Tuesday, June 30, 2026 12:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ପାଇଁ ବୁମେରାଂ ହେବ ସିବିଆଇ ଅସ୍ତ୍ର !

by Our Correspondent
31 Jan, 2019- 01:06 AM
in Latest News, Politics, Story Of The Week
1 min read
0
ବିଜେପି ପାଇଁ ବୁମେରାଂ ହେବ ସିବିଆଇ ଅସ୍ତ୍ର !

ଭୁବନେଶ୍ୱର: ଚିଟଫଣ୍ଡ ମାମଲାରେ ବିଜେଡ଼ିର ଦୁଇ ଟାଣୁଆ ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ ବିଜେପିକୁ ଭାରି ପଡ଼ିପାରେ । ଏଥିପାଇଁ ଯେ ଲୋକେ ଏହାକୁ ଅପରାଧିକ କାରବାର ଭାବେ ଗ୍ରହଣ କରୁନାହାନ୍ତି । ଏଥିରେ ରାଜନୀତିର ଗନ୍ଧକୁ ସେମାନେ ସ୍ପଷ୍ଟ ବାରି ଦେଉଛନ୍ତି । ବିଜେଡ଼ିର ମୁକାବିଲା ପାଇଁ ବିଜେପି ସିବିଆଇକୁ ଅସ୍ତ୍ର କରିଛି ବୋଲି ସାଧାରଣ ଲୋକ ବି ବୁଝିଗଲେଣି । ଠିକ୍ ସେହିଭଳି ବିଜେପିର ପ୍ରତିଶୋଧ ପାଇଁ ବିଜେଡ଼ି ପ୍ରସ୍ତୁତ ହୋଇଛି ଏବଂ ସିବିଆଇ ଅସ୍ତ୍ରର ସାଷ୍ଟାଙ୍ଗ ଜବାବ ପୁଲିସ ଅସ୍ତ୍ରରେ ଦେବାକୁ ଯାଉଛି । ଛତ୍ରପୁର ଲକ୍ଷ୍ମୀଦତ୍ତ ମର୍ଡର କେସ୍ ରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ପୁଲିସ ନୋଟିସ୍ ପରେ ସାଧାରଣ ଲୋକଙ୍କ ଏହଭଳି ବିଶ୍ୱାସ ଆସିଛି । ବିଜେଡ଼ିର ‘ତମେ ବାନ୍ଧିଲେ ଆମେ ବାନ୍ଧିବୁ’.. ସନ୍ଦେଶ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଯାଇଛି ।

ଚିଟଫଣ୍ଡ ମାମଲା ବହୁ ପୁରୁଣା । ଗତ ସାଧାରଣ ନିର୍ବାଚନ ବେଳୁ ଓଡ଼ିଶା ରାଜନୀତିକୁ ଏହି ପ୍ରସଙ୍ଗ ଛାଇ କରି ରଖିଛି । କେବଳ ବିଜେଡ଼ି ନେତାଙ୍କ ଏଥିରେ ସଂପୃକ୍ତି ଅଭିଯୋଗ ଅଛି ତାହା ନୁହେଁ, କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟ ସଂପୃକ୍ତି ଅଭିଯୋଗ ରହିଆସିଛି । ତେବେ ଶାସନକ୍ଷମତାରେ ଥିବା ବିଜେଡ଼ି ଏହି ପ୍ରସଙ୍ଗରେ ବ୍ୟାକଫୁଟ୍ ରେ ରହିଆସିଛି । ଦଳର ଗଣ୍ଡା ଗଣ୍ଡା ନେତାଙ୍କ ସଂପୃକ୍ତି ଅଭିଯୋଗ ବିଭିନ୍ନ ସମୟରେ ସରକାରକୁ ଅଡୁଆରେ ପକାଇଛି । ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା, କଟକ ସଦର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଛି । ଅତୀତରେ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କୁ ସିବିଆଇ ଜେରା କରିଥିଲା । ସିବିଆଇ ତଦନ୍ତ ନବୀନ ନିବାସକୁ ବି ଚାଲିଯାଇଥିଲା । ନବୀନ ନିବାସ କର୍ମଚାରୀ ସରୋଜ ସାହୁଙ୍କୁ ଜେରା କରାଯାଇଥିଲା । ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଓ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବି ସିବିଆଇ ଜେରା କରିଥିଲା ।

ସିବିଆଇର ଏହି ଚିଟଫଣ୍ଡ ତଦନ୍ତ ବର୍ଷ ବର୍ଷ ଧରି ଗଡ଼ିଚାଲିଛି । ତଦନ୍ତ ପ୍ରକ୍ରିୟା ଧାରାବାହିକ ହେଉନାହିଁ । ଏହିସବୁ ନେତାଙ୍କ ଉପରେ ସିବିଆଇ ହମଲାର ଗତି ବି ଭିନ୍ନ ଭିନ୍ନ ସମୟରେ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିବିଆଇ ତଦନ୍ତ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଇସାରାରେ ଯେ ଚାଲିଛି ତାହା ଧୀରେ ଧୀରେ ସ୍ପଷ୍ଟ ହୋଇଗଲାଣି । କୁହାଯାଉଛି, ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ସିବିଆଇକୁ ବିଜେଡ଼ି ବିରୋଧରେ ଯେମିତି ନଚୋଉଛନ୍ତି ସିବିଆଇ ସେମିତି ନାଚୁଛି । ଅମିତ୍ ଶାହା ତାଙ୍କର ଓଡ଼ିଶା ଗସ୍ତକାଳରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇ ବିଜେଡ଼ି ଉପରେ ହମଲା କରନ୍ତି । ବିଜେଡ଼ି ନେତାଙ୍କୁ ଜେଲ୍ ରେ ପୂରାଇବାର ଧମକ ଦିଅନ୍ତି । ଆଉ ତାହାର ପ୍ରଭାବ ବି ଦେଖିବାକୁ ମିଳିଥାଏ । ଶାହାଙ୍କ ଧମକ ପରେ ପରେ ଶୋଇ ରହିଥିବା ସିବିଆଇ ପୁଣି ଧରପଗଡ଼ କରେ । ମାତ୍ର ପରବର୍ତ୍ତୀ ସମୟରେ ତଦନ୍ତ ଆଗେଏନି କି ଫଳାଫଳ ମିଳେନି । ଚୁପ୍ ହୋଇଯାଏ ସିବିଆଇ । ଏମିତି ବର୍ଷ ବର୍ଷ ଧରି ସିବିଆଇ ନାଟକକୁ ଓଡ଼ିଶାବାସୀ ଦେଖି ଆସୁଛନ୍ତି ।

ସିବିଆଇର ଏଭଳି ନାଟକକୁ ଦେଖି ଆସୁଥିବା ଓଡ଼ିଶାବାସୀ ନିର୍ବାଚନ ପୂର୍ବରୁ ବଡ଼ ନାଟକ ଦେଖିବେ ବୋଲି ଅନୁମାନ କରୁଥିଲେ । ଏହି ଅନୁମାନ ସତ୍ୟ ହୋଇଛି । ବିଶେଷକରି, କିଛି ମାସ ହେଲା ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ସଭାସମିତିରେ ବିଜେଡ଼ିକୁ ଚିଟଫଣ୍ଡ ହାରକିନ୍ ଦେଖୋଉଥିଲେ । ବିଜେଡ଼ି ନେତାଙ୍କୁ ସାବାଡ଼ କରିବୁ ବୋଲି ଧମକୋଉଥିଲେ । ଅମିତ୍ ଶାହା ଓଡ଼ିଶା ଆସିଲା ଦିନ ତାହା ସତ ହୋଇଛି । ବହୁ ଦିନ ହେଲା ଶୋଇଯାଇଥିବା ସିବିଆଇ ଚେଇଁ ଉଠିଛି । ଖୋଜି ଖୋଜି ପାଇଛି ମୁଖ୍ୟମନ୍ତ୍ରୀଙ୍କର ଦୁଇ ବିଶ୍ୱସ୍ତ ଅତନୁ ଓ ଅରୁଣଙ୍କୁ । ଗତ କିଛି ଦିନ ହେଲା ଧର୍ମେନ୍ଦ୍ର ପ୍ରଧାନ କୁଆଡ଼େ ବିଭିନ୍ନ ସଭା ସମିତିରେ ଏହାର ଇସାରା ଦେଉଥିଲେ । ଅରୁଣ ଓ ଅତନୁଙ୍କ ପାଳି ଶୀଘ୍ର ପଡ଼ିବ ବୋଲି ତାଙ୍କ ସହଯୋଗୀମାନେ ବି କହି ବୁଲୁଥିଲେ । ଏହାକୁ ବିଶ୍ୱାସ କରାଗଲେ, ଅତନୁ ଓ ଅରୁଣଙ୍କ ଉପରେ ସିବିଆଇ ଖଣ୍ଡା ଚୋଟ ପଡ଼ିବାର ବ୍ଲୁ ପ୍ରିଣ୍ଟ ଧର୍ମେନ୍ଦ୍ର କରିଥାଇପାରନ୍ତି । ଯାହାକୁ କାର୍ଯ୍ୟକାରୀ କରିଛନ୍ତି ଅମିତ୍ ଶାହା ।

ସିବିଆଇ ଏକ ସ୍ୱୟଂଚାଳିତ ସଂସ୍ଥା । କିନ୍ତୁ ବିଭିନ୍ନ ଘଟଣାକୁ ଅନୁଧ୍ୟାନ କଲେ, ଏହି ସଂସ୍ଥାର ବିଶ୍ୱାସନୀୟତା ଆଉ ନାହିଁ ବୋଲି ସାରା ଦେଶବାସୀ ହୃଦୟଙ୍ଗମ କରିସାରିଛନ୍ତି । ଅତୀତରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବି ଏହାକୁ ହୃଦୟଙ୍ଗମ କରି ସିବିଆଇକୁ ପଂଜୁରୀ ଭିତର ଶାରୀ ବୋଲି କଟୁ ଟୀପ୍ପଣୀ ଦେଇଥିଲେ । ନିକଟରେ ସିବିଆଇର ଦୁଇ ମୁଖିଆ ଆଲୋକ ବର୍ମା ଓ ରାଜେଶ ଆସ୍ଥାନ ପରଷ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣିବା ଏବଂ ଅପ୍ରତ୍ୟାଶିତ ଭାବେ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ହଟାଯିବା ଘଟଣା ଲୋକଙ୍କ ମନରେ ସତେଜ ଅଛି । ସିବିଆଇର ସ୍ୱୀଧୀନତା ବିପନ୍ନ ଓ କିଛି ଅସାଧୁ ଅଫିସର ରାଜନୈତିକ ହାତବାରିସୀ ହୋଇ ସଂସ୍ଥାର ବିଶ୍ୱାସନୀୟତାକୁ ବରବାଦ କରିଦେଇଛନ୍ତି । ମୋଟାମୋଟି ଭାବେ କେନ୍ଦ୍ର ସରକାର ସିବିଆଇକୁ ଯେମିତି ଚାହିଁବେ ସେମିତି ନଚେଇବେ ବୋଲି ବିଶ୍ୱାସ ଜନ୍ମ ନେଇସାରିଛି ।
ସୂଚନାଯୋଗ୍ୟ, ସିବିଆଇକୁ କେନ୍ଦ୍ର ସରକାର ଅସ୍ତ୍ର କରିଥିବା ଅଭିଯୋଗ ଧରି ନିକଟରେ ମମତା ବାନାର୍ଜୀ କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ପଶ୍ଚିମବଙ୍ଗକୁ ସିବିଆଇ ପ୍ରବେଶ ଉପରେ ସେ କଟକଣା ଲଗାଇଛନ୍ତି । ଚିଟଫଣ୍ଡ ମାମଲାକୁ ଆଳ କରି ମୋଦି ସରକାର ତୃଣମୂଳ କଂଗ୍ରେସ ନେତାଙ୍କ ବିରୋଧରେ ସିବିଆଇ ଲଗାଉଥିବାରୁ ମମତା ଏଭଳି ଦୃଢ଼ ଜବାବ ଦେଇଛନ୍ତି ।
ସୁତରାଂ ଓଡ଼ିଶାରେ ଚିଟଫଣ୍ଡ ମାମଲାକୁ ଧରି ବିଜେଡ଼ି ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ସିବିଆଇ ଶ୍ରେଷ୍ଠ ଆୟୁଧ ବୋଲି ବିଜେପି ବିଚାର କରିଥିବା କୁହାଯାଉଛି । ଏଥର ବିଜେଡ଼ିକୁ ମୁକାବିଲା କରିବା ପାଇଁ ସିବିଆଇ ବଡ଼ ଅସ୍ତ୍ର ବୋଲି ବିଜେପି ସମ୍ଭବତଃ ଭାବିନେଇଛି । ଆଉ ନିର୍ବାଚନର ଠିକ୍ ଅଢ଼େଇ ମାସ ପୂର୍ବରୁ ବିଜେପି ସେହି ଅଭିଯାନ ଜୋରଦାର କରିବା ଆରମ୍ଭ କରିଛି । ଅତନୁ ଓ ଅରୁଣଙ୍କ ପରେ ଆଗକୁ ଅଧଡର୍ଜନ ବିଜେଡ଼ି ନେତାଙ୍କ ଉପରେ ସିବିଆଇ ଛାପ ମାରିବାକୁ କୁଆଡ଼େ ଯୋଜନା ହୋଇଛି ।
ତେବେ ଏଥିରୁ ବିଜେପି ଯେଉଁ ଫଳ ଆଶା କରୁଛି ତାହା ବୃଥା ହେବ ବୋଲି ରାଜନୈତିକ ସମୀକ୍ଷକମାନଙ୍କ ବିଶ୍ୱାସ । ସେମାନଙ୍କ ମତରେ ବିଜେପି ରାଜନୀତିକୁ କେଉଁସ୍ତରକୁ ନେଇପାରେ ଲୋକେ ତାହା ବୁଝିଗଲେଣି । ଏହା ବିଜେପି ପ୍ରତି ଲୋକଙ୍କୁ ଭୁଲ ଧାରଣା ଦେଉଛି । ଲୋକଙ୍କ ସମବେଦନା ଓ ସମର୍ଥନ ଗୋଟାଇବାରେ ବିଜେପି ପାଇଁ ବରଂ ଏହା ବୁମେରାଂ ହୋଇପାରେ ।
ଅନ୍ୟପକ୍ଷରେ ବିଜେପିର ସିବିଆଇ ଅସ୍ତ୍ରକୁ ଟକ୍କର ଦେବା ପାଇଁ ବିଜେଡ଼ି ଆପଣେଇଥିବା ପୁଲିସ ବଳର କୌଶଳ ରାଜନୈତିକ ଦୃଷ୍ଟିରୁ ଯଥାର୍ଥ ବୋଲି ଅନେକ ସମର୍ଥନ କରୁଛନ୍ତି । ଯଦି ସିବିଆଇ ଭଳି ଦେଶର ସର୍ବୋଚ୍ଚ ନିରପେକ୍ଷ ତଦନ୍ତକାରୀ ସଂସ୍ଥାକୁ ବିଜେପି ରାଜନୈତିକ ଅସ୍ତ୍ର କରିପାରୁଛି, ତେବେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ପୁଲିସକୁ ଲଗାଇ ଶାସକଦଳ କାଉଣ୍ଟର କରିବାରେ ଅସୁବିଧା କେଉଁଠି ବୋଲି କୁହାଯାଉଛି ।
Previous Post

ମୟୁରଭଞ୍ଜରେ ନବୀନଙ୍କ ମହିଳା ଶକ୍ତି ପ୍ରଦର୍ଶନ

Next Post

ମାନସ ମଙ୍ଗରାଜଙ୍କୁ ଚିଲିକା ନିର୍ବାଚନମଣ୍ଡଳୀରେ ବିପୁଳ ସମ୍ବର୍ଦ୍ଧନା

Next Post
ମାନସ ମଙ୍ଗରାଜଙ୍କୁ  ଚିଲିକା ନିର୍ବାଚନମଣ୍ଡଳୀରେ ବିପୁଳ ସମ୍ବର୍ଦ୍ଧନା

ମାନସ ମଙ୍ଗରାଜଙ୍କୁ ଚିଲିକା ନିର୍ବାଚନମଣ୍ଡଳୀରେ ବିପୁଳ ସମ୍ବର୍ଦ୍ଧନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA