଜନାରେ ଅଛନ୍ତି ଜୟ । ନବୀନଙ୍କ ସହ ପୁରୁଣା ସମ୍ପର୍କର ପୁନଃରୁଦ୍ଧାର ଓ ୯୦୦ କୋଟିର ବିଦ୍ୟୁତ ପାଉଣା ଟେନସନ୍‌ରୁ ରିଲିଫ୍‌ । ସେପଟେ ରାଂକିରେ ଦାମ ରାଉତଙ୍କୁ ଦୁଇ ନମ୍ବର କରି ତାଙ୍କର ପାଟି ଚୁପ୍‌ କରିବାର ବି ଯୋଜନା କରାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ତୃତୀୟ ସ୍ଥାନ ଦେଇ କେବୁଲ୍‌ ବେପାରରେ ତାଙ୍କ ସହଯୋଗର ମନ କିଣିବାକୁ ଉଦ୍ୟମ କରାଯାଇଛି । ଗୋଟିଏ ପଟେ ଏସଏମଏସ୍‌ ଭୋଟର ତରିକା ଓ ବିଶ୍ୱନୀୟତାକୁ ବିଭିନ୍ନ ମହଲ ପ୍ରଶ୍ନ କରିଥିବା ବେଳେ ଫ୍ରଷ୍ଟେଟେଡ଼ ଜୟଙ୍କ ପଲିଟିକାଲ୍‌ ଏଜେଣ୍ଡାକୁ ସମସ୍ତଙ୍କ ଦୃଷ୍ଟି ଭିଡ଼ି ହୋଇଯାଇଛି ।

କାହାରିକୁ ଅଛପା ନାହିଁ କି ନିଜର ପ୍ରଭାବଶାଳୀ ମିଡ଼ିଆକୁ ନବୀନ ସରକାରଙ୍କ ବିରୋଧରେ ଗୋଟାପଣେ ବ୍ୟବହାର କରୁଛନ୍ତି ବୈଜୟନ୍ତ । କିଛି ମାସ ହେଲାଣି ତାଙ୍କ ଟିଭି ସରକାରଙ୍କ କଟର୍‌ ବିରୋଧୀ ଆଭିମୁଖ୍ୟ ନେଇଛି । ଏଭଳି ସ୍ଥିତିରେ ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଫେଭରାଇଟ୍‌ ଶକ୍ତିମନ୍ତ୍ରୀ ବବି ଦାସଙ୍କ ପ୍ରେମରେ ପଡ଼ିବା ପଛର ରହସ୍ୟ ଏବେ ବିଜେଡ଼ି ମାହୋଲକୁ ସରଗରମ କରିଛି । ଖୋଦ୍‌ ବବି ଏହି ରାଜନୈତିକ ଚାଲ୍‌କୁ ହଜମ କରିନାହାନ୍ତି । ବୈଜୟନ୍ତଙ୍କ ସଂସ୍ଥାର ଅହେତୁକ ପ୍ରେମରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବାକୁ ସେ ପରାମର୍ଶ ପାଇଛନ୍ତି । ସୁତରାଂ ସର୍ବାଧିକ ପ୍ରସାରିତ ଚାନେଲରେ ଏକ ନମ୍ବର ମନ୍ତ୍ରୀର ମାନ୍ୟତା ତାଙ୍କୁ ଖୁସି କରିବା ପରିବର୍ତ୍ତେ ବିଚଳିତ କରିଛି । ତେବେ ଆଗକୁ କ’ଣ ହେବ ଏବେଠୁଁ କହିବା ମୁସ୍କିଲ୍‌ ହୋଇଥିଲେ ମଧ୍ୟ ବୈଜୟନ୍ତ ନିଜ ଭବିଷ୍ୟତ ପ୍ରତି ବେଶ୍‌ ସତର୍କ ହୋଇପଡ଼ିଛନ୍ତି । କୌଣସି ପରିସ୍ଥିତିରେ ତାଙ୍କ ପାଦତଳୁ ମାଟି ଖସିବାକୁ ସେ ଦେବେ ନାହିଁ ବୋଲି କୁହାଯାଉଛି ।

Previous Post

ଯୋ ଜିତା ୱହି ସିକନ୍ଦର୍‌

Next Post

ହାଇ ଭୋଲଟେଜ୍‌ ଡ୍ରାମା

Next Post
ହାଇ ଭୋଲଟେଜ୍‌ ଡ୍ରାମା

ହାଇ ଭୋଲଟେଜ୍‌ ଡ୍ରାମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA