Tuesday, May 26, 2026 10:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଲିଉଡ୍ ସ୍ତବ୍ଧ: ୟଙ୍ଗ୍ ସୁପରଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ଆତ୍ମହତ୍ୟା

by Our Correspondent
14 Jun, 2020- 04:15 PM
in Latest News, National, News
1 min read
0
ବଲିଉଡ୍ ସ୍ତବ୍ଧ: ୟଙ୍ଗ୍ ସୁପରଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ଆତ୍ମହତ୍ୟା
ମୁମ୍ବାଇ: ବଲିଉଡ୍ ର ୟଙ୍ଗ୍, ଟାଲେଣ୍ଟେଡ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଘରେ ବେକରେ ରସି ଲଗାଇ ଝୁଲି ପଡ଼ିଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଲୋକପ୍ରିୟତାର ଶୀର୍ଷକୁ ଯାଇଥିବା ସୁଶାନ୍ତ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୬ ମାସ ଧରି ସେ ବହୁତ ଡିପ୍ରେସନ୍ ରେ ଥିଲେ ବୋଲି କୁହାଯାଉଛି । ମୁମ୍ବାଇ ପୁଲିସ ମାମଲାର ଛାନଭିନ୍ ଚଳାଇ ସୁଇସାଇଡ୍ ନୋଟ୍ ଖୋଜୁଥିଲେ ମଧ୍ୟ ମିଳିନାହିଁ ।
ସୁଶାନ୍ତ ସ୍ୱଭାବରେ ଯେତିକି ଶାନ୍ତ ଓ ସରଳ ସେତିକି ଭାବପ୍ରବଣ ଥିଲେ । ପିଲାଦିନୁ ମାଆଙ୍କୁ ହରାଇବାର ଦୁଃଖ ତାଙ୍କୁ ସବୁବେଳେ କଷ୍ଟ ଦେଉଥିଲା । ଗାଁରେ ବାପା ଏକା ରହୁଥିଲେ । ମୁମ୍ବାଇରେ ଏକା ରହୁଥିବା ସୁଶାନ୍ତ ୬ ମାସ ତଳୁ ଖୁବ୍ ଡିପ୍ରେସନ୍ ରେ ରହୁଥିଲେ ବୋଲି କୁହାଯାଉଛି । କିଛି ଦିନ ତଳେ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ ଆତ୍ମହତ୍ୟା କରିଥିଲେ । ଆଜି ସକାଳେ ସୁଶାନ୍ତ ଘରର କବାଟ ନ ଖୋଲିବାରୁ ପାଖରେ ରହୁଥିବା ବନ୍ଧୁମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ କବାଟ ଭାଙ୍ଗି ଦେଖିଲା ବେଳକୁ ସୁଶାନ୍ତ ବେକରେ ରସି ଲଗାଇ ଝୁଲି ପଡ଼ିଥିଲେ ।
ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍ ଜଗତକୁ ସ୍ତବ୍ଧ କରିଦେଇଛି । ଏଭଳି ଜଣେ ୟଙ୍ଗ୍, ଟାଲେଣ୍ଟେଡ୍ ଆକ୍ଟରଙ୍କ ଆତ୍ମହତ୍ୟାକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଶାନ୍ତଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରି ତାଙ୍କୁ ଜଣେ ଟାଲେଣ୍ଟେଡ୍ ଏବଂ ପ୍ରେରଣାଦାୟୀ ଆକ୍ଟର ବୋଲି କହିଛନ୍ତି ।
ବିହାରର ପୁରନିଆ ଜିଲ୍ଲାରୁ ମୁମ୍ବାଇ ବଲିଉଡ୍ ଜଗତ । ଏହି ଲମ୍ବା ଯାତ୍ରାରେ ସୁଶାନ୍ତଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ଛାତ୍ର ଜୀବନରୁ ମେଧାବୀ ଥିବା ସୁଶାନ୍ତ ଦିଲ୍ଲୀ ଟେକନୋଲୋଜିକାଲ୍ ୟୁନିଭରସିଟିରୁ ମେକାନିକାଲ୍ ଇଂଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଆକ୍ଟିଂ ପ୍ରତି ପ୍ରବଳ ଝୁଙ୍କ୍ ତାଙ୍କୁ ମୁମ୍ବାଇ ଟାଣି ନେଇଥିଲା । ସୁଯୋଗ ପାଇବା ପାଇଁ ପ୍ରବଳ ସଂଘର୍ଷ କରିଥିଲେ । ବଲିଉଡ୍ ରେ କ୍ୟାରିୟର୍ କରିବା ପାଇଁ ସେ ବାରଦ୍ୱାର ବୁଲୁଥିବା ବେଳେ ଛୋଟ ପରଦାର ଅଫର୍ ପାଇଲେ । ତାହା ଥିଲା ଲୋକପ୍ରିୟ ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ । ଏଥିରେ ମୁଖ୍ୟ ଭୂମିକାରେ ନିଜର ନିଖୁଣ ଅଭିନୟ ପାଇଁ ଘରେ ଘରେ ପରିଚିତ ହୋଇଯାଇଥିଲେ ସୁଶାନ୍ତ ।
ଛୋଟ ପରଦାର ହଟ୍ ଷ୍ଟାର୍ ରୁ ୨୦୧୩ ମସିହାରେ ବଲିଉଡ୍ ଜମ୍ପ ମାରିଥିଲେ ସୁଶାନ୍ତ । ଅଭିଷେକ କପୁରଙ୍କ ଫିଲ୍ମ ‘କାଇ ପୋ ଚେ’ ରେ ସୁଶାନ୍ତ ଏକ ଛୋଟ ସହରୀ ବାଳକ ଭୂମିକାରେ ନିଜର କମାଲ୍ ଦେଖାଇଥିଲେ । ଫିଲ୍ମଟି ବକ୍ସ ଅଫିସ ହିଟ୍ କରିଥିଲା । ପରବର୍ତ୍ତୀ ସମୟରେ କ୍ରିକେଟିୟର୍ ଏମଏସ ଧୋନୀଙ୍କ ବାଓପିକ୍ ‘ଏମଏସ ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀ’ରେ ଧୋନୀ ଭୂମିକାରେ ବଳିଷ୍ଠ ଅଭିନୟ କରି ସୁଶାନ୍ତ ସମସ୍ତଙ୍କ ମନ କିଣି ନେଇଥିଲେ । ପିକେ, କେଦାରନାଥ, ଶୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି ମଧ୍ୟ ତାଙ୍କର ଅନ୍ୟତମ ସଫଳ ଫିଲ୍ମ ଥିଲା । ତାଙ୍କର ଶେଷ ଫିଲ୍ମ ଥିଲା ନୀତେଶ ତିୱାରୀଙ୍କ ‘ଛିଛୋରେ’ । କଲେଜ ଜୀବନ ଏବଂ ପରବର୍ତ୍ତୀ ସମୟର ଫ୍ରଷ୍ଟେସନ୍ କାହାଣୀକୁ ନେଇ ଏହି ଫିଲ୍ମରେ ତାଙ୍କର ନାୟିକା ଥିଲେ ଶ୍ରଦ୍ଧା କପୁର ।
୨୦୨୦ ମସିହା ବଲିଉଡ୍ ଜଗତ ପାଇଁ ଅଶୁଭ ହୋଇଛି । ଇରଫାନ୍ ଖାନ୍, ଋଷି କପୁରଙ୍କ ପରେ ସୁଶାନ୍ତ ରାଜପୁତ୍ ଙ୍କ ଭଳି ଟାଲେଣ୍ଟ ମାନେ ଚାଲିଯାଇଛନ୍ତି ।
Previous Post

ବସୁଧା ମାତା କଲ୍ୟାଣ କରନ୍ତୁ, ରଜପର୍ବରେ କରୋନକୁ କାଳ ହେଉ !

Next Post

କାହିିଁକି ଆତ୍ମହତ୍ୟା କଲେ ସୁଶାନ୍ତ ରାଜପୁତ ?

Next Post
କାହିିଁକି ଆତ୍ମହତ୍ୟା କଲେ ସୁଶାନ୍ତ ରାଜପୁତ ?

କାହିିଁକି ଆତ୍ମହତ୍ୟା କଲେ ସୁଶାନ୍ତ ରାଜପୁତ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA